Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ଜୟପୁର ବିସ୍ଫୋରଣ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ

20/12/2019 at 10:39 PM

ଜୟପୁର୨୦।୧୨ – ୮୦  ଜଣଙ୍କ ଜୀବନ ନେଇଥିବା  ଜୟପୁର ବିସ୍ଫୋରଣ ମାମଲାରେ ୪ ଜଣ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଛନ୍ତି କୋର୍ଟ । ରାଜସ୍ଥାନର ରାଜଧାନୀ ଜୟପୁରର ଏକ କୋର୍ଟ ମାମଲାର ଶୁଣାଣି କରୁଥିବାବେଳେ ଏଥିରେ ଜଣେ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି । ୧୦ ବର୍ଷ ତଳେ ଘଟିଥିବା ଏହି ଅଘଟଣରେ ୧୭୦ ଜଣ ଆହତ ହୋଇଥିଲେ । ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ଦଣ୍ଡ ପାଇଥିବା ୪ ଜଣ ଦୋଷୀ ହେଲେ ମହମ୍ମଦ ସୈଫ୍, ସରୱାର ଆଜମୀ, ସଲମାନ ଏବଂ ସୈଫୁର ରେହମାନ । ଅନ୍ୟପକ୍ଷରେ ପଞ୍ଚମ ଅଭିଯୁକ୍ତ ସାହବାଜ୍ ହୁସେନଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି ।

ଅନ୍ୟ ୩ ଜଣ ଅଭିଯୁକ୍ତ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି । ଉତ୍ତରପ୍ରଦେଶର ଆଜମଗଡ଼ର ମହମ୍ମଦ ଆତିନ୍  ଏହି ବିସ୍ଫୋରଣର ମାଷ୍ଟରମାଇଣ୍ଡ ଥିଲା । ଦିଲ୍ଲୀର ବାଟଲାହାଉସ୍  ଏନକାଉଣ୍ଟରରରେ ତା’ର ମୃତ୍ୟୁ ହୋଇସାରିଛି । ଆତିନର ନିର୍ଦ୍ଦେଶରେ ଫାଶୀ ପାଇବାକୁ ଥିବା ୪ ଜଣ ଏହି କାଣ୍ଡ ଘଟାଇଥିଲେ । ସେମାନେ ସମସ୍ତେ ଉତ୍ତରପ୍ରଦେଶର ବୋଲି ସୂଚନା ମିଳିଛି । ସେମାନେ ପ୍ରଥମେ ଆମୋନିଅମ୍ ନାଇଟ୍ରେଟ୍ କିଣିବା ପରେ ଶାର୍ପନେଲ୍  ସହ ମିଶାଇଥିଲେ ଏବଂ ସାଇକେଲରେ ଯାଇ ସହରର ୯ଟି ସ୍ଥାନରେ ପାର୍କିଂ କରିଥିଲେ । ସନ୍ଧ୍ୟା ୭.୨୦ରୁ ୭.୪୫ ମଧ୍ୟରେ ଏସବୁର ବିସ୍ପୋରଣ ହୋଇଥିଲା।

   Related Posts