ବିଶ୍ୱକପ୍ ରେ ଇଣ୍ଡିଆନ କ୍ରିକେଟ୍ ଟିମକୁ କିଏ ଦିଅନ୍ତି ଜର୍ସି,ସଫା ହୁଏ କିପରି ?
24/06/2019 at 3:29 PM

ଆଇସିସି ବିଶ୍ୱକପରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍ସାହଜନକ ରହିଛି। ଭାରତଠାରୁ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସମେତ ଅଷ୍ଟ୍ରଲିଆ ପରାସ୍ତ ହେବା ଦଳ ପାଇଁ ବିଶ୍ୱକପ୍ ରାସ୍ତା ସୁଗମ ହୋଇଯାଇଛି। ତେବେ ବିଶ୍ୱକପ୍ ମ୍ୟାଚ୍ ମାନଙ୍କରେ ଟିମ ଇଣ୍ଡିଆ ଖେଳାଳିମାନେ ପିନ୍ଧୁଥିବା ଜର୍ସି ସେମାନଙ୍କୁ କିଏ ଦିଅନ୍ତ ଜାଣନ୍ତିକି ? ଯଦି ଜଣି ନାହାନ୍ତି ଆସନ୍ତୁ ଜାଣିବା ଖେଳାଳିଙ୍କ ଜର୍ସି ସମ୍ପର୍କରେ।

ବିଶ୍ୱକପ୍ ର ପ୍ରତି ମ୍ୟାଚ୍ ପାଇଁ ଖେଳାଳିଙ୍କୁ ଆଇସିସି ବୋର୍ଡ ପକ୍ଷରୁ ଜର୍ସି ପ୍ରଦାନ କରାଯାଏ। ଜର୍ସିର ଫର୍ମାଟରୁ ସେମାନେ ଖେଳୁଥିବା ମ୍ୟାଚ୍ ସହଜରେ ଜଣାପଡିଯାଏ। ପ୍ରତି ଖେଳାଳିଙ୍କୁ ମ୍ୟାଚ୍ ପିଛା ୬ରୁ ୮ଟି ଜର୍ସି ମିଳିଥାଏ । ଯାହକୁ ଖେଳାଳିମାନେ ମ୍ୟାଚ୍ ବେଳେ ପିନ୍ଧିଥାନ୍ତି। ହୁଏତ ଖେଳାଳି ଗୋଟିଏ ଜର୍ସିରେ ସାରା ମ୍ୟାଚ୍ ଖେଳିଥାନ୍ତି ଅଥବା ଏକାଧିକ ଜର୍ସି ବ୍ୟବହାର କରିବାରେ ଖେଳାଳିଙ୍କୁ କିଛି ବାଧକ ନାହିଁ।

ଖେଳିବା ବେଳେ ଖେଳାଳି ପଡିବା, ଘୁଷୁରିବା, ପଡିଆରେ ଗଡିବା ସାଧାରଣ କଥା। ଏଥିରେ ଜର୍ସି ଖରାପ ବି ହୁଏ। ଏଣୁ ଜର୍ସି ତୁରନ୍ତ ସଫା କରିବା ପାଇଁ ଗ୍ରାଉଣ୍ଡ ଲଣ୍ଡ୍ରି ଫ୍ୟାସେଲିଟି ମଧ୍ୟ ଷ୍ଟାଡିୟମରେ ଉପଲବ୍ଧ ରହେ। ଯେଉଁଠାରେ ତୁରନ୍ତ ଖେଳାଳିଙ୍କ ଜର୍ସି ଧୁଆ ହୋଇ ସୁଖାଇ ଇସ୍ତ୍ରି କରାଯାଇ ପୁଣି ଖେଳାଳିଙ୍କୁ ଯୋଗାଇ ଦିଆଯାଏ । ବିଶ୍ୱକପ୍ ରେ ଏପରି କେତେକ ମ୍ୟାଚ୍ ଖେଳାଯାଏ ଯେଉଁଥିରେ ଖେଳାଳି ଗୋଟିଏ ଜର୍ସି ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ପିନ୍ଧିଥାନ୍ତି। ସେ କ୍ଷେତ୍ରରେ ଗ୍ରାଉଣ୍ଡ ଲଣ୍ଡ୍ରି ଖେଳାଳିଙ୍କ ଜର୍ସି ୱାସ୍ କରି ଯୋଗାଇଦେଇଥାନ୍ତି।