ଆସନ୍ତାକାଲି ଦିନ ୧୧ରୁ ରାଜ୍ୟରେ ସମସ୍ତ ବସ୍ ଚଳାଚଳ ବନ୍ଦ

Published By : Prameya-News7 Bureau | March 23, 2020 IST

ଭୁବନେଶ୍ୱର, ୨୩|୦୩:    ମଙ୍ଗଳବାର ଦିନ ୧୧ଟାରୁ ସାରା ରାଜ୍ୟରେ ବସ ଚଳାଚଳ ବନ୍ଦ ରହିବ। କରୋନାର ଭୟାବହତାକୁ ନଜରରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

ଆଜି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଏହି ସୂଚନା ଦେଇଛନ୍ତି। ସୋମବାର ମଧ୍ୟ ରାତ୍ର ୧୨ଟାରୁ ସିଟି ବସ ଚଳାଚଳ ବନ୍ଦ ରହିବ। ସେହିପରି ଆସନ୍ତାକାଲି ଦିନ ୧୧ଟାରୁ ରାଜ୍ୟର ସମସ୍ତ ବସ ଚଳାଚଳ ବନ୍ଦ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.