ମାର୍ଚ୍ଚ ମାସରେ ୯ଦିନ ବନ୍ଦ ରହିବ ସମସ୍ତ ବ୍ୟାଙ୍କ : ଆଗରୁ କରିଦିଅନ୍ତୁ କ୍ୟାସର ବ୍ୟବସ୍ଥା

Published By : Prameya-News7 Bureau | March 02, 2019 IST

ମାର୍ଚ୍ଚ ମାସରେ ଦିନେ ନୁହେଁ ଦୁଇ ଦିନ ନୁହେଁ ପୂରା ୯ଦିନ ଯାଏଁ ସମସ୍ତ ବ୍ୟାଙ୍କ୍ ବନ୍ଦ ରହିବ। ଏଥିପାଇଁ ଆପଣଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଛୁଟି ଯୋଗୁଁ ଏଟିଏମରେ କ୍ୟାସର ସ୍ବଳ୍ପତା ମଧ୍ୟ ହୋଇଥାଏ। ଏଥିପାଇଁ ଆପଣ ଆଗରୁ କ୍ୟାସ୍ ଉଠାଇଦିଅନ୍ତୁ କାରଣ ସେତେବେଳେ ଆପଣଙ୍କୁ କୈାଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆସନ୍ତୁ ଜାଣିବା କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ।

ମାର୍ଚ୍ଚ ୩ତାରିଖ ରବିବାର। ମାର୍ଚ୍ଚ ୪ତାରିଖ ଶିବ ଭକ୍ତଙ୍କ ବଡ଼ ପର୍ବ ମହା ଶିବରାତ୍ରି। ଏହି ଦିନ ସବୁ ଶିବ ଭକ୍ତ ମନ୍ଦିର ଯାଇ ଶିବଙ୍କ ଆରାଧନା କରିଥାଆନ୍ତି। ଏହି ୨ଦିନ ବ୍ୟାଙ୍କ୍ ବନ୍ଦ ରହିବ। ମାର୍ଚ୍ଚ ୯ତାରିଖ ମାସର ଦ୍ବିତୀୟ ଶନିବାର। ପ୍ରତି ମାସର ଦ୍ବିତୀୟ ଶନିବାର ବ୍ୟାଙ୍କ୍ ବନ୍ଦ ରହେ। ୯ତାରିଖ ପରେ ୧୦ତାରିଖ ରବିବାର ଯୋଗୁଁ ବ୍ୟାଙ୍କ୍ ବନ୍ଦ। ପରବର୍ତ୍ତୀ ରବିବାର ୧୭ତାରିଖ ହୋଇଥିବା ଯୋଗୁଁ ବ୍ୟାଙ୍କ୍ ବନ୍ଦ।

ମାର୍ଚ୍ଚ ୨୧ତାରିଖ ହିନ୍ଦୁଙ୍କ ମହାପର୍ବ ହୋଲି। ଏହା ବସନ୍ତ ଋତୁର ଗୋଟିଏ ବଡ଼ ପର୍ବ। ଏହା ଫାଲଗୁନ ମାସର ପୂର୍ଣ୍ଣିମାରେ ହୋଇଥାଏ।  ହୋଲି ପାରମ୍ପରିକ ଭାବରେ ଦୁଇ ଦିନ ପାଳନ କରାଯାଏ। କିନ୍ତୁ ଗୋଟିଏ ଦିନ ବ୍ୟାଙ୍କ୍ ବନ୍ଦ ରହିବ।ଏହି ଦିନ ଆପଣ ବ୍ୟାଙ୍କର ସୁବିଧା ଉଠାଇ ପାରିବେ ନାହିଁ।

ମାର୍ଚ୍ଚ ୨୩ତାରିଖ ମାସର ଚତୁର୍ଥ ଶନିବାର । ଏହି ଦିନ ମଧ୍ୟ ବ୍ୟାଙ୍କ୍ ବନ୍ଦ ରହିବ। ୨୪ତାରିଖ ଏବଂ ୩୧ତାରିଖ ରବିବାର ଯୋଗୁଁ ବ୍ୟାଙ୍କ ବନ୍ଦ। ଏଥିପାଇଁ ଏହି ୩ଦିନ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ଏହି ମାସରେ ସମୁଦାୟ ୯ଦିନ ବ୍ୟାଙ୍କ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.