ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଥିବା ଗୁଜବ ମିଛ ; ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଖୋଲାରହିବ ସମସ୍ତ ବ୍ୟାଙ୍କ
31/08/2018 at 2:44 AM

ଦେଶର ସମସ୍ତ ବ୍ୟାଙ୍କ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଖୋଲା ରହିବ | ବ୍ୟାଙ୍କ ଗୁଡିକ କେବଳ ରବିବାର,୨ ତାରିଖ ଏବଂ ଦ୍ୱିତୀୟ ଶନିବାର, ୮ ତାରିଖରେ ବନ୍ଦ ରହିବ | ସମସ୍ତ ରାଜ୍ୟର ଏଟିଏମ କାର୍ଯ୍ୟରତ ରହିବ |
ସୂଚନାଯୋଗ୍ୟ ଯେ, ସୋସିଆଲ ମିଡ଼ିଆରେ ସୃଷ୍ଟି ହୋଇଥିବା ଆସନ୍ତା ୬ ଦିନ ପାଇଁ ସମସ୍ତ ବ୍ୟାଙ୍କ ବନ୍ଦ ରହିବା ଗୁଜବ ଲୋକଙ୍କ ମନରେ ଆତଙ୍କ ଖେଳେଇଦେଇଥିଲା | ତେବେ ଏହା ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବା ଏବଂ ସମସ୍ତ ବ୍ୟାଙ୍କ କାର୍ଯ୍ୟ ଚାଲୁ ରହିବ | ବ୍ୟାଙ୍କ ଗୁଡିକ କେବଳ ସେପ୍ଟେମ୍ବର ୨ ତାରିଖ ଏବଂ ମାସର ଦ୍ୱିତୀୟ ଶନିବାର ବନ୍ଦ ରହିବ | ତେବେ ଏଟିଏମରେ ପର୍ଯ୍ୟାପ୍ତ ପରିମାଣର ଟଙ୍କା ଭର୍ତ୍ତି କରିରଖିବାକୁ ବ୍ୟାଙ୍କଗୁଡିକୁ ନିର୍ଦେଶ ଦିଆଯାଇଛି |
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021