ପୁନଃନିର୍ମାଣ ହେବ ବିମାନବନ୍ଦର ରନ୍‌ ଓ୍ବେ, ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏଁ ସମସ୍ତ ବିମାନ ବାତିଲ

Published By : Prameya-News7 Bureau | January 31, 2021 IST

ପୁନେ ୩୧/୦୧:  ଏପ୍ରିଲ୍‌ ୨୬ରୁ ମେ’ ୯ ଯାଏ ଉଡ଼ିବନି ବିମାନ। ରନ୍‌ଓ୍ବେ ପୁନଃନିର୍ମାଣ ହେବାକୁ ଥିବାରୁ ୧୪ ଦିନ ବିମାନ ଉଡ଼ିବନି। ପୁନେ ବିମାନବନ୍ଦରରୁ ୧୪ ଦିନ ଉଡ଼ିବନି ବିମାନ । ଏହି ସମୟରେ ପୁନେ ଏୟାରପୋର୍ଟରେ ଉଭୟ ଉଡ଼ାଣ ଓ ଅବତରଣ ବନ୍ଦ ରହିବ । ଏନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି।

ଅନ୍ୟପଟେ ପୁନେ ବିମାନବନ୍ଦର ନିର୍ଦେଶକ କୂଳଦୀପ ସିଂହ ଏହାକୁ ସ୍ପଷ୍ଟ କରିଛନ୍ତି। ୧୪ ଦିନ ବିମାନ ଉଡ଼ାଣ ପ୍ରଭାବିତ ହେବା ନେଇ ସେ କହିଛନ୍ତି। ବାୟୁସେନା ଅଧିକାରୀଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି। ଏବେ ପୁନେ ବିମାନବନ୍ଦରରୁ କେବଳ ଦିନରେ ବିମାନ ଉଡ଼ାଣ ହେଉଛି। ରାତିରେ ଉଡ଼ାଣ ଭରୁଥିବା ୧୦ ବିମାନ ମଧ୍ୟ ଦିନରେ ଉଡ଼ାଣ ଭରୁଛି। ଏବେ ରାତି ୮ରୁ ସକାଳ ୮ ଯାଏ ରନ୍‌ ଓ୍ବେ ମରାମତି କାର୍ଯ୍ୟ ଚାଲୁଥିବା କୂଳଦୀପ କହିଛନ୍ତି।

ପ୍ରତିଦିନ ପୁନେ ବିମାନବନ୍ଦରରୁ ୧୦ ହଜାର ଯାତ୍ରୀ ଉଡ଼ାଣ ଏବଂ ଅବତରଣ କରୁଛନ୍ତି। ଲକ୍‌ଡାଉନ୍‌ ପୂର୍ବରୁ ପୁନେ ଏୟାରପୋର୍ଟରେ କେବଳ ଗୋଟିଏ ରନ୍‌ ଓ୍ବେ ଥିଲା। ପ୍ରତିଦିନ ୧୭୦ ବିମାନ ଚଳାଚଳ କରୁଥିଲା। ୨୦୨୦ ଆର୍ଥିକ ବର୍ଷରେ ପୁନେ ଏୟାରପୋର୍ଟରେ ୮.୦୯ ଯାତ୍ରୀ ଯାତାୟତ କରିଥିଲେ। ବିମାନ ସଂଖ୍ୟା ବଢ଼ୁଥିବା ବେଳେ ଅଧିକ ରନ୍‌ ଓ୍ବେରେ ଆବଶ୍ୟକତା ଥିବା ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.