Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ସ୍ବାମୀ ହେଲା ସାତପର: ଯୌତୁକ ନିଆଁରେ ଜଳିଗଲା ସବୁ ସ୍ବପ୍ନ

2/03/2020 at 4:00 PM

ଦଶରଥପୁର୨/୩: ଯୌତୁକ ନିଆଁରେ ଜଳିଗଲା ସବୁ ସ୍ବପ୍ନ। ତିନି ମାସର ଗର୍ଭବତୀ ମହିଳାଙ୍କୁ ବିଷ ପିଆଇବା ପରେ ତଣ୍ଟିଚିପି ହତ୍ୟା କରିଥିବା ମୃତା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି। ପ୍ରେମ ବିବାହ କରି ସ୍ବାମୀଙ୍କୁ ପଣତ କାନିରେ ବାନ୍ଧି ରଖିବାର ଆଶା ମୌଳି ଯାଇଛି। ୨୦୧୯ ମସିହା ଅକ୍ଟୋବର ମାସରେ ଦାଣ୍ଡିସାହି ଗ୍ରାମର ନବଘନ ଜେନାଙ୍କ ଝିଅ ରାକ୍ଷୀ ଜେନା ମହାନ୍ତିପାଟଣା ଗ୍ରାମର ସୁରଜ ମଲ୍ଳିକଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର ପରେ ଆରମ୍ଭ ହୋଇଯାଇଥିଲା ଯୌତୁକ ନିର୍ଯାତନା। ସ୍ବାମୀ ହୋଇଯାଇଥିଲା ସାତ ପର। ଯୌତୁକ ବାବଦକୁ ସୁରଜଙ୍କ ପରିବାର ଲୋକେ ୧ ଲକ୍ଷ ଟଙ୍କା ଡିମାଣ୍ଡ କରିଥିଲେ।

ମୃତା ମହିଳାଙ୍କ ପରିବାରର ଆର୍ଥିକ ଅବସ୍ଥା ବହୁତ ଖରାପ। ତାଙ୍କ ବାପା ନବଘନ ଦିନ ମଜୁରିଆ ଭାବେ କାମ କରି ପରିବାରର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ଅଭାବି ଲୋକ କେଉଁଠୁ ବା ଏତେ ଟଙ୍କା ଆଣିବେ। ଏତେ ଟଙ୍କା​‌ ଦେଇ ପାରିବେ ନାହିଁ ନବଘନ ମନା କରି ଦେଇଥିଲେ। ଝିଅ ପ୍ରତି ହେଉଥିବା ନିର୍ଯାତନ ସହି ନ ପାରି ପରବର୍ତ୍ତୀ ସମୟରେ ଟଙ୍କା ଦେବେ ବୋଲି ନବଘନ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଟଙ୍କା ଦେବା ବିଳମ୍ବ ହେବାରୁ ରାକ୍ଷୀଙ୍କୁ ଶାଶୂଘର ଲୋକେ ବିଷ ଦେଇ ତଣ୍ଟି ଚିପି ହତ୍ୟା କରିବା ପରେ ରଶିରେ ଝୁଲାଇ ଦେଇଥିଲେ। ଏହାକୁ ଆତ୍ମହତ୍ୟାର ରୂପ ଦେଇଥିଲେ। ଏଭଳି ଅନେକ ସଂଗୀନ ଅଭିଯୋଗ ଆଣିଛନ୍ତି ମୃତା ରାକ୍ଷୀଙ୍କ ବାପଘର ଲୋକେ।

ଗତ ଶନିବାର ସକାଳ ୫ଟାରେ ରାକ୍ଷୀଙ୍କୁ ହତ୍ୟା କରାଯାଇଛି। ବିଷ ଖାଇଲେ ଯେଉଁ ଲକ୍ଷଣ ପରିଲକ୍ଷିତ ହୁଏ ରାକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସେହି ଲକ୍ଷଣ ଦେଖିବାକୁ ମିଳିଛି। ଅର୍ଥାତ ତାଙ୍କ ନାକ ଓ ପାଟିରୁ ପେଣ ବାହାରୁଥିବାର ଦୃଶ୍ୟ ମଧ୍ୟ ରହିଛି। ହତ୍ୟା ଅଭିଯୋଗରେ ମୃତା ରାକ୍ଷୀଙ୍କ ସ୍ବାମୀ ସୁରଜଙ୍କୁ ପୋଲିସ ଗିରଫ କରିଛି। ଏଥିସହ କେସ୍‌ ନମ୍ବର ୭୯/୨୦ରେ ଆଇପିସି ଧାରା ୪୯୮(ଏ)/ ୩୦୪(ବି)/ ୩୦୨/୩୪/୪ ଆଧାରରେ ପୋଲିସ ମାମଲାରୁ ରୁଜୁ କରିଛି। ମୃତା ରାକ୍ଷୀଙ୍କ ସ୍ବାମୀଙ୍କୁ ଗିରଫ କରାଯାଇଥିବା ବେଳେ ଶାଶୂ ସ୍ନେହଲତା ମଲ୍ଲିକ, ଶ୍ବଶୁର ଅଜୟ ମଲ୍ଲିକ ଓ ଦିଅର ସଞ୍ଜୟ ମଲ୍ଲିକ ନାମରେ ପୋଲିସ୍‌ ମାମଲା ରୁଜୁ କରିଛି।

   Related Posts