Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମଶାମାନଙ୍କ ଦ୍ବାରା ହୋଇଥାଏ ଭୟଙ୍କର ରୋଗ କିନ୍ତୁ ସେମାନଙ୍କ ବଂଶ ଲୋପ ପାଇଲେ ମଣିଷ ସମାଜ ପ୍ରତି ବିପଦ! କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ୧୨|୮: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ମୃତ୍ୟୁ କେବଳ ମଶା କାମୁଡ଼ିବା ଦ୍ବାରା  ହିଁ ହୋଇଥାଏ।ମଶା କାମୁଡ଼ିବା ଦ୍ବାରା ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହୋଇଥାଏ। ମଶା କାମୁଡ଼ିବା ଦ୍ବାରା ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିୟା, ସ୍ବାଇନ୍ ଫ୍ଲୁ ଓ ଜୀକା ଭାଇରସ ଭଳି ଭୟଙ୍କର ରୋଗ ହୋଇଥାଏ।

 ସୂଚନାଯୋଗ୍ୟ ଯେ, ପ୍ରତିବର୍ଷ ୧୦ ଲକ୍ଷରୁ ଅଧିକ ଲୋକ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି। ବିଶେଷକରି ଗରିବ ରାଜ୍ୟଗୁଡିକରେ ଅଧିକ ଲୋକ ମଶା କାମୁଡାରେ ମୃତ୍ୟୁବରଣ କରିଥାନ୍ତି। ବର୍ଷା ଦିନରେ ପାଣି ଜମି ଯେଉଁ ମଶା ସୃଷ୍ଟି ହୋଇଥାନ୍ତି। ସେହି ମଶା କାମୁଡ଼ିବା ଦ୍ବାରା ଭୟଙ୍କର ରୋଗ ହୋଇଥାଏ।

ଏନେଇ ଆମେରିକାର ଫ୍ଲୋରିଡାରୁ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ମଶାମାନଙ୍କ ବଂଶ ସମୂର୍ଣ୍ଣ ଭାବେ ଶେଷ ହେବା ଦ୍ବାରା ମନୁଷ୍ୟ ସମାଜ ପାଇଁ ମଧ୍ୟ କ୍ଷତି ହୋଇପାରେ। ଫ୍ଲୋରିଡାର କୀଟ ବୈଜ୍ଞାନିକ ଫିଲ ଲୋନିବସ କହିଛନ୍ତି ଯେ, ମଶାମାନଙ୍କୁ ଏହିଭଳି ଭାବେ ଶେଷ କରିବା ଦ୍ବାରା ମଣିଷ ସମାଜ ଉପରେ ତାହାର ସାଇଟ୍ ଇଫେକ୍ଟ ପଢ଼ିଥାଏ । ଯାହା ମଣିଷ ସମାଜ ଚାହେଁ ନାହିଁ।

​‌ଫିଲ ଲୋନିବସଙ୍କ କହିବାନୁଯାୟୀ, ଛୋଟ ଛୋଟ ଗଛର ରସ ପିଇ ମଶା ରହିଥାନ୍ତିା ମଶାଙ୍କ ଦ୍ବାରା ଏହି ରସ ଚାରିଆଡ଼େ ଖେଳିଯାଇଥାଏ। ଯାହାଫଳରେ ଫୁଲରୁ ସୃଷ୍ଟ ହୋଇଥିବା ଫଳର ବିକାଶ ଦିଗରେ ମଶାମାନେ ମଧ୍ୟ ବହୁତ ସାହାଯ୍ୟ କରିଥାନ୍ତି। ପକ୍ଷୀମାନେ ଖାଦ୍ୟଭାବେ ମଶାମାନଙ୍କୁ ଗ୍ରହଣ କରିଥାନ୍ତି। ଏମାନଙ୍କ ଲାର୍ଭାକୁ ଖାଦ୍ୟ ଭାବେ ମାଛ ଓ ବେଙ୍ଗମାନେ ଗ୍ରହଣ କରିଥାନ୍ତି।

ମଶାମାନଙ୍କୁ ଶେଷ କରିବା ଦ୍ବାରା ପ୍ରାକୃତିକ ଖାଦ୍ୟ ଶୃଙ୍ଖଳା ଉପରେ ପ୍ରଭାବ ପଡ଼ିପାରେ ବୋଲି ଲୋନିବସ କହିଛନ୍ତି। ମଶାଙ୍କୁ ଖାଇ ବଞ୍ଚୁଥିବା ଜୀବମାନେ ମାନବ ସମାଜ ପ୍ରତି କ୍ଷତି କରିପାରନ୍ତି ବୋଲି ସେ କହିଛନ୍ତି । ସୃଷ୍ଟି ଆରମ୍ଭରୁ ଏହିଭଳି ଅନେକ କୀଟ ପତଙ୍ଗଙ୍କ ବଂଶ ଲୋପ ପାଇଛି। ମଶାମାନଙ୍କ ସ୍ଥାନକୁ ପଶୁପକ୍ଷୀମାନେ ଅକ୍ତିଆର କରିଛନ୍ତି। ତେଣୁ ମଶାମାନଙ୍କୁ ଶେଷ କରିବା ପରେ ତାଙ୍କ ସ୍ଥାନରେ ଅଧିକ ବିଷାକ୍ତ ଜୀବ ଆସିପାରନ୍ତି ବୋଲି ଫ୍ଲୋରିଡା ବୈଜ୍ଞନିକ ଫିଲ ଲୋନିବସ କହିଛନ୍ତି।

511 Views

   ସମ୍ବନ୍ଧିତ ଖବର