ଘାରିଲା କରୋନା ଭୟ, ଆଜିଠୁ ଗଜପତି ଜିଲ୍ଲାର ସବୁ ସୀମା ସିଲ୍

Published By : Prameya-News7 Bureau | April 12, 2021 IST

ଗଜପତି ୧୨।୪: ଆଜିଠାରୁ ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ୍ କଲା ପ୍ରଶାସନ । ମୁଖ୍ୟତଃ ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଗୁଜରାଟ, ଛତିଶଗଡ ଅଞ୍ଚଳରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର ରଖାଯାଇଛି । ମୁଖ୍ୟତଃ ଏହି ଅଞ୍ଚଳରୁ ଆସୁଥିବା ଲୋକେ ୭୨ ଘଣ୍ଟା ପୂର୍ବର ଆରଟିପିସିଆର ରିପୋର୍ଟ କିମ୍ବା ୨ ପର୍ଯ୍ୟାୟରେ ଟିକା ଗ୍ରହଣ କରିଥିବା ରିପୋର୍ଟ ଦେଖାଇବାକୁ ବାଧ୍ୟତାମୂଳକ । ଯେଉଁମାନଙ୍କ ପାଖରେ ଆରଟିପିସିଆର ରିପୋର୍ଟ ନାହିଁ ଜିଲ୍ଲା ଭିତରେ ପ୍ରବେଶ କରିବାକୁ ଅନୁମତି ମିଳିବ ନାହିଁ ଓ ସେମାନଙ୍କୁ ୭ ଦିନିଆ ଆଇସୋଲେସନରେ ରଖାଯିବ ।

{"id":437101,"width":839,"height":461,"sizeSlug":"large","linkDestination":"none"}

ମାସ୍କ ଓ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ । ଅମାନିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ଗଜପତି ଜିଲ୍ଲାର ସମସ୍ତ ଚେକ୍ ପଏଣ୍ଟକୁ ପୁଣିଥରେ ପ୍ରସ୍ତୁତ କରାଯାଇଛି ଜିଲ୍ଲାକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ଟ୍ରାଭେଲ ହିଷ୍ଟ୍ରିକୁ ଯାଞ୍ଚକରି ସମସ୍ତ ତଥ୍ୟକୁ ରଖାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.