ଲୋକପାଳ କମିଟି ସଦସ୍ୟଙ୍କୁ ଶପଥ ପାଠ କରାଇଲେ ଜଷ୍ଟିସ୍ ପିସି ଘୋଷ

Published By : Prameya-News7 Bureau | March 27, 2019 IST

ନୂଆଦିଲ୍ଲୀ ୨୭|୩ : ଆଜି ଲୋକପାଳ କମିଟିର ସଦସ୍ୟଙ୍କୁ ଶପଥ ପାଠ କରାଇଛନ୍ତି ଲୋକପାଳ ଜଷ୍ଟିସ୍ ପିସି ଘୋଷ । କମିଟିର  ସଦସ୍ୟମାନଙ୍କ  ମଧ୍ୟରେ  ଅଛନ୍ତି  ଜଷ୍ଟିସ୍  ଦିଲ୍ଲୀପ  ବାବାସାହେବ  ଭୋଷଲେ,  ଜଷ୍ଟିସ୍ ପ୍ରଦୀପ କୁମାର ମହାନ୍ତି, ଜଷ୍ଟିସ୍ ଅଭିଳାଷା କୁମାରୀ, ଜଷ୍ଟିସ୍ ଅଜୟ କୁମାର ତ୍ରିପାଠୀ, ଦିନେଶ କୁମାର  ଜୈନ,  ଅର୍ଚ୍ଚନା  ରମାସୁନ୍ଦରମ, ମହେନ୍ଦର  ସିଂହ  ଓ  ଡ.  ଇନ୍ଦ୍ରଜିତ ପ୍ରସାଦ ଗୌତମ ।

ଏହି ଶପଥ ପାଠ  ସମାରୋହରେ  ଡିଓପିଟି  ସଚିବ  ଡ.  ସି  ଚନ୍ଦ୍ରମଉଳି,  ସେଣ୍ଟ୍ରାଲ  ଭିଜିଲାନ୍ସ କମିସନର କେଭି ଚୌଧୁରୀ, ଆଇବି ନିର୍ଦ୍ଦେଶକ ରାଜୀବ ଜୈନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.