Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧୭୩୨ ପଜିଟିଭ୍
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୩୧୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଟ୍ରାନ୍ସଫର୍ମର ଉପରେ ଚଢିଗଲେ ଯୁବକ, ଜଳି ଯାଉଥିବା ବେଳେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ସ୍ୱାମୀ ନା ସଇତାନ ? ସ୍ତ୍ରୀକୁ ପିଟିପିଟି କଲା ହତ୍ୟା
  • ||
  • ପାରା ଧରିବା ବେଳେ ଲାଗିଗଲା ବିଦ୍ୟୁତ ତାର, ପୋଡିଗଲା ଶରୀରର ୯୦%
  • ||

ରଣବୀରଙ୍କ ସହ ରିଲେଶନସିପରେ ଆଲିୟାଙ୍କ ନୀରବତା: ରିଲିଜ୍ ଅପେକ୍ଷାରେ ବ୍ରହ୍ମାସ୍ତ୍ର

8/09/2018 at 12:49 PM

ମୁମ୍ବାଇ ୮/୯:ବଲିଉଡରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ଆଲିୟା ଆଜିକାଲି ଅଭିନେତା ରଣବୀର କପୁରଙ୍କ ସହ ସମ୍ପର୍କକୁ ନେଇ ବିଶେଷ ଚର୍ଚ୍ଚାରେ ଅଛନ୍ତି। ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସୁଟିଙ୍ଗରେ ବ୍ୟସ୍ତ ଆଲିୟା ନିକଟରେ ଏକ ସାକ୍ଷାତକାରରେ ନିଜର ପ୍ରଥମ ବ୍ରେକ୍-ଅପ୍ ବିଷୟରେ କହିଛନ୍ତି। ଆଲିୟା ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସେ ୧୮ ବର୍ଷର ଥିଲେ ସେତେବେଳେ ତାଙ୍କର ପ୍ରଥମ ପ୍ରେମ ଭାଙ୍ଗିଯାଇଥିଲା ଏବଂ ସେ ବହୁତ କାନ୍ଦିଥିଲେ। ସାକ୍ଷାତକାରରେ ଆଲିୟାଙ୍କୁ କିଛି ଦ୍ରୁତ ପ୍ରଶ୍ନ ମଧ୍ୟ ପଚରାଯାଇଥିଲା। ଯାହାର ଉତ୍ତର ଦେବାକୁ ଯାଇ ସେ କହିଥିଲେ ଯେ ତାଙ୍କର ପ୍ରଥମ ସ୍ଲେବ୍ କ୍ରଶ୍ ହେଉଛନ୍ତି ଶାହରୁଖ ଖାନ୍। ଆଲିୟା ୨୦୧୨ରେ ଆସିଥିବା କରଣ ଜୋହରଙ୍କ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଜରିଆରେ ପଲିଉଡରେ ପ୍ରବେଶ କରିଥିଲେ,ଯାହା ପରେ ତାଙ୍କ ନାମ ଅନେକ ଅଭିନେତାଙ୍କ ସହ ଯୋଡ଼ା ଯାଇଥିଲା। ବର୍ତ୍ତମାନ ତାଙ୍କ ନାମ ରଣବୀରଙ୍କ କପୁରଙ୍କ ସହ ଯୋଡ଼ା ଯାଉଛି। ରଣବୀର କପୁର ଏବଂ ଆଲିୟା ଭଟ୍ଟ ନିଜର ଆଗାମୀ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ରିଲିଜ୍ ହେବା ପୂର୍ବରୁ ହିଁ ଚର୍ଚ୍ଚାରେ ରହି ଆସିଛନ୍ତି। ଖବର ମିଳିଛି ଯେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିକଟରେ ଫିଲ୍ମର ସେଟରେ ପହଞ୍ଚିଥିଲେ ଏବଂ ରଣବୀର ,ଆଲିୟାଙ୍କୁ ଦେଖା କରିଥିଲେ।

   Related Posts