ଅଚଳ ନୁହେଁ କୌଣସି ବି ମୁଦ୍ରା, ସତର୍କ କରାଇଲା ଆରବିଆଇ; କଏନ ନେବାକୁ ମନା କଲେ ହୋଇପାରେ ୭ ବର୍ଷ ଜେଲ

Published By : Prameya-News7 Bureau | September 07, 2019 IST

ନୂଆଦିଲ୍ଲୀ୭/୯:  ଦିନକୁ ଦିନ ଆସ୍ଥା ହରାଇ ଚାଲିଛି ଖୁଚୁରା ପଇସା । ଆରବିଆଇ ପକ୍ଷରୁ ବିଭିନ୍ନ ସମୟରେ ଅନେକ ଗାଇଡଲାଇନ୍ ଜାରି କରାଗଲେ  ସୁଦ୍ଧା ଗୁଜବର ବଶବର୍ତ୍ତୀ ହୋଇ ଲୋକେ ବର୍ତ୍ତମାନ ଖୁଚୁରା ଟଙ୍କା ଗ୍ରହଣ କରିବାକୁ ବି ରୋକ୍ ଠୋକ୍ ମନା କରିଦେଉଛନ୍ତି । ଆଉ ପଚାରିଲେ କହୁଛନ୍ତି କି ଏ କଏନ ଆଉ  ଚଳୁନାହିଁ । ତେବେ ସତରେ କଣ ବଜାରରେ ଉପଲବ୍ଧ ସମସ୍ତ କଏନ ତଥା ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏବଂ ଦଶ ଟଙ୍କିଆ ମୁଦ୍ରା ଅଚଳ ?  

{"id":129355}

ଲୋକଙ୍କ ମନରୁ ଏଭଳି ଭ୍ରାନ୍ତ ଧାରଣା ହଟାଇବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏବେ ପୁଣି ଥରେ ମୁଦ୍ରାକୁ ନେଇ ଗାଇଡଲାଇନ ଜାରି କରାଯାଇଛି । ଯେଉଁଥିରେ ଆରବିଆଇ ସ୍ପଷ୍ଟ କରିଛି କି, ବଜାରରେ ପ୍ରଚଳିତ ସମସ୍ତ  ମୁଦ୍ରା ତଥା ଟଙ୍କିକିଆ, ଦୁଇ ଟଙ୍କିଆ, ପାଞ୍ଚ ଟଙ୍କିଆ ଏବଂ ଦଶ ଟଙ୍କିଆ କଏନ ବୈଧ ଅଟେ ଏବଂ ଅଚଳ କହି କୌଣସି ବି ଦୋକାନୀ କିମ୍ବା ଗାଡିବାଲା କିମ୍ବା ଅନ୍ୟ କୌଣସି ବ୍ୟକ୍ତି ଏହି ସବୁ କଏନକୁ ନେବା ପାଇଁ ମନା ମଧ୍ୟ କରିପାରିବେ ନାହିଁ । ତେବେ ଯଦି କୌଣସି ବ୍ୟକ୍ତି କଏନ ଗ୍ରହଣ କରିବାକୁ ମନା କରିଦିଅନ୍ତି ତେବେ ଏନେଇ ଆପଣ ପୁଲିସରେ ଅଭିଯୋଗ କରିପାରିବେ, ଯାହା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କୁ ସାତ ବର୍ଷ କାଳ ଜେଲର ହାୱା ଖାଇବାକୁ ପଡିପାରେ ।

{"id":154211}

ଆରବିଆଇ କହିଛି କି ବଜାରରେ ପ୍ରଚଳିତ  ବିଭିନ୍ନ ରାଶିର ଯେଉଁ ସବୁ କଏନ ରହିଛି, ତାହା ସଂପୂର୍ଣ୍ଣ ରୂପେ ବୈଧ ଅଟେ । ଏଥିସହିତ ହିଁ ଆରବିଆଇ  ସମସ୍ତ ବ୍ୟାଙ୍କମାନଙ୍କୁ  ନିର୍ଦ୍ଦେଶ ମଧ୍ୟ ଦେଇଛି କି ଗ୍ରାହକଙ୍କଠାରୁ ଏକନ ଗ୍ରହଣ କରିବାକୁ ସେମାନେ ମନା କରିପାରିବେ ନାହିଁ । ତେବେ ଲୋକଙ୍କର ଆର୍ଥିକ କାରବାରକୁ ସୁଗମୟ କରିବା ପାଇଁ ସମୟେ ସମୟେ ଯେଉଁ ସବୁ କଏନ ବଜାରକୁ ଆସୁଛି ତାର ବିଶେଷତାଗୁଡିକ ଭିନ୍ନ ହୋଇଥାଏ । ସେଗୁଡିକ ବିଭିନ୍ନ ବିଚାର.. ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ.. ସହ ପ୍ରେରିତ ହୋଇଥାଏ । ଏଥି ସହିତ ହିଁ ଆରବିଆଇ କହିଛି କି,  କଏନର ପ୍ରଚଳନ ଦୀର୍ଘ ସମୟ ଧରି ଚାଲେ  ।ତେଣୁ ଏଥିପାଇଁ  ଭିନ୍ନ ଭିନ୍ନ ଡିଜାଇନ ଏବଂ ଆକାରର କଏନ ଜାରି ମଧ୍ୟ କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.