Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଜୟପୁରର ଏହି ମନ୍ଦିରରେ ଗତ ୧୭ ବର୍ଷ ହେଲା ପୂଜା ପାଉଛନ୍ତି ଜୀବନ୍ତ ନାଗସାପ… ପଢନ୍ତୁ ପୂରା ଖବର

20/11/2019 at 4:10 PM

ଜୟପୁର (ପଦ୍ମନାଭ ହୋତା) ୨୦|୧୧: ମନ୍ଦିରରେ ପୂଜା ପାଉଛନ୍ତି ଜୀବନ୍ତ ବିଶାକ୍ତ ନାଗ ସାପ।ତାହା ବି ମାଆ ଦନ୍ତେଶ୍ବରୀଙ୍କ ରୂପରେ।ଦିନେ କି ଦି ଦିନ ନୁହଁ,  ଗତ ୧୭ ବର୍ଷ ହେଲା ଏପରି ପୂଜା ପାଉଛନ୍ତି ସର୍ପ ରୂପି ମା ଦନ୍ତେଶ୍ବରୀ।ହେଲେ ନା ସେ ଲୋକଙ୍କ କିଛି କ୍ଷତି କରୁଛନ୍ତି ନା ଲୋକେ ଭୟ କରୁଛନ୍ତି ।ସତ ବୋଲି ବିଶ୍ବାସ ହେଉନଥିଲେ ମଧ୍ୟ ଏମିତି କିଛି ଦେଖିବାକୁ ମିଳିଛି ଜୟପୁର ଜୟନଗରସ୍ଥିତ ଦନ୍ତେଶ୍ବରୀ ମନ୍ଦିରରେ।

ମନ୍ଦିର ବେଡାରେ ବୁଲୁଛି ବିଶାଳକାୟ ନାଗ ସାପ।ଯାହା ଦେଖିଲେ ଯେ କେହି ବି ଡରିଯାଇପାରେ।ଦିନେ କି ଓଳିଏ ନୁହେଁ ବରଂ ଗତ ୧୭ ବର୍ଷ ହେଲା  ଏପରି ମନ୍ଦିର ବେଢାରେ ବୁଲୁଛି ଏହି ସାପ ।କେହି କେହି ତାକୁ ଧରି ବି ପକାଉଛନ୍ତି।ହେଲେ ସେ କାହାର କିଛି ବି କ୍ଷତି କରୁନି।ଆଉ ଏହି ସାପଟିକୁ ଦେଖିଲେ ଲାଗୁଛି ସତେ ଯେପରି ପୋଷା ମାନିଛି।

ମନ୍ଦିର ବେଢାରେ ବୁଲୁଥିବା ବେଳେ ମନ୍ଦିରରେ ବିଭିନ୍ନ ସମୟରେ ପୂଜା ସମୟରେ ମନ୍ଦିର ଭିତରକୁ ପଶି ଯାଉଛି।ଏମିତି କିଛି ଆଶ୍ଚର୍ଯ୍ୟ କରି ଦେଲାପରି ଦୃଶ୍ୟ ଗତ ୧୭ ବର୍ଷ ହେଲା ଦେଖିବାକୁ ମିଳୁଛି ଜୟପୁର ଜୟନଗରସ୍ଥିତ ମାଆ ଦନ୍ତେଶ୍ବରୀ ମନ୍ଦିରରେ।

ସାପଟି ଆପେ ଆପେ ମନ୍ଦିର କାନ୍ଥରେ ଥିବା ଏକ ଗାତ ଭିତରେ ପଶି ଯାଉଥିବା ବେଳେ ଆପେ ଆପେ।ଏଥିରୁ ବାହାରି ମନ୍ଦିର ବେଡାରେ ବୁଲୁଛି।ଆଉ ଆଶ୍ଚର୍ଯ୍ୟର କଥା ସାପଟି ୧୭ ବର୍ଷ ହେଲା ମନ୍ଦିର ବେଡାରେ ରହୁଥିବାବେଳେ ଏହି ମନ୍ଦିର ବେଢା ଛାଡି ଦିନଟିଏ ବି ବାହାରକୁ ଯାଉନି।

