ବୁଥରେ କାହିଁକି ରାଗିଗଲେ ଅଳକା ଲାମ୍ବା : ଆପ୍ କର୍ମୀଙ୍କୁ ମାରିଲେ ଚାପୁଡ଼ା , କିନ୍ତୁ…
8/02/2020 at 1:16 PM

ନୂଆଦିଲ୍ଲୀ ୮/୨: ଦିଲ୍ଲୀର ଚାନ୍ଦନୀ ଚୌକରୁ କଂଗ୍ରେସ୍ ପ୍ରାର୍ଥୀ ଅଳକା ଲାମ୍ବା ଆମ୍ ଆଦମୀ ପାର୍ଟିର ଜଣେ କର୍ମୀଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଛନ୍ତି। ପ୍ରକୃତରେ,ଚାନ୍ଦନୀ ଚୌକର ମଜନୁର ଟିଲେ ମତଦାନ କେନ୍ଦ୍ର ୧୨୬ରୁ ୧୩୩ରେ ଅଳକା ଲାମ୍ବା ଏବଂ ଆପ୍ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ସମୟରେ ଅଳକା ଲାମ୍ବା ଅଭିଯୋଗ କରିଥିଲେ ଯେ ଆପ୍ କର୍ମୀ ତାଙ୍କ ପୁଅ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ।
#WATCH Delhi: Scuffle breaks out between AAP and Congress workers near Majnu ka Teela, Congress candidate Alka Lamba tries to slap an AAP worker. AAP leader Sanjay Singh has said the party will complain to Election Commission. #DelhiElections2020 (note: abusive language) pic.twitter.com/l5VriLUTkF
— ANI (@ANI) February 8, 2020
ଏଥିରେ ଉତ୍ତ୍ୟକ୍ତ ହୋଇ ଅଳକା ଲାମ୍ବା ଆପ୍ କର୍ମୀଙ୍କୁ ଚାପୁଡ଼ା ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କ ମୁହଁରେ ଚାପୁଡ଼ା ବାଜି ନଥିଲା। ଏହା ପରେ କଂଗ୍ରେସ୍ ଏବଂ ଆପ୍ କର୍ମୀ ମୁହାଁମୁହିଁ ହୋଇଥିଲେ। ପୋଲିସ୍ ସେମାନଙ୍କୁ ଆସି ପ୍ରତିବାଦ କରିଥିଲା। ଏହି ଘଟଣା ପରେ ଅଳକା ଲାମ୍ବା କହିଥିଲେ ଯେ ଆପ୍ କର୍ମୀ ତାଙ୍କ ପୁଅ ବିଷୟରେ ବିବାଦୀୟ ବୟାନ୍ ଦେଇଥିଲେ। ପୋଲିସ୍ ଉକ୍ତ ଆପ୍ କର୍ମୀଙ୍କୁ ନିଜ ହେପାଜତକୁ ନେଇଛି।

ଆପ୍ କର୍ମୀଙ୍କ କଥାକୁ ପୋଲିସ୍ ମଧ୍ୟ ଶୁଣିଥିଲା। ଏହି ଘଟଣା ପରେ ଆମ୍ ଆଦମୀ ପାର୍ଟିର ସାଂସଦ ଏବଂ ବରିଷ୍ଠ ନେତା ସଞ୍ଜୟ ସିଂହ ମଧ୍ୟ କହିଛନ୍ତି ଯେ ସେ ନିର୍ବାଚନ ଆୟୋଗକୁ ଏହା ବିଷୟରେ ଅଭିଯୋଗ କରିବେ।

ଅଳକା ଲାମ୍ବା ଆମ୍ ଆଦମି ପାର୍ଟିରୁ ଚାନ୍ଦନୀ ଚୌକର ବିଧାୟକ ରହି ଆସିଛନ୍ତି। ପାର୍ଟିର ମୁଖ୍ୟ ନେତା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ସହ ମତାନ୍ତର ହେବାରୁ ସେ ଏହି ପାର୍ଟି ଛାଡ଼ି ଦେଇଥିଲେ ଏବଂ କଂଗ୍ରେସରେ ସାମିଲ ହୋଇଥିଲେ। ଅଳକା ଲାମ୍ବା ପୂର୍ବରୁ ମଧ୍ୟ କଂଗ୍ରେସ୍ ପାର୍ଟିରେ ରହିଥିଲେ।
