ଡାଇନିଂ ଟେବୁଲର ଭାତ, ଡାଲିରୁ ଉଠିଲାଣି ଡିଲ୍‌, ଟିକେ ଦହି ରାଇତା ଖାଇ ଉଠିଗଲେ ଦିଦି...

Published By : Prameya-News7 Bureau | February 28, 2020 IST

ଭୁବନେଶ୍ବର୨୮/୨: ଲଞ୍ଚ ଟେବୁଲରେ ପାୱାର ଡିପ୍ଳେ।ମାସି। ଯେଉଁମାନେ ଦିନେ ପରସ୍ପରକୁ ଲଲକାରୁଥିଲେ ସେମାନେ ଏବେ ଏକାଠି। ଏକାଠି ବସିଲେ ଗୃହମନ୍ତ୍ରୀ ଅମିତ ଶାହା, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାତି ପାହିଲେ ବିଭିନ୍ନ ପ୍ରସଙ୍ଗରେ ତୁ ତୁ ମେଁ ମେଁ ହେଉଥିବା ନେତାଙ୍କୁ ଗୋଟିଏ ଗୋଠକୁ ଆଣିଛନ୍ତି ନବୀନ । ନିର୍ବାଚନ ପୂର୍ବରୁ ଅମିତ ଶାହା ନବୀନଙ୍କୁ ପୋଡା ଟ୍ରାନସଫରମର କହି ଆକ୍ଷେପ କରିଥିଲେ ଏବଂ କେନ୍ଦ୍ର ଅବହେଳା ବିରୁଦ୍ଧରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ସିଧା ସମାଲୋଚନା କରିଥିଲେ ।

{"id":230462,"sizeSlug":"large"}

ଖାଲି ସେତିକି ନୁହେଁ ସାଧାରଣ ନିର୍ବାଚନ ବେଳେ ଶାହାଙ୍କ ରାଲିକୁ ରୋକିବା ପାଇଁ ହେଉ କିମ୍ବା ପଶ୍ଚିମବଙ୍ଗରେ ସିରିଜ୍‌ ହିଂସାକାଣ୍ଡ ପାଇଁ ମୁହାଁମୁହିଁ ହୋଇଥିଲେ ମମତା ବାନାର୍ଜୀ ଓ ଅମିତ ଶାହା । ଏବେ ନବୀନ ନିବାସରେ ଏକାଠି ବସି ଓଡିଆ ବ୍ୟଞ୍ଜନ ମନଭରି ଭୋଜନ କରିଛନ୍ତି ଏହି ନେତାମାନେ ।

{"id":230467,"sizeSlug":"large"}

କଥାଟା କାହାକୁ ହଜମ ନ ହଉ ଥିଲେ ବି ଏହା ସତ । ପୂର୍ବାଚଂଳ ପରିଷଦ ବୈଠକରେ ଯେ।ଗ ଦେବାକୁ ଆସିଥିବା ବିହାର ଓ ପଶ୍ଚିମ ବଙ୍ଗର ମୁଖ୍ୟ ମନ୍ତ୍ରୀଙ୍କ ସହ ନବୀନ ନିବାସରେ ବସି ଗୃହମନ୍ତ୍ରୀ ଅମିତ ଶାହା ପେଟ ପୁରା ଓଡିଆ ବ୍ୟଞ୍ଜନର ସ୍ବାଦ ନେଇଛନ୍ତି । ପ୍ରଶ୍ନ ଉଠୁଛି ଏବେ କଣ ବିଜେଡି ବିଜେପି ଭିତରେ ସବୁ ଠିକ ହେ।ଇ ଗଲା କି। ଅମିତ ଶାହା ଓ ମମତା ବାନାର୍ଜୀ ପରସ୍ପରକୁ ଏବେ ଆକ୍ଷେପ କରିବେ ନାହିଁ କି ? ଦିଲ୍ଲୀ ହିଂସା ପାଇଁ ଯେତେବେଳେ କଂଗ୍ରେସ ଅମିତ ଶାହାଙ୍କ ଇସ୍ତଫା ଦାବିରେ ଅଡି ରହିଛି ସେତେବେଳେ ମମତା କିନ୍ତୁ ଆଜି ଏଭଳି କଥାକୁ ଏଡ଼େଇ ଦେଇଥିଲେ।

