Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ବିଶ୍ବକପ ହକି ପାଇଁ ସଜବାଜ : ଭୁବନେଶ୍ବରରେ ବାର ଓ ରେସ୍ତୋରାଁ ଖୋଲା ରହିବ ରାତି ସାଢେ ଗୋଟେ ଯାଏଁ

22/11/2018 at 6:44 PM

ଭୁବନେଶ୍ବର ୨୨|୧୧: ହକି ପାଇଁ ରାଜଧାନୀ ଭୁବନେଶ୍ବର ସଜବାଜ । ଖେଳାଳିଙ୍କ ଖାଇବା ପିଇବା ସବୁ ବ୍ୟବସ୍ଥା କିଭଳି ଠିକ୍ ଭାବେ ହେବ ସେନେଇ ସରକାର ବି ବ୍ୟଗ୍ର । ସେଥିପାଇଁ ରେଷ୍ଟୁରାଣ୍ଟ ଓ ବାର ରାତି ସାଢେ ଗୋଟାଏ ପର୍ଯ୍ୟନ୍ତ ଖୋଲିବାକୁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସେପଟେ ଆଜି ଫ୍ରାନ୍ସ ଟିମ୍ ଆସି ପହଞ୍ଚିଛି ।ଚୀନ୍‌ ଟିମ୍ ରାତିରେ ପହଞ୍ଚିବ ।

ବିଶ୍ବକପ୍ ପାଇଁ ଧିରେ ଧିରେ ରାଜଧାନୀ ଭୁବନେଶ୍ବରକୁ ଧରିଲାଣି ହକି ଫିଭର । ଗୋଟିଏ ପରେ ଗୋଟିଏ ଟିମ୍ ବି ଭୁବନେଶ୍ବର ମାଟିରେ ପାଦ ଦେଲେଣି । କାଲି ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ଟିମ୍ ଆସି ପହଞ୍ଚିଥିବା ବେଳେ ଆଜି ସକାଳେ ପହଁଚିଛି ଫ୍ରାନ୍ସ ଟିମ୍ । ୨୮ ବର୍ଷ ପରେ ଫ୍ରାନ୍ସ ଟିମ୍ ବିଶ୍ବକପ୍ ଖେଳିବାକୁ ସୁଯୋଗ ପାଇଛି । ତେଣୁ ଟିମ୍‌କୁ ଜବରଦସ୍ତ ସ୍ବାଗତ କରିଛି କ୍ରୀଡା ବିଭାଗ । ସେପଟେ ଆଜି ମିଡ୍ ନାଇଟରେ ପହଞ୍ଚିବା ଚୀନ୍ ଟିମ୍ ।ଟିମ୍ ଗୁଡିକ ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରାକ୍ଟିସ ବି ଆରମ୍ଭ କରିଦେଇଛନ୍ତି ।ଟିମ୍‌ଗୁଡିକର ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି ।

ସେପଟେ କିଭଳି ଖେଳାଳି ଓ ଦର୍ଶକଙ୍କ ମନୋରଞ୍ଜନ ହୋଇପାରିବ ସେନେଇ ସରକାର ବି ବ୍ୟବସ୍ଥା କରିଛନ୍ତି । ଭୁବନେଶ୍ବରର ସମସ୍ତ ହୋଟେଲରେ ଥିବା ରେଷ୍ଟୁରାଣ୍ଟ ଓ ବାର ରାତି ସାଢେ ଗୋଟାଏ ପର୍ଯ୍ୟନ୍ତ ଖୋଲା ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଏକ ଗେଜେଟ ନୋଟିଫିକେସନ ପ୍ରକାଶ ପାଇଛି । ଯେଭଳି ଖେଳ ପରେ ଖେଳାଳି ଓ ଦର୍ଶକଙ୍କ ଖାଇବା ପିଇବାରେ ଅସୁବିଧା ନହୁଏ ସେଥିପାଇଁ ଧ୍ୟାନ ଦିଆଯାଇଛି ।

ବିଶ୍ବକପ୍ ପାଇଁ ରାଜଧାନୀ ବି ବେଶ ସଜେଇ ହୋଇଗଲାଣି । ୱାଲ୍‌ ପେଣ୍ଟିଂ ଠାରୁ ଆରମ୍ଭ କରି ଫୁଟପାଥ୍ କଲର କାମ ଏକ ପ୍ରକାର ଶେଷ ପର୍ଯ୍ୟାୟରେ । ମାତ୍ର ୪ ଦିନପରେ ବିଶ୍ବକପ୍ ହକି ମହାକୁମ୍ଭ ଆରମ୍ଭ ହେବାକୁ ଥିବାରୁ ସମସ୍ତଙ୍କ ମନରେ ବ୍ୟଗ୍ରତା ବଢିଚାଲିଛି ।

   Related Posts