Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

କରୋନା ସଙ୍କଟ ମଧ୍ୟରେ ଭାରତ ବଢାଇଛି ସାହାଯ୍ୟର ହାତ, ପ୍ରଶଂସା କରୁଛି ସାରା ବିଶ୍ୱ

11/04/2020 at 2:40 PM

ନୂଆଦିଲ୍ଲୀ, ୧୧|୦୪:  ଗୋଟିଏ ଦିଗରେ ସାରା ବିଶ୍ୱ କରୋନା ଭାଇରସ ସହ ମୁକାବିଲା କରୁଛି । ଏହି ଭାଇରସ ପାଇଁ କୌଣସି ଔଷଧ ନଥିବାରୁ ବିଶ୍ୱରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଲାଣି । ୧୬ ଲକ୍ଷରୁ ଅଧିକ ସଂକ୍ରମିତ ହୋଇଛନ୍ତି । କେବଳ ଆମେରିକାରେ ଏହି ଭାଇରସ ୧୬ ହଜାରରୁ ଅଧିକ ଜୀବନ ନେଲାଣି । ଏଙା ବ୍ୟତୀତ ସ୍ପେନ, ୟୁରୋପ, ବ୍ରାଜିଲ, ଜର୍ମାନୀ, ଫ୍ରାନ୍ସ, ଇରାନ, ତୁର୍କୀ ଓ ବେଲଜିୟମରେ ମଧ୍ୟ କରୋନା ହାହାକାର ସୃଷ୍ଟି କରିଛି ।  ଏହି ଅସମୟରେ ଅନ୍ୟ ଦେଶ ପାଇଁ ଭାରତ ଦେବଦୂତ ସାଜିଛି । ଅନେକ ଦେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରୁଛନ୍ତି ।

ଯେତେବେଳେ ଜର୍ମାନୀ ପାଇଁ ଜରୁରୀ ସାମଗ୍ରୀ ନେଇ ଏୟାର ଇଣ୍ଡିଆର ବିମାନ ଯାଉଥିଲା, ପାକିସ୍ତାନ ସୀମରେ ପହଁଚିବା ପରେ ପାକ୍ ମଧ୍ୟ ଭାରତୀୟ ବିମାନ ସେବା ଉପରେ ଗର୍ବ କରେ ବୋଲି କହିଥିଲା । ଆମେରିକାରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନକୁ କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ  ବ୍ୟବହାର କରାଯାଉଛି । ବିଶ୍ୱର ପ୍ରାୟ ୧୬ଟି ଦେଶ ଏହି ଔଷଧକୁ ଭାରତଠୁ କିଣିବା ପାଇଁ ଚାହୁଁଛନ୍ତି । ଏହାକୁ ନେଇ ପ୍ରଥମେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମୋଦୀଙ୍କୁ ଫୋନ କରି ଧନ୍ୟବାଦ ଜଣାଇଥିଲେ । ହ୍ୱାଇଟ ହାଉସର ପ୍ରେସ କନଫରେନ୍ସରେ ମଧ୍ୟ ମୋଦୀଙ୍କୁ ପ୍ରଶଂସା କରାଯାଇଥିଲା ।

ବ୍ରାଜିଲ ରାଷ୍ଟ୍ରପତି ବୋଲସୋନାରୋ ମଧ୍ୟ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଆମେରିକା ପରେ ବ୍ରାଜିଲକୁ ଏହି ଔଷଧ ଭାରତ ରପ୍ତାନୀ କରିଥିଲା । ଏପରିକି ଏହାକୁ ସେ ରାମାୟଣର ହନୁମାନ ଆଣିଥିବା ମୃତ୍ୟୁ ସଂଞ୍ଜିବନୀ ସହ ଯୋଡିଥିଲେ । ଆହୁରି ମଧ୍ୟ ଇସ୍ରାଏଲ ମୁଖ୍ୟମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ବାରତ ମଧ୍ୟ ଇସ୍ରାଏଲକୁ ଭବିଷ୍ୟତରେ ସାହାଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।

ସୂଚନାଯୋଗ୍ୟ, ଭାରତର ଏହି ଔଷଧକୁ ସାରା ବିଶ୍ୱ କରୋନା ମୁକାବିଲାରେ ବ୍ୟବହାର କରୁଛି ।କିଛିଦିନ ପୂର୍ବରୁ ଭାରତ ଏହାର ରପ୍ତାନୀ ବନ୍ଦ କରିଦେଇଥିଲେ ମଧ୍ୟ ଅନ୍ୟ ଦେଶକୁ ସହାୟତା ଯୋଗାଇବାକୁ ପୁଣି ଥରେ ଏହାର ରପ୍ତାନୀ ଆରମ୍ଭ ହୋଇଛି ।

   Related Posts