ହାଟ ଉପରେ ବିଏମ୍‌ସି କଟକଣା : ସକାଳ ୬ରୁ ଖୋଲିବ, ସନ୍ଧ୍ୟା ୬ଟାରେ ବନ୍ଦ

Published By : Prameya-News7 Bureau | March 18, 2020 IST

ଭୁବନେଶ୍ବର ୧୮।୩: ସାରା ବିଶ୍ବରେ ଏବେ କରୋନା ଆତଙ୍କ । ରାଜ୍ୟରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ତେବେ ଏଭଳି ସ୍ଥିତିରେ ଲୋକ ଗହଳି ପାଇଁ ଭୁବନେଶ୍ବରରେ ଥିବା ହାଟ ଉପରେ ବିଏମସି କଟକଣା ଲଗାଇଛି । ତେବେ ବିଏମସି ପରିସରରେ ଥିବା ସବୁ ହାଟ ସନ୍ଧ୍ୟା ୬ଟାରୁ ବନ୍ଦ ହେବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ହାଟ ଚାଲୁ ରହିବ । ଏ ନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ୟୁନିଟ-୧, ୟୁନିଟ୍‌-୨, ସହିଦନଗର, ରୁଚିକା, ଇନ୍ଦ୍ରଧନୁ ଡେଲି ମାର୍କେଟ ଓ ଡମଣା ହାଟ ଆଦି ସନ୍ଧ୍ୟା ୬ଟା ପରେ ବନ୍ଦ ରହିବ। ଏହି ନିୟମ ଆସନ୍ତାକାଲିଠାରୁ ଲାଗୁ ହୋଇ ଆସନ୍ତା ୩୧ ମାର୍ଚ୍ଚ ଯାଏଁ ରହିବ । ତେବେ ହାଟ ଗୁଡ଼ିକୁ କରୋନା ସତର୍କତା ପାଇଁ ସଫାସୂତୁରା ରଖାଯିବାକୁ ବିଏମସି ପକ୍ଷରୁ କଟକଣା ଜାରି କରାଯାଇଛି ।

ସେପଟେ କରୋନାକୁ ନେଇ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅପିଲ୍ । ବିଦେଶ ଫେରନ୍ତାଙ୍କୁ ରେଜିଷ୍ଟ୍ରେସନ କରି ଆସୋଲେସନ୍ ରେ ରହିବାକୁ ଅପିଲ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଓଡିଶାରେ ପହଞ୍ଚିବାର ୨୪ ଘଣ୍ଟା ମଧ୍ୟରେ ୧୦୪ ଟୋଲ୍ ଫ୍ରି ନମ୍ବର କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଅନଲାଇନ୍ ପୋର୍ଟାଲ covid19.odisha.gov.inରେ ମଧ୍ୟ ରେଜିଷ୍ଟର କରିପାରିବେ । ଏଥିରେ ଆପଣଙ୍କ ଟେଲିଫୋନ୍ ନମ୍ବର ସହ ସବୁ ତଥ୍ୟ ରହିବା ଜରୁରୀ ।

ଆପଣଙ୍କ ପରିବାର ଏବଂ ବନ୍ଧୁମାନେ ମଧ୍ୟ ଆପଣଙ୍କ ପାଇଁ ରେଜିଷ୍ଟ୍ରେସନ କରିପାରିବେ । ରେଜିଷ୍ଟ୍ରେସନ କରିବା ସହ ନିଜ ଘରେ ୧୪ ଦିନ ଅଲଗା ରୁହନ୍ତୁ । କାହା ସହ ମିଳାମିଶା ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.