ଲକଡାଉନ୍ ପାର୍ଟ-୨: ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡାଣ ମେ' ୩ ଯାଏଁ ବନ୍ଦ

Published By : Prameya-News7 Bureau | April 14, 2020 IST

ନୂଆଦିଲ୍ଲୀ ୧୪।୦୪: ସାରାଦେଶରେ କରୋନା ସ୍ଥିତି ଚିନ୍ତାଜନକ ରହିଛି । କରୋନା ସ୍ଥିତିକୁ ଦେଖି ମାର୍ଚ୍ଚ ୨୫ରୁ ୧୨ଦିନିଆ ଲକ୍‌ଡାଉନ୍ ଘୋଷଣା ହୋଇଥିଲା । ଯାହାକି ଅପ୍ରେଲ ୧୪ରେ ସରୁଛି । ତେବେ ପ୍ରଥମ ଲକ୍‌ଡାଉନ୍‌ ଶେଷ ହେବାର କିଛି ଘଣ୍ଟା ପୂର୍ବରୁ ପୁଣି ଥରେ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଚଳିତ ଥର ଘୋଷଣା କରାଯାଇଥିବା ଲକ୍‌ଡାଉନ୍‌ ମେ ୩ପର୍ଯ୍ୟନ୍ତ ଜାରି ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଦେଶରେ ଲକ୍‌ଡାଉନ୍‌ ନିୟମକୁ କାଡକଡି ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଘୋଷଣାକୁ  ଦେଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ  ସମସ୍ତ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ଯାତ୍ରାବାହୀ ବିମାନ ଉଡାଣ ବାତିଲ୍‌ କରିଛି ।

wp:core-embed/twitter {"url":"https://twitter.com/ANI/status/1249950881035976705","type":"rich","providerNameSlug":"twitter","className":""}
https://twitter.com/ANI/status/1249950881035976705
/wp:core-embed/twitter

ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବାର କିଛି ସମୟ ପରେ ଭାରତୀୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।  ମେ ୩ ତାରିଖ ରାତି ୧୧: ୫୯ ଯାଏଁ ସମସ୍ତ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଘୋଷଣା କରିଛି। ମେ ୩ ତାରିଖ ଯାଏଁ ସମଗ୍ର ଦେଶରେ ଲକ୍‌ଡାଉନ୍‌ର ସମୟସୀମା ପରିବର୍ଦ୍ଧିତ କରାଯାଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଯାତ୍ରୀବାହୀ ବିମାନ ଚଳାଚଳ କରିବ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.