Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଇଂଲଣ୍ଡରୁ ଫେରିଥିବା ସମସ୍ତ ଖେଳାଳିଙ୍କ କରୋନା ରିପୋର୍ଟ ନେଗେଟିଭ୍‌, ଭାରତ ଏବଂ ଶ୍ରୀଲଙ୍କା ସିରିଜ୍‌କୁ ନେଇ ନାହିଁ ବିପଦ !

11/07/2021 at 5:23 PM

କଲୋମ୍ୱୋ, ୧୧/୦୭: ଭାରତ ଏବଂ ଶ୍ରୀଲଙ୍କା ସିରିଜ୍‌କୁ ନେଇ କରୋନା ବାଧା ସୃଷ୍ଟି କରୁଥିଲା । କିନ୍ତୁ ଏବେ ଏହି ସାରିଜ୍‌ ଆୟୋଜନ ହେବାରେ କୌଣସି ଅସୁବିଧା ନାହିଁ । କାରଣ ଇଲଂଣ୍ଡରୁ ଫେରିଥିବା ସମସ୍ତ ଖେଳାଳୀଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଏଥିରେ କୁଶଲ ପରେରାଙ୍କ ସହିତ ଅନ୍ୟ ଖେଳାଳୀ ସାମିଲ୍‌ ଅଛନ୍ତି । ପ୍ରଥମେ ଏହି ସିରିଜ୍‌ ୧୩ ତାରିଖରେ ଆୟୋଜନ ହେବା ନେଇ ପୂର୍ବରୁ ନିର୍ଦ୍ଧାରିତ ହୋଇଥିଲା । ହେଲେ ଶ୍ରୀଲଙ୍କାର ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାୱାର ଏବଂ ଡାଟା ଆନାଲିଷ୍ଟ ଜିଟି ନିରୋଶନ କରୋନା ପଜିଟିଭ୍‌ ହେବା ପରେ ସିରିଜ୍‌ ଏବେ ୧୮ ଜୁଲାଇରୁ ଆରମ୍ଭ ହେବାକୁ ସ୍ଥିର ହୋଇଛି ।

ଶ୍ରୀଲଙ୍କା କ୍ରିକେଟ୍‌ ବେର୍ଡର ଜଣେ ଅଧିକାରୀ କହିଛନ୍ତି ଯେ, ସାଧାରଣତଃ ଦଳର ଯେଉଁ ସଦସ୍ୟ ପଜିଟିଭ୍ ଚିହ୍ନଟ ହୁଅନ୍ତି ସେମାନଙ୍କର ହିଁ ରେଜଲ୍ଟ ପ୍ରକାଶ କରିଯାଇଥାଏ । ଗତକାଲି ସମସ୍ତଙ୍କର ଟେଷ୍ଟ କରାଯାଇଥିଲା । ଆଜି ସେମାନଙ୍କର ରେଜଲ୍ଟ ଆସିବ । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ କାହାର ପଜିଟିଭ୍‌ ରିପୋର୍ଟ ମିଳିନାହିଁ । ଦୁଇପ୍ରହର ମଧ୍ୟରେ ପଜିଟିଭ୍‌ ହୋଇଥିଲେ ଜଣାପଡ଼ିଯାଇଥାଏ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କୌଣସି ରିପୋର୍ଟ ମିଳି ନାହିଁ । ଏଥିରୁ ଜଣାପଡ଼ୁଛି ଯେ ସମସ୍ତ ରିପୋର୍ଟ ନେଗେଟିଭ୍‌ ଆସିବ ।

ଯଦି ସବୁକିଛି ଠିକ୍‌ ରହେ ତେବେ ଇଲଂଣ୍ଡରୁ ଫେରିଥିବ ଖେଳାଳୀମାନେ କ୍ୱାରେଣ୍ଟିନ୍‌ରୁ ବାହାରକୁ ଆସିପାରିବେ ଏବଂ ସବୁଜ ବଳୟ ଭିତରେ ରହିବେ । ପ୍ରୋଟୋକଲ୍‌ ଅନୁସାରେ ପ୍ରତି ତିନିଦିନ ବା ପାଞ୍ଚଦିନରେ ଥରେ ଖେଳାଳୀଙ୍କ ଟେଷ୍ଟ କରାଯିବ ବୋଲି ଅଧିକାରୀ ଜଣକ କହିଛନ୍ତି ।

   Related Posts