ଆଜି ରାତିରୁ ମଙ୍ଗଳବାର ସକାଳ ଯାଏଁ ସବୁ ବନ୍ଦ, ନିୟମରେ ପରିବର୍ତ୍ତନ କଲେ ସରକାର

Published By : Prameya-News7 Bureau | April 30, 2021 IST

ଲକ୍ଷ୍ନୌ, ୩୦।୦୪: ଶୁକ୍ରବାର ରାତିରୁ ମଙ୍ଗଳବାର ସକାଳ ଯାଏଁ ସବୁ ବନ୍ଦ । ଉତ୍ତର ପ୍ରଦେଶରେ କରୋନା ମାମଲା ଲଗାତାର ବୃଦ୍ଧି ପାଉଥିବାରୁ  ସରକାର ସପ୍ତାହାନ୍ତ ଲକଡାଉନ୍‌ରେ ବଡ ପରିବର୍ତ୍ତନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସପ୍ତାହନ୍ତ ଲକଡାଉନ ଅବଧି ଗୋଟିଏ ଦିନ ବଢ଼ାଇ ଦେଇଛନ୍ତି। ବର୍ତ୍ତମାନ ଶୁକ୍ରବାର ରାତି ୮ଟା ରୁ ମଙ୍ଗଳବାର ସକାଳ ୭ଟା ଯାଏଁ ରାଜ୍ୟରେ ଲକଡାଉନ ରହିବ।

ରାଜ୍ୟରେ ସପ୍ତାହନ୍ତ ଲକଡାଉନ ପରେ କରୋନା ସଂକ୍ରମଣ ମାମଲା କିଛି ମାତ୍ରାରେ ହ୍ରାସ ପାଇଛି। ସେଥିପାଇଁ ଲକଡାଉନ ଅବଧି ଆଉ ଗୋଟିଏ ଦିନ ବଢ଼ାଇ ଦିଆଯାଇଛି। ରାଜ୍ୟରେ ବର୍ତ୍ତମାନ ୩ ଦିନ ଲକଡାଉନ ଲାଗୁ ହେବ। ଏହି ସମୟରେ ଆବଶ୍ୟକୀୟ ସେବା ଚାଲୁ ରହିବ। କରୋନା ନିୟମ ଉଲଙ୍ଘନ କରି ବିନା କାମରେ ବାହାରେ ବୁଲିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାଜ୍ୟ ସରକାର ଜାରି କରିଛନ୍ତି ନୂଆ ନିୟମ

ଉତ୍ତର ପ୍ରଦେଶ ସରକାରଙ୍କ ନୂଆ ନିୟମ ଅନୁସାରେ, ରାଜ୍ୟରେ ସମସ୍ତ ସପିଂ ମଲ, ରେଷ୍ଟୁରାଣ୍ଟ, ଖେଳ କମ୍ପ୍ଲେକ୍ସ, ଜିମ୍, ସ୍ପା ଓ ସ୍ୱିମିଂ ପୁଲ୍ ବନ୍ଦ ରହିବ । କେବଳ ଜରୁରୀକାଳିନ ସେବା ଜାରି ରହିବ । ବସ୍, ଟ୍ରେନ୍, ମେଟ୍ରୋ ଓ କ୍ୟାବ୍ ଆଦି ସେବା ଜାରି ରହିବ । କିନ୍ତୁ ଏହାର କ୍ଷମତା ୫୦ ପ୍ରତିଶତକୁ ହ୍ରାସ କରିଦିଆଯାଇଛି ।ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ଅଧା କର୍ମଚାରୀରେ ଚାଲିବ ବୋଲି ସରକାର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.