ପତ୍ନୀଙ୍କ ଧୋକା ଯୋଗୁ ପାଗଳ ହୋଇଯାଇଛନ୍ତି ବଲିଉଡର ଏହି ସୁପରଷ୍ଟାର, ଜାଣନ୍ତୁ ରହୁଛନ୍ତି କେଉଁଠି

Published By : Prameya-News7 Bureau | July 04, 2019 IST

ବଲିଉଡକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଥିବା ଏହି ସୁପରଷ୍ଟାରଙ୍କୁ ତାଙ୍କ ପତ୍ନୀ ଧୋକା ଦେବା ଯୋଗୁ ଏକଦା ମାନସିକ ସନ୍ତୁଳନ ହରାଇ ବସିଥିଲେ। ୮୦ ଦଶକର ଏହି ଜଣାସୁଣା ଅଭିନେତା ହେଉଛନ୍ତି ରାଜ କିରଣ। ଅର୍ଥ, କର୍ଜ, ଘର ହୋ ତୋ ଐସା, ତେରି ମେହରବାନିୟା, ବସେରା ଓ ବୁଲନ୍ଦି ଭଳି ସୁପରହିଟ ଫିଲ୍ମରେ ଅଭିନୟ କରିଥିବା ଏହି ନାୟକ ୯୦ ଦଶକ ଆରମ୍ଭରେ ଅଚାନକ ପର୍ଦାରୁ ଗାୟବ ହୋଇଯାଇଥିଲେ। ତାଙ୍କ ସମ୍ପର୍କରେ କେହି କିଛି ସନ୍ଧାନ କରିବା ଆଗରୁ ସେ ଫିଲ୍ମ ଜଗତ ଛାଡି ସାରିଥିଲେ। ଏବେ ରାଜକିରଣ ଫିଲ୍ମ ଦୁନିଆରୁ ସମ୍ପୂର୍ଣ୍ଣ ଦୂରେଇ ଯାଇଛନ୍ତି। ସିଏ ଏବେ କେଉଁଠି ତାହା ବି କାହାକୁ ଜଣା ନାହିଁ।

{"id":130514}

କୁହାଯାଏ ତାଙ୍କ ପତ୍ନୀଙ୍କ ଯୋଗୁ ସେ ମାନସିକ ସନ୍ତୁଳନ ହରାଇଥିଲେ। ତାଙ୍କୁ ଶେଷ ଥର୧୯୯୪ ମସିହାରେ ଶେଖର ସୁମନଙ୍କ ଟେଲିଭିଜନ ଧାରାବାହିକ ‘ରିପୋର୍ଟର’ରେ  ଦେଖା ଯାଇଥିଲା। ତା ପରେ ସେ କୁଆଡେ ଗଲେ କଣ କଲେ ତାହା କାହାକୁ ଜଣା ନାହିଁ। ଫିଲ୍ମ କର୍ଜରେ ରାଜ୍ ଙ୍କ ସହ କାମ କରିଥିବା ଋଷି କପୁର ଥରେ ତାଙ୍କ ଭାଇ ଗୋବିନ୍ଦ ମେହତାନୀଙ୍କୁ ଦେଖିଥିଲେ। ରାଜଙ୍କ ସମ୍ପର୍କରେ ତାଙ୍କୁ ପଚାରିବାରୁ ସେ ଗତ ୧୦ ବର୍ଷ ହେଲା ଆମେରିକା ଆଟଲାଣ୍ଟାର ଏକ ପାଗଳଖାନାରେ ଥିବା କହିଥିଲେ।

{"id":130515}

ତେବେ ବଲିଉଡ୍ ଅଭିନେତ୍ରୀ ଦିପ୍ତି ନାଭାଲ ରାଜଙ୍କୁ ଆମେରିକାରେ ଟ୍ୟାକ୍ସୀ ଚଳାଉଥିବା ବେଳେ ଦେଖିଥିବା ଦାବି କରିଥିଲେ। ତାଙ୍କ ପୁଅ ଓ ପତ୍ନୀଙ୍କ ଧୋକା ଯୋଗୁ ସେ ଡିପ୍ରେସନର ଶିକାର ହେବା ସହ ମାନସିକ ଭାରସାମ୍ୟ ହରାଇଥିଲେ। ପ୍ରସଙ୍ଗରେ ଯେତେବେଳେ ରାଜ କିରଣଙ୍କ ପତ୍ନୀ ରୂପା ଓ ଝିଅ ଋଷିକାଙ୍କୁ ପଚରା ଗଲା ସେତେବେଳେ ସେମାନେ ଋଷି କପୁରଙ୍କ କଥାକୁ ମିଛ ବୋଲି କହିଥିଲେ। ଗତ ୯ ବର୍ଷ ହେଲା ରାଜ୍ ନିଖୋଜ ଥିବା ସେମାନେ କହିଥିଲେ। ତାଙ୍କ ନିଖୋଜ ନେଇ ପୋଲିସରେ ଅଭିଯୋଗ କରାଯାଇଥିବା ବେଳେ ପରିବାର ପକ୍ଷରୁ ପ୍ରାଇଭେଟ୍ ଡିଟେକ୍ଟିଭଙ୍କୁ ନିୟୋଜିତ କରାଯାଇଥିବା କହିଥିଲେ। ହେଲେ ତାଙ୍କ କୌଣସି ସନ୍ଧାନ ମିଳୁନାହି ବୋଲି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.