ଛତ୍ରପୁର ବ୍ଲକର ୨ ପଞ୍ଚାୟତର ସମସ୍ତେ ପ୍ରାର୍ଥୀ ନିର୍ଦ୍ବନ୍ଦରେ ନିର୍ବାଚିତ

Published By : Prameya-News7 Bureau | January 28, 2022 IST

ଖଲ୍ଲିକୋଟ ୨୮।୧: ତ୍ରିସ୍ତରୀୟ ପଚାଂୟତ ନିର୍ବ।ଚନ ପାଇଁ ଚଳଚଚଂଳ ଗାଁ ରାଜନୀତି। ହେଲେ ନିର୍ବ।ଚନ ପୂର୍ବରୁ ସରପଂଚ, ସମିତିସଭ୍ୟ ଓ ଓ୍ବାର୍ଡ ମେମ୍ବର ସମସ୍ତେ ନିର୍ଦ୍ବନ୍ଦରେ ନିର୍ବ।ଚିତ। ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକର ଚମାଖଣ୍ଡି ଓ ଅଗସ୍ତିନୁଆଗଁ ପଚାଂୟତରେ ଏହା ଦେଖିବାକୁ ମିଳିଛି। ଛତ୍ରପୁର ବ୍ଲକର ୧୮ଟି ପଚାଂୟତକୁ ନେଇ ଗଠିତ ହୋଇଥିବା ବେଳେ ଚମାଖଣ୍ଡି ପଚାଂୟତର ସରପଂଚ ଭାବେ ସିଏଚ. ମନୋଜ କୁମାର ରେଡ୍ଡୀ, ସମିତି ସଭ୍ୟ ଭାବେ ଏନ୍.ଚନ୍ଦ୍ରେୟା ରେଡ୍ଡୀ ଓ ସମସ୍ତ ଓ୍ବାର୍ଡ ମେମ୍ବର ନିର୍ଦ୍ବନ୍ଦରେ ନିର୍ବ।ଚିତ ହୋଇଛନ୍ତି ।

ସେହିପରି  ଅଗସ୍ତିନୁଆଗଁ ପଚାଂୟତରେ ସରପଂଚ ଭାବେ ଉର୍ମିଳା ଦାସ ଓ ସମିତି ସଭ୍ୟ ଭାବେ କିରନ କୁମାରୀ ଦାସ ଏବଂ ସମସ୍ତ ଓ୍ବାର୍ଡ ମେମ୍ବର ନିର୍ଦ୍ବନ୍ଦରେ ନିର୍ବ।ଚିତ ହୋଇଛି। ସେହିପରି କଣମଣା ପଚାଂୟତର ସମିତି ସଭ୍ୟା ଭାବେ ରସ୍ମିତା ଦେହୁରୀ ନିର୍ଦ୍ବନ୍ଦରେ ନିର୍ବ।ଚିତ ହୋଇଛନ୍ତି । ଛତ୍ରପୁର ବ୍ଲକରେ ମଇଦାନରେ ଏବେ ୩୪୫ଜଣ ପ୍ରାର୍ଥୀ ମଧ୍ୟରେ ଲଢେଇ ହେବ। ସେଥିମଧ୍ୟରୁ ସରପଂଚ ୫୪ ଜଣ, ସମିତି ସଭ୍ୟା ୪୮ ଓ ଓ୍ବାର୍ଡ ମେମ୍ବର ୨୪୩ ଜଣ ପ୍ରାର୍ଥୀ ରହିଛନ୍ତି । ଛତ୍ରପୁର ବ୍ଲକରେ ଫେବୃଆରୀ ୨୦ରେ ନିର୍ବ।ଚନ ହେବାକୁ ଥିବାବେଳେ ୧ ଲକ୍ଷ ୧୩ ହଜାର ୪୫୬ ଭୋଟର ରହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.