ଚଳିତ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ ହେବ ମଡେଲ ସିଲାବସ୍ ବ୍ୟବସ୍ଥା: ସବୁ କ୍ଲାସ ହେବ ସ୍ମାର୍ଟ କ୍ଲାସ

Published By : Prameya-News7 Bureau | April 26, 2019 IST

ଭୁବନେଶ୍ବର ୨୬|୪:ଚଳିତ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ଲାଗୁ ହେବ ମଡେଲ ସିଲାବସ୍‌ ବ୍ୟବସ୍ଥା । ଜାତୀୟସ୍ତରୀୟ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ହେଉଥିବାରୁ ପ୍ଲସ୍‌ ଥ୍ରୀ ସ୍ତରରେ ଗୁଣାତ୍ମକ ଶିକ୍ଷା ପାଇଁ ମଡେଲ ସିଲାବସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ ।…..

{"id":107695}

ଚଳିତ ଶିକ୍ଷାବର୍ଷ ଠାରୁ ରାଜ୍ୟରେ ୟୁଜିସି ମଡେଲ ଅନୁଯାୟୀ ପାଠ ପଢ଼ିବେ ଯୁକ୍ତ ତିନି ଛାତ୍ରଛାତ୍ରୀ । ରାଜ୍ୟର ୧୦୧ଟି କଲେଜରେ ସ୍ମାର୍ଟ କ୍ଲାସରୁମ ବ୍ୟବସ୍ଥା ସହ ସବୁ ସ୍ମାର୍ଟ କ୍ଲାସରୁମରେ କ୍ୟାମେରା ପ୍ରୋଜେକ୍ଟର, ମାଇକ୍ରୋଫୋନ୍‌, ଅଡ଼ିଓ ଭିଜୁଆଲ ପ୍ରୋଜେକ୍ଯର ମାଧ୍ୟମରେ ପାଠ ପଢ଼ିବେ ପିଲା । ସେହିଭଳି ଯୁକ୍ତ ତିନି ସ୍ତରରେ ଗୁଣାତ୍ମ ଶିକ୍ଷା ପାଇଁ ଚଳିତ ବର୍ଷ ଠାରୁ ମଡେଲ ସିଲାବସ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚ ଶିକ୍ଷା ବିଭାଗ । ଏଥି ସହ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଧିକରୁ ଅଧିକ ଗବେଷଣା ପାଇଁ ରାଜ୍ୟ ଷ୍ଟେଟ୍‌ ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ବ୍ୟବସ୍ଥା କରାଯିବ ।

{"id":107696,"width":582,"height":285}

 ଭୁବନେଶ୍ବରରେ ଅନୁଷ୍ଠିତ କୁଳପତି ସମ୍ମିଳନୀରେ ବିଶ୍ବବିଦ୍ୟାଳୟଗୁଡ଼ିକରେ ପ୍ରଶାସନିକ ବ୍ୟବସ୍ଥା, ଆର୍ଥିକ ସହଯୋଗ ଏବଂ ଏକାଡେମିକ୍‌ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଥିଲା । ତେବେ ଚଳିତ ୨୦୧୯-୨୦ ଶିକ୍ଷା ବର୍ଷ ଠାରୁ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ବବିଦ୍ୟାଳୟ ଗୁଡ଼ିକରେ ପିଜି କୋର୍ସ ପାଇଁ ଆଦର୍ଶ ସିଲାବସ ଲାଗୁ କରିବାକୁ ଯୋଜନା ହୋଇଥିଲେ ମଧ୍ୟ ନିଷ୍ପତ୍ତି ଚୁଡ଼ାନ୍ତ ହୋଇପାରିନି ।

{"id":107697}

ଏହି କୁଳପତି ସମ୍ମିଳନୀରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଶ୍ବବିଦ୍ୟାଳୟ, କୁଳପତି ଓ ପିଜି କାଉନସିଲ୍‌ ଅଧ୍ୟକ୍ଷ, ରେଜିଷ୍ଟ୍ରାରମାନଙ୍କ ସହ ଉଚ୍ଚଶିକ୍ଷା ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

{"id":107698,"width":581,"height":294}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.