ଆଶ୍ୱସ୍ତିର ଖବର : ନିଜାମୁଦ୍ଦୀନ ଫେରନ୍ତା ଜମାତଙ୍କ ସଂସ୍ପର୍ଶରେ ଆସିଥିବା୧୫ଜଣଙ୍କ ନମୁନା ରିପୋର୍ଟ ନେଗେଟିଭ୍‌

Published By : Prameya-News7 Bureau | April 09, 2020 IST

ଢେଙ୍କାନାଳ ୦୯।୦୪:  ଢେଙ୍କାନାଳରେ ୧୫ଜଣଙ୍କ ସ୍ୱାବ ରିପୋର୍ଟ ନେଗେଟିଭ୍‌ ଆସିଛି । ସ୍ତ୍ରତନ୍ତ୍ର କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଏମାନଙ୍କ ସ୍ୱାବ୍‌ ପରୀକ୍ଷା କରାଯାଇଥିଲା । ତେବେ ଏସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀ ନିଜାମୁଦ୍ଦୀନରୁ ଫେରନ୍ତା ଜମାତିଙ୍କ ସିଧା ସଂସ୍ପର୍ଶରେ ଆସିଥିଲେ ଏହି ୧୫ଜଣ । ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ମୋ ୩ଟି ପରିବାରର ବୋଲି ଜଣାପଡିଛି । ତେବେ ସଂସ୍ପର୍ଶରେ ଆସିବା ପରେ ଏମାନଙ୍କୁ ଆଗୁଆ ପଦକ୍ଷେପ ଦେଖି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ତେବେ କ୍ୱାରେଣ୍ଟାଇନ୍‌ରେ ରଖାଯିବ ପରେ ସମସ୍ତଙ୍କ ସ୍ୱାବ୍‌ ରିପୋର୍ଟ ପରୀକ୍ଷଣ ପାଇଁ ଯାଇଥିଲା । lତେବେ ସ୍ୱାବ୍‌ ରିପୋର୍ଟ ଆସିବା ପରେ ଏମାନେ ନେଗେଟିଭ୍‌ ଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.