Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଏମ୍ସର ସବୁ ଓପିଡି ସେବା ବନ୍ଦ: ଜାଣି ନଥିବା ଲୋକଙ୍କୁ ଜଣାଇବା ପାଇଁ ସୋସିଆଲ ମିଡିଆର ସାହାଯ୍ୟ ନେଲେ ଅଧିକାରୀ

23/03/2020 at 3:19 PM

ନୂଆଦିଲ୍ଲୀ୨୩/୩: କରୋନା ନିୟନ୍ତ୍ରଣ ନିମନ୍ତେ ଦିଲ୍ଲୀ ସମେତ ପୂରା ଦେଶରେ ଲକ୍‌ ଡାଉନ କରି ଦିଆଯାଇଛି। ଦିଲ୍ଲୀସ୍ଥିତ ଏମ୍ସ (AIIMS) ହସ୍ପିଟାଲର ଓପିଡି ବା ବର୍ହି ବିଭାଗ ସେବା ବନ୍ଦ କରି ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ଏମ୍ସ ହସ୍ପିଟାଲର ଓପିଡି ସେବା ବନ୍ଦ ରହିବ ବୋଲି ହସ୍ପିଟାଲର ଅଧିକାରୀ ସୂଚନା ଦେଇଛନ୍ତି। ଏପରି କି ହସ୍ପିଟାଲରେ ଥିବା ଓଟି ବା ଅପରେସନ୍‌ ଥିଏଟର ମଧ୍ୟ ବନ୍ଦ ରହିଛି। ହସ୍ପିଟାଲରେ କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଆଯାଉଛି। ପ୍ରତିଦିନ ରୋଗୀଙ୍କ ସମେତ ୩୦ରୁ ୪୦ ହଜାର ଲୋକ ଏମ୍ସ ହସ୍ପିଟାଲ ସାମ୍ନାରେ ଭିଡ଼ ବାନ୍ଧି ଥାଆନ୍ତି। ଏମ୍ସର ଓପିଡି ବନ୍ଦ ଥିବା ଖବର ଜାଣି ନଥିବା ଲୋକମାନେ ହସ୍ପିଟାଲରେ ପହଞ୍ଚି ହନ୍ତସନ୍ତ ହେଉଛନ୍ତି। ଏହି ଖବର ସମସ୍ତଙ୍କ ପାଖରେ ପହଞ୍ଚାଇବା ପାଇଁ ଏମ୍ସର ଅଧିକାରୀ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆର ସାହାଯ୍ୟ ନେଇଛନ୍ତି।

ଏମ୍ସ ହସ୍ପିଟାଲର ଓପିଡି ବନ୍ଦ ଥିବା ଯୋଗୁଁ ହଜାର ହଜାର ରୋଗୀ ନିରାଶ ​‌ହୋଇ ଫେରି ଯାଉଛନ୍ତି। ଦୂରରାନ୍ତରୁ ଆସିଥିବା ରୋଗୀମାନେ ନିରାଶ ହୋଇ ଫେରି ଯାଉଛନ୍ତି। କରୋନା ଭୟରସ୍‌କୁ ଲକ୍ଷ୍ୟ କରି ଏଭଳି ନିଷ୍ପତ୍ତି ନିଆଯାଇଥିବା ହସ୍ପିଟାଲର ଅଧିକାରୀ କହିଛନ୍ତି। ସୂଚନା ମୁତାବକ, ପ୍ରତିଦିନ ପାଖାପାଖି ୧୨ ହଜାର ଲୋକ ଚିକିତ୍ସା ହେବା ପାଇଁ ହସ୍ପିଟାଲକୁ ଆସିଥାଆନ୍ତି। ଏପରି କି ରୋଗୀଙ୍କ ସଂପର୍କୀୟମାନଙ୍କୁ ମିଶାଇ ପ୍ରତିଦିନ ୩୦ରୁ ୪୦ ହଜାର ଲୋକ ହସ୍ପିଟାଲରେ ଭିଡ ଲଗାଇ ଥାଆନ୍ତି। ଏହି ଭିଡ଼ କିପରି ନ ହେବ ସେଥିପାଇଁ ଏମ୍ସର ଅଧିକାରୀମାନେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏମ୍ସର ଟ୍ରମା ସେଣ୍ଟରରେ ତିଆରି ହୋଇଥିବା ନୂଆ ଜରୁରିକାଳୀନ କେନ୍ଦ୍ରରେ ୨୦ଟି ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ରହିଛି। ଏଥିସହ ନୂଆ କରି ତିଆରି ହୋଇଥିବା ବର୍ଣ୍ଣ ଏବଂ ପ୍ଲାଷ୍ଟିକ ସର୍ଜରୀ କେନ୍ଦ୍ରରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଖୋଲା ରହିଛି। ଏଥିସହ ହେମାଟୋଲୋଜି ବିଭାଗର ୧୨୫ ଟି ବେଡ ରହିଛି।

ରାଜଧାନୀ ଦିଲ୍ଲୀରେ ଲକ୍ ଡାଉନ କରି ଦିଆଯାଇଛି। ଗୌତମବୁଦ୍ଧ ନଗର ଏବଂ ଗାଜିଆବାଦ ସମେତ ୧୬ଟି ଜିଲ୍ଲାକୁ ମାର୍ଚ୍ଚ ୨୫ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ କରି ଦିଆଯାଇଛି। ହରିୟାଣର ଗୁରୁଗ୍ରାମ ଏବଂ ଫରିଦାବାଦ ସମେତ ସାତଟି ଜିଲ୍ଲାକୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଲକ୍‌ ଡାଉନ  କରି ଦିଆଯାଇଛି। ଏଥିସହ ଦିଲ୍ଲୀ-ଏନ୍‌ସିଆରର ମେଟ୍ରୋ, ବସ୍  ଏବଂ ଅଟୋ ଚଳାଚଳ ବନ୍ଦ ରହିଛି।  

   Related Posts