ଓଡିଶାରେ ଲାଗୁ ହେବ ଆୟୁଷ୍ମାନ ଯୋଜନା ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟର ସମସ୍ତ ବିଜେପି ସାଂସଦ

Published By : Prameya-News7 Bureau | August 12, 2019 IST

ଭୁବନେଶ୍ବର୧୨|୮; ଓଡିଶାରେ ଆୟୁଷ୍ମାନ ଯୋଜନା ଲାଗୁକରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟର ସମସ୍ତ ବିଜେପି ସାଂସଦ । କିଛିଦିନ ତଳେ ଆୟୁଷ୍ମାନ ଯୋଜନା ସିଇଓ ଓଡିଶା ସରକାରଙ୍କ କଥା ହୋଇଯିବା ଏବଂ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ କରିବାକୁ ବିଜେଡିର କିଛି ସାଂସଦ ସଂସଦରେ ସହମତି କରିବା ସୂଚନା ଦେଇଥିଲା ଯେ ଆଗକୁ ଏଦିଗରେ କିଛି ସକାରତ୍ମକ ବାଟ ବାହାରିବ । ଏବେ ରାଜ୍ୟର ସବୁ ବିଜେପି ସାଂସଦ ମିଶିକରି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଆୟୁଷ୍ମାନ ଯୋଜନା ଓଡିଶାରେ ଲାଗୁ ହେବା ନେଇ ଏକପ୍ରକାର ବାଟ ଫିଟିଛି ବୋଲି କୁହାଯାଉଛି । ଏଥିପାଇଁ ବିଜେପି- ବିଜେଡି ଭିତରେ ବଢୁଥିବା ବନ୍ଧୁତାହିଁ ସୁଯୋଗ ସୃଷ୍ଟି କରିଥିବା ନେଇ ଚର୍ଚା ଜୋର ଧରିଛି ।

{"id":143721}

ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ଆଉପାଦେ ଆଗକୁ ବଢିଛି କଥା । ଓଡିଶାରେ ଶୀଘ୍ର ଏହି ଯୋଜନା ଲାଗୁ କରିବାକୁ ରାଜ୍ୟର ସବୁ ବିଜେପି ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଚିଠି ଲେଖିବା ଏହା ଦର୍ଶାଉଛି । ସାଂସଦମାନେ ମୁଖ୍ୟମନ୍ତ୍ରୀଙ୍କୁ ଅପିଲ କରିଛନ୍ତି ଯେ ରାଜ୍ୟବାସୀଙ୍କ ସୁବିଧା ଓ ସ୍ବାର୍ଥ ପାଇଁ କେନ୍ଦ୍ର ସରକାରଙ୍କ ଏହି ଫ୍ଲାଗସିପ୍ କାର୍ଯ୍ୟକ୍ରମକୁ ଲାଗୁ କରାଯାଉ । ଯେହେତୁ ଆୟୁଷ୍ମାନ ଯୋଜନାରେ ଦେଶର ୫୦ କୋଟି ଏବଂ କେବଳ ଓଡିଶାର ୬୧ ଲକ୍ଷ ହିତାଧିକାରୀ ଉପକୃତ ହେବେ ସେଥିପାଇଁ ଏଭଳି ଏକ ଭଲ ଯୋଜନାରୁ ଓଡିଶାବାସୀ ଲାଭ ଉଠାଇବା ଦରକାର ବୋଲି ବିଜେପି ସାଂସଦ ଯୁକ୍ତି ଦର୍ଶାଇଛନ୍ତି । ଯୋଜନା ଲାଗୁ ହେଲେ ରାଜ୍ୟ ସରକାରଙ୍କ ଉପରୁ ମଧ୍ୟ ସ୍ବାସ୍ଥ୍ୟ ସେବା ବୋଝ ହାଲୁକା ହେବ ବୋଲି କୁହାଯାଇଛି ।

{"id":143722}

ସାଧାରଣ ନିର୍ବାଚନ ପୂର୍ବରୁ ଆୟୁଷ୍ମାନ ଯୋଜନାକୁ ନେଇ ବିଜେଡି-ବିଜେପି ଭିତରେ କଥା କଟାକଟି ଚାଲିଥିଲା । ୨୦୧୧ ଜନଗଣନା ଅନୁସାରେ ୬୧ ଲକ୍ଷ ପରିବାରକୁ ଆୟୁଷ୍ମାନ ଯୋଜନାରେ ସାମିଲ ପାଇଁ କେନ୍ଦ୍ର ଚାହୁଥିବା ବେଳେ ରାଜ୍ୟ ସରକାର ୭୦ ଲକ୍ଷ ପରିବାରକୁ ସଂପୃକ୍ତ କରିବାକୁ ଦାବି କରିଥିଲେ । ହେଲେ କେନ୍ଦ୍ର ଶୁଣିନଥିଲା ।

{"id":143724}

ଆୟୁଷ୍ମାନ ଯୋଜନା ଆସିବା ପୂର୍ବରୁ ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା କରି ସ୍ବତନ୍ତ୍ରଭାବେ ମହିଳାଙ୍କ ପାଇଁ ୭ ଲକ୍ଷ ଏବଂ ପରେ ୧୦ଲକ୍ଷ ସ୍ବାସ୍ଥ୍ୟ ସୁରକ୍ଷା ଘୋଷଣା କରିଥିଲେ । ହେଲେ ନିର୍ବାଚନ ପରେ ରାଜ୍ୟ ସରକାର ଏତେବଡ ଆର୍ଥିକ ବୋଝ ନେବା ପାଇଁ ଚାହୁଁନଥିବାରୁ ଆୟୁଷ୍ମାନ ଯୋଜନା ଲଗାଇବା ଫର୍ ରେ ଅଛନ୍ତି ବୋଲି ଚର୍ଚା ଆରମ୍ଭ ହୋଇଥିଲା । ସେଥିପାଇଁ ଆୟୁଷ୍ମାନ ଯୋଜନାର ସିଇଓ ଓଡିଶା ଆସି ସ୍ବାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟଶାସନ ସଚିବଙ୍କ ସହ ଆଲୋଚନା କରିଯିବାପରେ କଥା ଆଗକୁ ବଢିଥିଲା ।

{"id":143723}

ନିର୍ବାଚନ ପୂର୍ବରୁ ଓ ପରେ ଆୟୁଷ୍ମାନ ଯୋଜନା ଲାଗୁକରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟସରକାରଙ୍କୁ ୫ ଥର କହିସାରିଲେଣି । ଏବେ ଯେହେତୁ କେନ୍ଦ୍ରର ମୋଦି ସରକାର ଓ ରାଜ୍ୟର ନବୀନ ସରକାର ଭିତରେ ସଂପର୍କ ଆଗକୁ ବଢୁଛି, କୁହାଯାଉଛି ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ରାଜ୍ୟ ସରକାର ଗ୍ରିନ୍ ସିଗନାଲ ଦେଇପାରନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.