ରବିବାର ମଧ୍ୟ ଖୋଲା ରହିବ ବ୍ୟାଙ୍କ ; ଜାଣନ୍ତୁ ବ୍ୟାଙ୍କ ସମ୍ବନ୍ଧୀୟ କେଉଁ କେଉଁ କାମ କରିପାରିବେ
30/03/2019 at 5:18 PM

ନୂଆଦିଲ୍ଲୀ ୩୦/୩ : ଦେଶର ପ୍ରତ୍ୟେକ ସରକାରୀ ଏବଂ ବେସରକାରୀ ବ୍ୟାଙ୍କ ରବିବାର ଦିନ ବନ୍ଦ ରହେ | କିନ୍ତୁ ଏଥର ରବିବାର ଦିନ ବ୍ୟାଙ୍କ ବନ୍ଦ ରହିବନାହିଁ | ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୩୧ ତାରିଖରେ ଦେଶର ସମସ୍ତ ସରକାରୀ ବ୍ୟାଙ୍କ ଖୋଲା ରହିବ | କିଛି ଦିନ ପୂର୍ବରୁ ଆରବିଆଇ ଏକ ନୋଟିସ ଜାରି କରିଥିଲା |

ମାର୍ଚ୍ଚ ୩୧ ତାରିଖ ଆର୍ଥିକ ବର୍ଷର ଶେଷ ଦିନ | ଏହି ଦିନ ବ୍ୟାଙ୍କଗୁଡିକରେ କ୍ଲୋଜିଂଗ କାମ ହୋଇଥାଏ | ସେଥିପାଇଁ ସରକାରୀ କାରବାର ହେଉଥିବା ବ୍ୟାଙ୍କ ଶାଖାଗୁଡିକୁ ଖୋଲା ରଖିବା ପାଇଁ ଆଦେଶ ଦିଆଯାଇଛି | ଆରବିଆଇ ନୋଟିସ ଅନୁଯାୟୀ, ଟଙ୍କା କାରବାର ହେଉଥିବା ସମସ୍ତ ସରକାରୀ ବ୍ୟାଙ୍କ ଏବଂ ସଂସ୍ଥା ମାର୍ଚ୍ଚ ୩୦ ତାରିଖ ରାତି ୮ଟା ଏବଂ ମାର୍ଚ୍ଚ ୩୧ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ |

ଏହାସହ RTGS ଏବଂ NEFT ସହିତ ଜଡିତ ଇଲେକ୍ଟ୍ରୋନିକ କାରବାର ୩୦ ଏବଂ ୩୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ | ଯେଉଁଥିପାଇଁ ଲୋକେ ବ୍ୟାଙ୍କ ସମ୍ବନ୍ଧୀୟ ନିଜ କାମ କରାଇ ପାରିବେ | ସାଧାରଣତଃ ରବିବାର ଦିନ RTGS ଏବଂ NEFT ସେବା ବନ୍ଦ ରହେ | କିନ୍ତୁ ଆସନ୍ତାକାଲି RTGS ଏବଂ NEFT କାରବାର ମଧ୍ୟ ହେବ | ଏହାଛଡା ଆପଣ ଯଦି ଚେକ ଡିପୋଜିଟ କରିବା ପାଇଁ ଚାହୁଁଛନ୍ତି ତାହେଲେ ମଧ୍ୟ କରିପାରିବେ | ଏହାଛଡା ଟଙ୍କା ଡିପୋଜିଟ ଏବଂ ଅନ୍ୟାନ୍ୟ ଅନଲାଇନ କାରବାର ମଧ୍ୟ କରିପାରିବେ |