{"id":230463,"sizeSlug":"large"}

ସେହିପରି ନବୀନ ନିବାସରେ ଭୋଜନ ପରେ ଶାହା ଯୋଗ ଦେଇଥିଲେ ସିଏଏ ବୈଠକରେ। ଆଉ ଶାହା ସେଠାରେ କଣ କହୁଛନ୍ତି ତାହା ଉପରେ ବି ନଜର ଥିଲା। ଶାହା ରାଜ୍ୟରେ ବିଜେପି ସରକାର ଆସିବାକୁ ଦୃଢ଼ୋକ୍ତି ପ୍ରକାଶ କରିଥିଲେ କିନ୍ତୁ ରାଜ୍ୟ ସରକାରଙ୍କୁ ଆକ୍ଷେପ କରିନଥିଲେ। ନବୀନ ନିବାସ ମେନ୍ୟୁରେ ମାଛ  ଝୋଳ ଠାରୁ ଛେନାପେ।ଡ, ରସଗୋଲାଠାରୁ ମଟର ତରକାର, କେତେକଣ ସ୍ବାଦିଷ୍ଟ ବ୍ୟଞନ ଖାଇ ପରସ୍ପର ବିରେ।ଧୀ ନେତା ଶାହା, ମମତା ,ନୀତିନ, ନବୀନ ଓ ଧର୍ମେନ୍ଦ୍ର ଖୁସ ହୋଇଛନ୍ତି ।

{"id":230465,"sizeSlug":"large"}

ଯଦିଓ ମମତା ନିଜସ୍ବ କାରଣ ପାଇଁ ଭରପେଟ ଖାଇନଥିଲେ ଖାଲି ଦହିରାଇତା ଖାଇ ସୌଜନ୍ୟତା ରଖିଥିଲେ। କିନ୍ତୁ ବିରୋଧୀଙ୍କୁ ହଜମ ହୋଇନି। ବିରୋଧୀ ଏବେ ଭାତଡାଲିରୁ ଡିଲ୍‌ କଥା ଖୋଲିଲେଣି।  କଂଗ୍ରେସ ଏହି ପାୱାର ଲଞ୍ଚ କୁ ପାୱାର ପଲିଟିକ୍ସ ସହ ଲିଙ୍କ କରିବାକୁ ଭୁଲି ନାହିଁ । ପିସି ସି ସଭାପତି କହିଛନ୍ତି ଯେ ନବୀନ ଦିଲ୍ଲୀ ରେ ଗେ।ଟିଏ କଥା କୁହନ୍ତି ଏବଂ ଓଡିଶା ରେ ଆଉ ଗେ।ଟିଏ କଥା କୁହନ୍ତି । କିନ୍ତୁ ମମତାଙ୍କ ଉପ ରେ କଂଗ୍ରେସର ଭରସା ଅଛି ବୋଲି ସେ କହିଛନ୍ତି।

{"id":230466,"sizeSlug":"large"}

ରାଜନୈତିକ ମହଲ ରେ ଚର୍ଚ୍ଚା ଯେ ନବୀନ ନିବାସ ରେ ଲଞ୍ଚ ଡିପ୍ଳୋମାସି ପଛ ରେ କେନ୍ଦ୍ରର ବିଜେପି ସହିତ ନବୀନ ଆଉ ଟିକେ ପାଖେଇଛନ୍ତି । ହେ।ଇପାରେ ନବୀନ ଓ ଧର୍ମେନ୍ଦ୍ରଙ୍କ  ଭିତରେ ପର୍ସନାଲ ଇକ୍ବେସନ ଆଉ ଟିକିଏ ମଜଭୂତ ହେ।ଇପାରେ । ଏକଥା ବି ହେ।ଇପାରେ ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ଦୁଇଦଳ ମିଶି ଏକକ ମନୋନୀତ ପ୍ରାର୍ଥୀଙ୍କ ଉପରେ ମେ।ହର ମାରିପାରନ୍ତି । ତେବେ ଏସବୁ ସ୍ପେକୁଲେସନ। ରାଜନୀତିର ମୋଡ଼ କୁଆଡ଼େ ଯିବ କିଏ କହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.