Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କରୋନା ହସ୍ପିଟାଲକୁ ଡର କାହିଁକି ? ଏହି ଫଟୋ ଦେଖିଲେ ଦୂର ହୋଇଯିବ ଆପଣଙ୍କ ସବୁ ଆଶଙ୍କା

20/08/2020 at 3:23 PM

ଭବାନୀଗଢ଼ ୨୦/୮: କରୋନା ମହାମାରୀ ଯୋଗୁଁ ପୂରା ଦେଶ ଭୟଭୀତ ହୋଇ ରହିଥିବାବେଳେ ଘାବନ୍ଦା ଗାଁରେ କରୋନା ସଂକ୍ରମିତଙ୍କ ପାଇଁ ସ୍ଥାପିତ ଆଇସୋଲେସନ ସେଣ୍ଟରର ଓ୍ବାର୍ଡ଼ର ଦୃଶ୍ୟ ଦେଖିବାକୁ ଗଲେ ଏହା କୌଣସି ବିବାହ କାର୍ଯ୍ୟକ୍ରମ କିମ୍ବା ଫିଲ୍ମ ସୁଟିଂଠୁ କମ୍ ଲାଗିବ ନାହିଁ। ଓ୍ବାର୍ଡ଼ରେ ଭର୍ତ୍ତି କରୋନା ରୋଗୀ ଫିଲ୍ମ ଗୀତରେ ନାଚୁଛନ୍ତି ଏବଂ ମହିଳାମାନେ ନିଜ ହାତରେ ମେହେନ୍ଦି ଲଗାଇ ପର୍ବ ପର୍ବାଣି​‌ ପାଳନ କରୁଛନ୍ତି। ଏପରିକି ମହିଳା ଡାକ୍ତର ମଧ୍ୟ ପିପିଇ କିଟ୍ ପିନ୍ଧି ମହିଳା ରୋଗୀଙ୍କ ହାତରେ ମେହେନ୍ଦୀ ଲଗାଇ ଖୁସି ବାଣ୍ଟୁଛନ୍ତି।

ଡାକ୍ତରଙ୍କ କହିବା ଅନୁସାରେ ଏହା ଏଠାରେ ପ୍ରଶାସନ ତରଫରୁ ଦିଆଯାଉଥିବା ସବୁ ପ୍ରକାର ସୁବିଧା ଏବଂ ଉତ୍ତମ ଦେଖାଶୁଣାର ଫଳ ଅଟେ। ଏଠାରେ ଠିକ୍ ସମୟରେ ରୋଗୀଙ୍କୁ ପରିଷ୍କାର ଏବଂ ଉତ୍ତମ ଖାଦ୍ୟ ଦିଆଯାଉଛି। ଉତ୍ତମ ଖାଦ୍ୟ,କସରତ କରିବା ଏବଂ ଖୁସି ରହିବା ଦ୍ବାରା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି ମଜବୁତ ହୋଇ ଯାଇଥାଏ ଏବଂ ରୋଗୀ ଶୀଘ୍ର ସୁସ୍ଥ ହୋଇଯାଇଥାଏ।

ଏହି ଆନନ୍ଦମୟ ବାତାବରଣ ପଛରେ ପ୍ରଶାସନର ପରିଶ୍ରମ ସ୍ପଷ୍ଟ ଦେଖାଯାଉଛି। ଡେପୁଟି କମିଶନରଙ୍କ ନେତୃତ୍ବରେ ଅଧିକାରୀ ଆଇସୋଲେସନ ଓ୍ବାର୍ଡ଼ର ନିରୀକ୍ଷଣ କରୁଛନ୍ତି।   

 

   Related Posts