କରୋନା ପାଇଁ ଗଜପତି ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ...

Published By : Prameya-News7 Bureau | March 15, 2020 IST

ଗଜପତି୧୫/୩: କରୋନା ପାଇଁ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଥମେ ଗଞ୍ଜାମ ଜିଲ୍ଲାରେ ୧୪୪  ଧାରା ଜାରି ସହ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିଲା। ସେହିପରି ଖୋର୍ଦ୍ଧାରେ ମଧ୍ୟ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ଯାଜପୁର ଜିଲ୍ଲା ପ୍ରଶାସନ ସମସ୍ତ ସଭା ଓ ସମାବେଶ ଉପରେ କଟକଣା ଲଗାଇଛି।

କରୋନାକୁ ନେଇ ସାରା ବିଶ୍ୱରେ ଭୟ ଖେଳିଯାଇଛି। ଏହି ମାରାତ୍ମକ ଭାଇରସ ୫ହଜାରରୁ ଅଧିକ ଲୋକଙ୍କ ଜୀବନ ନେଲାଣି। ଏବେବି ଏକ ଲକ୍ଷରୁ ଅଧିକ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି। ଭାରତରେ ମଧ୍ୟ ୨ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ମଧ୍ୟ ମାର୍ଚ୍ଚ ୩୧ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ,ଜିମ୍, ଅଙ୍ଗନବାଡିକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଶନିବାର ପୁରୀରେ ଜଣେ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପୁରୀରୁ ଚିଲିକା, କୋଣାର୍କ ଓ ସାତପଡା ଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଥିଲା। ତେବେ ରବିବାର ପୁରୀରେ ଟାଉନ ବସ ଚଳାଚଳ ବନ୍ଦ କରାଯାଇଛି। ପେଣ୍ଠକଟାରୁ ବଳିଆପଣ୍ଡା ଯାଏଁ ବସ ଚଳାଚଳ ବନ୍ଦ ହୋଇଛି। ଭିଡ ରୋକିବାକୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି।  ସେହିପରି ନନ୍ଦନକାନନ, ଖଣ୍ଡଗିରି, ଉଦୟଗିରି ଆଦି ପର୍ଯ୍ୟଟନସ୍ଥଳୀକୁ ବନ୍ଦ ରଖାଯିବା ସହ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରରେ ତାଲା ପକାଯାଇଛି।  ଏପରିକି ଗଞ୍ଜାମ ପ୍ରଶାସନ ଜିଲ୍ଲାରେ ୧୪୪ ଧାରା ଜାରି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.