ହାଇଦ୍ରାବାଦ ଗଣଦୁଷ୍କର୍ମ ଘଟଣା : ପୋଲିସ ଏନକାଉଣ୍ଟରେ ୪ଅଭିଯୁକ୍ତ ସଫା !
6/12/2019 at 7:19 AM

ହାଇଦ୍ରାବାଦ୦୫।୧୨: ହାଇଦ୍ରାବାଦରେ ପ୍ରାଣୀ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା । ପୋଲିସ ଏନକାଉଣ୍ଟରେ ଚାରି ଜଣ ଅଭିଯୁକ୍ତ ମୃତ । ତଦନ୍ତ କରିବା ପାଇଁ ଚାରି ଜଣ ଅଭିଯୁକ୍ତକୁ ଘଟଣାସ୍ଥଳକୁ ନେଇଥିଲେ ପୋଲିସ । ତେବେ ଘଟଣାସ୍ଥଳରୁ ଚାରି ଜଣ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ।
ସୂଚନାଯୋଗ୍ୟ ଯେ, ହାଇଦ୍ରାବାଦର ସାଜନଗରରେ ପ୍ରାଣୀ ଚିକିତ୍ସିକାଙ୍କ ଗଣ ଦୁଷ୍କର୍ମ ଏବଂ ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ଆଜି ସକାଳେ ଏହି ମାମଲାର ୪ ଅଭିଯୁକ୍ତ ପୋଲିସ ଏନକାଉଣ୍ଟରରେ ଟଳି ପଡିଛନ୍ତି । ମାମଲାର ଯାଞ୍ଚ କରିବା ଲାଗି ଘଟଣାସ୍ଥଳକୁ ପୋଲିସ ଅଭିଯୁକ୍ତମାନଙ୍କୁ ନେଇଥିଲା । ଏହି ସମୟରେ ୪ଅଭିଯୁକ୍ତ ଖସି ପଳାଇବାକୁ ଚେଷ୍ଟା କରିବା ବେଳେ ପୋଲିସ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲା । ୪ଅଭିଯୁକ୍ତ ପୋଲିସ ରିମାଣ୍ଡରେ ଥିଲେ । ଏମାନଙ୍କୁ ପୋଲିସ ଚେତନାପାଲୀ ପାଖ ୪୪ନମ୍ବର ଜାତୀୟ ରାଜପଥ ଫ୍ଲାଏଓର ପାଖକୁ କ୍ରାଇମ ସିନ୍ ରିକ୍ରିଏସନ ପାଇଁ ନେଇଥିଲା । ଏହି ସମୟରେ ସେମାନେ ଦୌଡି ପଳାଇଯିବାକୁ ଚେଷ୍ଟା କରୁଥିଲେ । ସେହି ସମୟରେ ପୋଲିସ ଏନକାଉଣ୍ଟରରେ ୪ଅଭିଯୁକ୍ତ ଟଳି ପଡିଛନ୍ତି ।