କାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ : ୧୨ ରାଜ୍ୟର ୯୫ ଲୋକସଭା ଆସନରେ ହେବ ମତଦାନ, ଭେଲୋର ଓ ତ୍ରିପୁରାରେ ଘୁଞ୍ଚିଲା ଭୋଟ୍

Published By : Prameya-News7 Bureau | April 17, 2019 IST

ନୂଆଦିଲ୍ଲୀ ୧୭।୪: କାଲି ଦ୍ବିତୀୟ ପର୍ଯ୍ୟାୟ ଭୋଟ୍ । ୧୨ ଟି ରାଜ୍ୟର ୯୫ ଟି ଲୋକସଭା ଆସନରେ ହେବ ମତଦାନ । ୯୭ ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ପାଇଁ ନିର୍ଦ୍ଧାରଣ କରାଯାଇଥିବା ବେଳେ ତ୍ରିପୁରା ଓ ଭେଲୋରରେ ନିର୍ବାଚନକୁ ଘୁଞ୍ଚେଇ ଦିଆଯାଇଛି ।

ଦ୍ବିତୀୟ ପର୍ଯ୍ୟାୟରେ ତାମିଲନାଡ଼ୁର ୩୮ ଲୋକସଭା ଆସନ, କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୦,  ଉତ୍ତର ପ୍ରଦେଶର ୮ଟି, ଆସାମ, ବିହାର ଏବଂ ଓଡ଼ିଶାର ୫ଟି ଲେଖାଏଁ ଆସନ, ଛତିଶଗଡ଼ ଏବଂ ପଶ୍ଚିମବଂଗର ୩ଟି ଲେଖାଏଁ ଆସନ, ଜମ୍ମୁ କଶ୍ମୀରର ୨ଟି ଆସନ ଏବଂ ମଣିପୁର ଓ ପୁଡୁଚେରୀର ଗୋଟିଏ ଲେଖାଏଁ ଲୋକସଭା ଆସନରେ ଭୋଟ୍ ଗ୍ରହଣ ହେବ ।

ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଇଦାନରେ ୧୬୪୪ ପ୍ରାର୍ଥୀ ଥିବା ବେଳେ ସେମାନଙ୍କ ମଧ୍ୟରେ ୪୨୭ ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ଶାନ୍ତି ଶୃଙ୍ଖଳା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.