ଚାପୁଡା ମାରିଥିବା କଂଗ୍ରେସର ଅଳକା ଲାମ୍ବା ଅମାନତ ହରାଇବା ଅବସ୍ଥାରେ

Published By : Prameya-News7 Bureau | February 11, 2020 IST

ନୂଆଦିଲ୍ଲୀ ୧୧।୦୨ - ଭୋଟିଂ ଚାଲିଥିବା ବେଳେ କଂଗ୍ରେସ କର୍ମୀଙ୍କୁ ଚାପୁଡା ମାରି ବିବାଦକୁ ଆସିଥିବା କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା ନିଜର ଅମାନତ ହରାଇବା ଅବସ୍ଥାରେ । ଚାନ୍ଦୀନ ଚୌକ ଆସନରୁ ଅଳକା କଂଗ୍ରେସର ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ଏବେ ଅଳକା ଅତି ଖରାପ ପ୍ରଦର୍ଶନ କରିଛନ୍ତି । ଗତ ଥର ବିଧାୟିକା ଥିବା ଅଳକାଙ୍କୁ ୬୦୯ଟି ଭୋଟ୍‌ ମିଳିଛି । ଦିନ ୧୧ଟା ୩୦ ସୁଦ୍ଧା ଗଣତିରେ ଆପ୍‌ ପ୍ରାର୍ଥୀ ପ୍ରହଲ୍ଲାଦ ସିଂ ସୋହନି ୧୮୭୭୨ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ପ୍ରାରଥୀ ସୁମନ କୁମାର ଗୁପ୍ତା ୧୧୦୫ ଖଣ୍ଡ ଭୋଟ୍‌ ପାଇଛନ୍ତି। ଅଳକା ଲାମ୍ବା ମାତ୍ର ୬୦୯ ଖଣ୍ଡ ଭୋଟ୍‌ ପାଇ ନିଜର ଅମାନତ ହରାଇବା ଅବସ୍ଥାରେ ପହଞ୍ଚିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1226023647317348354?s=20","type":"rich","providerNameSlug":"twitter","className":""}
https://twitter.com/ANI/status/1226023647317348354?s=20
/wp:core-embed/twitter

ଅଳକା ଲାମ୍ବା କଂଗ୍ରେସ ପାର୍ଟି ୬୦୯ ଖଣ୍ଡ ଭୋଟ୍‌
ପ୍ରହଲ୍ଲାଦ ସିଂ ସୋହନୀ ଆମ ଆଦମୀ ପାର୍ଟି ୧୮୭୭୩ ଖଣ୍ଡ ଭୋଟ

ସୁମନ କୁମାର ଗୁପ୍ତା ବିଜେପି ୧୧୦୫ ଖଣ୍ଡ ଭୋଟ୍‌

ଏହି ଆସନରେ ବହୁଜନ ସମାଜବଦୀ ପାର୍ଟିର ପ୍ରାର୍ଥୀ ଦିନ ୧୧ଟା ସୁଦ୍ଧା ଗଣତିରେ ୫୦ ଖଣ୍ଡ ଭୋଟ୍‌ ପାଇ ନାହାନ୍ତି । ଆଠ ତାରିଖରେ ନିର୍ବାଚନ ଚାଲିଥିବା ବେଳେ ଅଳକା ଲାମ୍ବା ଚର୍ଚ୍ଚାକୁ ଆସିଥିଲେ । ସେହି ସମୟରେ ମତଦାନ କେନ୍ଦ୍ର ବାହାରେ ଅଳକା ଲାମ୍ବା ଆପ୍‌ର ଜଣେ କର୍ମୀଙ୍କୁ ଚାପୁଡା ମାରୁଥିବା ଦେଖିବାକୁ ମିଳିଥିଲା । ଅଳକା ସେହି ବ୍ୟକ୍ତି ଜଣଙ୍କ ତାଙ୍କ ପୁଅ ବିଷୟରେ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ କରିଥିଲେ । କୁହାଯାଉଛି ଏହି ଚାପୁଡାର ମୂଲ୍ୟ ଅଳକାଙ୍କୁ ମିଳିଯାଇଛି । ସେ ଅମାନତ ହରାଇବା ପରିସ୍ଥିତିରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.