ମାର୍ଚ୍ଚ ୩୧ ଯାଏଁ ଅଙ୍ଗନବାଡି ବନ୍ଦ, ଶିଶୁଙ୍କୁ ଘରେ ଦିଆଯିବ ରନ୍ଧା ଖାଦ୍ୟ
14/03/2020 at 5:34 PM

ଭୁବନେଶ୍ୱର, ୧୪|୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ଭାରତରେ ମଧ୍ୟ ୮୫ଟି କରୋନା ମାମାଲା ସାମ୍ନାକୁ ଆସିଛି। ଏପରିକି ୨ଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ଏହାକୁ ନଜରରେ ରଖି ଭାରତ ସରକାରଙ୍କଠାରୁ ଆରମ୍ଭ କରି ସମସ୍ତ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସେହିପରି ଓଡିଶା ସରକାର ମଧ୍ୟ ଶୁକ୍ରବାର ସମସ୍ତ ସ୍କୁଲ, ସିନେମା ହଲ, ଜିମ୍, ସ୍ୱିମିଂ ପୁଲ ଓ ସଭାସମିତିକୁ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ଅଙ୍ଗନବାଡିକୁ ମଧ୍ୟ ମାର୍ଚ୍ଚ ୩୧ ଯାଏଁ ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଶିଶୁଙ୍କୁ ତାଙ୍କ ଘରେ ରନ୍ଧା ଖାଦ୍ୟ ଦିଆଯିବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, ରାଜ୍ୟ ସରକାର କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିବା ସହ ଏହାର ମୁକାବିଲା ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦକୁ ମଧ୍ୟ ମଞ୍ଜୁରୀ ପ୍ରଦାନ କରିଥିଲେ।