ଆଉ ମନ୍ଦିର ତରଫରୁ ଦିଆଯାଉଥିବା କେବଳ ଖୀର ପିଉଥିବା ବେଳେ ଅନ୍ୟ ଜୀବ ଜନ୍ତୁ ଶିକାର କରୁନଥିବା କହିଛନ୍ତି ମନ୍ଦିରର ପରିଚାଳିକା।ଆଉ ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।ତେଣୁ ମନ୍ଦିର ପରିଚାଳିକା ସାପଟିକୁ ମାଆ ଦନ୍ତେଶ୍ବରୀ ରୁପରେ ପୂଜା କରି ଆସୁଛନ୍ତି।

ଗତ ୨୦୦୨ ମସିହାରେ  ଜୟପୁର ଜୟନଗରଠାରେ ଥିବା ଭୁତନାଥ ମନ୍ଦିର ନିକଟରେ ଏହି ଦନ୍ତେଶ୍ବରୀ ମନ୍ଦିର ପ୍ରତିଷ୍ଠା କରିଥିଲେ ଜୟପୁର ନୂଆଁସାହି ବାସିନ୍ଦା ପଙ୍କଜିନୀ ପଟ୍ଟନାୟକ।ମନ୍ଦିର ପ୍ରତିଷ୍ଠା କରିବାର କିଛି ମାସ ପରେ ହିଁ  ଛୁଆ ଅବସ୍ଥାରେ ମନ୍ଦିର ଭିତରକୁ ପସି ଆସିଥିଲା ଏହି ନାଗ ସାପଟି।

ଏହାକୁ ଦେଖି ପ୍ରଥମେ ଡରି ଯାଈଥିଲେ ମନ୍ଦିର କତ୍ତୃପକ୍ଷ।ସାପଟିକୁ ଧରି ମନ୍ଦିର ବେଢ଼ା ବାହାରେ ନେଇ ଛାଡି ଦେଇଥିଲେ।ହେଲେ ସାପଟି ପୁଣିଥରେ ମନ୍ଦିର ଭିତରକୁ ପସି ଆସିଥିଲା।ଆଉ ଏହା ପରେ ଯେତେଥର ବି ସାପଟିକୁ ବାହାରେ ଛଡା ହୋଇଛି ସେ ମନ୍ଦିର ବେଢାକୁ ସେତେଥର ପସି ଆସିଛି।

ସାପର ଏପରି ଆକ୍ଟିଭିଟି ଦେଖି ମନ୍ଦିର କତ୍ତୃପକ୍ଷ ଆଉ ସାପକୁ ଧରି ବାହାରେ ଛାଡିବା ବଦଳରେ ଏହାକୁ ଦନ୍ତେଶ୍ବରୀଙ୍କ ଅବତାର ଭାବି ସେହିଦିନଠାରୁ ଏହାକୁ ପୂଜା କରି ଆସୁଛନ୍ତି।ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ଓ ପୂଜକ ପ୍ରଥମେ ପ୍ରଥମେ ସାପଟିକୁ ଦେଖି ଡରି ଯାଈଥିଲେ ବି ଏବେ କିନ୍ତୁ ଧିରେ ଧିରେ ସେମାନଙ୍କ ମନରୁ ଡର ଭୟ ସବୁ ଦୂର ହୋଇଗଲାଣି।

ହିନ୍ଦୁ ଧର୍ମରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଜୀବ ଜନ୍ତୁ ପୂଜା ପାଇ ଆସୁଛନ୍ତି।ନାଗ ସାପକୁ ଶିବଙ୍କ ମସ୍ତକରେ ଆମେ ତ ଦେଖି ଆସୁଛେ।ହେଲେ ଦନ୍ତେଶ୍ବରୀ ରୂପରେ ୧୭ ବର୍ଷ ହେଲା ବିଶାକ୍ତ ନାଗ ସାପ ପୂଜା ପାଇବା ନିଶ୍ଚିତ ଭାବରେ ଏକ ବିରଳ ଘଟଣା। 

   Related Posts