Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ବୋଇଂ ୭୩୭ ମାକ୍ସ ଉଡାଣ ଉପରେ ରୋକ୍, ଇଥୋପିଆ ଏୟାରଲାଇନ୍ସର ବୋଇଂ ଦୁର୍ଘଟଣା ପରେ ଡିଜିସିଏର ନିଷ୍ପତ୍ତି

13/03/2019 at 12:00 PM

ନୂଆଦିଲ୍ଲୀ ୧୩|୩ : ବୋଇଂ ୭୩୭ ମାକ୍ସ  ଯାତ୍ରୀବାହୀ ପ୍ଲେନ୍ ଭାରତରୁ ବାହାରକୁ ଯିବା ଓ ଆସିବା ଉପରେ ରୋକ୍ ଲଗାଇଛି ଡିଜିସିଏ । ଆଜି ଅପରାହ୍ନ ୪ଟା ସୁଦ୍ଧା ଏହି ପ୍ଲେନ୍ ସବୁ ଓଡାଣ ନକରି ପାର୍କିଂ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଭାରତର ସମସ୍ତ ବିମାନ ବନ୍ଦରକୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏହିସବୁ ଉଡାଜାହାଜରେ ଯାନ୍ତ୍ରିକ ତ୍ରୁଟି ରହିଥିବା, ଏହାର ରକ୍ଷଣାବେକ୍ଷଣ ସଠିକ୍ କରାଯାଉନଥିବା ଏବଂ ଏହାକୁ ଚଳାଉଥିବା ପାଇଲଟ୍ ଠିକ୍ ଟ୍ରେନିଂ ପାଉନଥିବା ନେଇ ଅଭିଯୋଗ ରହିଛି ।

ନିକଟରେ ଇଥୋପିଆ ଏୟାରଲାଇନସ ଏହି ବୋଇଂ ବିମାନ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ସମସ୍ତ ୧୫୬ ଜଣ ଯାତ୍ରୀ ଓ କ୍ରୁ ମେମ୍ବର ପ୍ରାଣ ହରାଇଥିଲେ । ଏହାପରେ ଏହି ବୋଇଂ ଉଡାଣ ଉପରେ ପ୍ରଶ୍ନ ଚିହ୍ନ ଲାଗିଛି । ଭାରତରେ ସ୍ପାଇସ୍ ଜେଟ୍ ଏହି ଧରଣର ବିମାନ ପରିଚାଳନା କରୁଛି ।

ଭାରତ ସମେତ ୧୩ଟି ଦେଶ ବୋଇଂ ୭୩୭ ମାକ୍ସ  ଉଡାଣ କରୁଛନ୍ତି । ୨୭ଟି ଏୟାର ଲାଇନସ୍ ଏହି ବିମାନ ଉପରେ କଟକଣା ଲଗାଇସାରିଲେଣି । ଏବେ ସୁଦ୍ଧା ୨ଟି ଏହି ଧରଣ ବିମାନ ଦୁର୍ଘଟଣାରେ ମୋଟ୍ ୩୪୬ ଜଣଙ୍କ ମୃତ୍ୟୁ ହୋଇସାରିଲାଣି ।     

   Related Posts