Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ନବୀନଙ୍କ ଦୁଇପଦ କଥା ସମସ୍ତଙ୍କୁ କରିଛି କନଫ୍ୟୁଜଡ୍, ନବୀନଙ୍କ ପରେ ବିଜେଡି ଶାସନର ଡୋର ଧରିବ କିଏ?

27/12/2019 at 6:45 PM

ଭୁବନେଶ୍ବର୨୭/୧୨: ନବୀନଙ୍କ ପରେ ବିଜେଡି ଶାସନ ଡୋର ଧରିବ କିଏ । ଦଳ ଭିତରୁ ନା ପରିବାରରୁ । ଦଳ କାହା ଉପରେ ନିର୍ଭରଶୀଳ ନୁହେଁ କହି ନବୀନ ଯେଉଁ ଗୁଗୁଲି ଫିଙ୍ଗିଛନ୍ତି ତାକୁ ନେଇ ଦଳୀୟ ନେତାଙ୍କ ଭିତରେ ଏବେ ଚର୍ଚା ଜୋର । ନବୀନଙ୍କ ଉକ୍ତି ତାଙ୍କ ଉତ୍ତରାଧୀକାରୀ ପାଇଁ ଇସାରା ନୁହେଁ ତ…? ନା ବିଜେଡି ଏବେ ଲୋକଙ୍କ ଆନ୍ଦୋଳନ ହୋଇଛି କହି ନବୀନ ଦଳ ଭିତରୁ କେହି ଦାୟିତ୍ବ ନିଅନ୍ତୁ ବୋଲି ଚିନ୍ତା କରିଛନ୍ତି । ଏହା ପଛରେ ଚିନ୍ତା ଯାହା ଥାଉନା କାହିଁକି ନବୀନଙ୍କ ଏହି ଦୁଇପଦ କଥାକୁ ନେଇ ବିଜେଡିରୁ ବିରୋଧି ପର୍ଯ୍ୟନ୍ତ ସମସ୍ତେ କନଫ୍ୟୁଜଡ ।

କାହା ଉପରେ ନିର୍ଭରଶୀଳ ନୁହେଁ ବିଜେଡି । ଏମିତିକି ତାଙ୍କ ଉପରେ ବି ନୁହଁ । ନବୀନଙ୍କ ଏହି ଦୁଇପଦ କଥାକୁ ନେଇ ଦଳ ଭିତରେ ମାନସ ମନ୍ଥନ । ଦଳର ପ୍ରତିଷ୍ଠା ଦିବସରେ ଏଭଳି କହି କଣ ଇସାରା ଦେଲେ ଦଳ ସୁପ୍ରିମୋ ତାକୁ ନେଇ ଦଳରେ ନାନା ଚର୍ଚା। କଣ କିଛି ନେତା ଯେଉଁମାନେ କି ନବୀନଙ୍କ ପାଖ ବୋଲି ପ୍ରଚାର କରି କର୍ମି ଓ ସୁପ୍ରିମୋଙ୍କ ମଧ୍ୟରେ ପାଚେରୀ ସୃଷ୍ଟି କରୁଥିଲେ ତାଙ୍କପାଇଁ ଏହା ସତର୍କ ବାର୍ତା ହୋଇଛି କି । ନା ତାଙ୍କ ପରେ ଯିଏ ବି ଦଳର ବ୍ୟାଟନ ହାତକୁ ନେବେ ଦଳ ଚାଲିବାରେ କିଛି ଅସୁବିଧା ହେବନି ସେନେଇ ନବୀନଙ୍କ ଏ ଇସାରା ।

  ନବୀନଙ୍କ ଏହି କଥାକୁ ନେଇ ନେତା ସିନା ନିଜ ଭିତରେ ଗମ୍ଭୀରତାର ସହ ଆଲୋଚନା କରୁଛନ୍ତି ହେଲେ ଗଣମାଧ୍ୟମ ପ୍ରଶ୍ନର ସିଧା ଉତ୍ତର ଦେଉ ନାହାଁନ୍ତି । କହିଛନ୍ତି ନବୀନଙ୍କ ଉକ୍ତିକୁ  ଉତ୍ତରାଧୀକାରୀ ପ୍ରସଙ୍ଗ ସହ ଯୋଡ଼ାଯିବା ଠିକ୍ ନୁହେଁ। ବରଂ ନବୀନଙ୍କ କଥାରୁ ଏଇଆ ବୁଝିବା ଉଚିତ୍ ହେବ ଯେ ସମୟ ଆସିଲେ ଓଡ଼ିଶାର ଲୋକେ ସ୍ଥିର କରିବେ କିଏ ଧରିବ ବିଜେଡି ନେତୃତ୍ବ ମଙ୍ଗ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଲିଗାସୀକୁ ନେଇ ବିଜେଡିର ଜନ୍ମ ।  ବିଜୁଙ୍କ ପରେ ନବୀନ ବିଜେଡିର ମଙ୍ଗ ଧରି ଲଗାତର ୫ଥର କ୍ଷମତାକୁ ଆସିଲେଣି । ତେଣୁ ଏବେ ଏକପ୍ରକାର ବିଜେଡିରେ ନବୀନ ଲିଗାସୀ ଆରମ୍ଭ ହୋଇଗଲାଣି ବୋଲି ଦଳର ନେତା ଓ କର୍ମି ଭାବୁଛନ୍ତି ।

ତେଣୁ ବ୍ୟାଚେଲର ନବୀନଙ୍କ ଉତ୍ତରାଧିକାରୀ କିଏ ସେହି ପ୍ରଶ୍ନ ବାରମ୍ବାର ସାମ୍ନାକୁ ଆସୁଛି । ଏବେ ନବୀନ ବଲ୍ କୁ ସିଧା କର୍ମିଙ୍କ କୋର୍ଟକୁ ଫିଙ୍ଗି ଚର୍ଚାକୁ ଭିନ୍ନ ମୋଡ ଦେଇଛନ୍ତି । ବିରୋଧି କିନ୍ତୁ ନବୀନଙ୍କ କଥାରୁ ନଥା ବାହାର କରିଛନ୍ତି ।   ବିଜେପି କହିଛି ଦୀର୍ଘ ବର୍ଷ ଧରି ବିଜେଡିରେ ନବୀନଙ୍କ ଯେଉଁ ପ୍ରଭାବ ରହିଛି ସେଥିରୁ ସ୍ପଷ୍ଟ ନବୀନଙ୍କୁ ଛାଡ଼ି ଉତ୍ତରାଧିକାରୀ ଚିନ୍ତା କରିବା ଅସମ୍ଭବ । କଂଗ୍ରେସ କଟାକ୍ଷ କରିଛି।

ବିଜୁଙ୍କ ଅବର୍ତ୍ତମାନରେ ନବୀନଙ୍କ ନେତୃତ୍ବ ସଫଳ ହୋଇଥିଲା । ତାଙ୍କ ପରେ କିଏ ନେତା ହେବେ ଏବଂ ଲୋକେ ତାଙ୍କୁ କେତେ ଗ୍ରହଣ କରିବେ ତାକୁ ଅବଶ୍ୟ ଏବେଠୁ ଆକଳନ କରିବା ମୁସ୍କିଲ ।

   Related Posts