ଏଲ୍ସା-ଦିଲ୍ଲୀପଙ୍କ ରିୟଲ ଫିଲ୍ମ : Mudda (15.11.2018)

Published By : Prameya-News7 Bureau | November 16, 2018 IST

ଆଜିର ମୁଦ୍ଦା- ଏଲ୍ସା-ଦିଲ୍ଲୀପଙ୍କ ରିୟଲ ଫିଲ୍ମ । ଓଡିଆ ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ବିରୋଧରେ ଅଭିନେତ୍ରୀ ଏଲସା ଘୋଷ ଆଣିଲେ ସଂଗୀନ ଅଭିଯୋଗ । ଓଡିଆ ମୁଭି ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ବେଳେ ଏମିତି ହାଇ ଭୋଲଟେଜ୍ ଡ୍ରାମା ଦେଖିବାକୁ ମିଳିଛି । ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡା  ମାନସିକ ନିର୍ଯାତନା ଦେଇଥିବା ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ଏଲସା । ଏଲସାଙ୍କ ହାତରୁ ଦିଲ୍ଲୀପ ମାଇକ୍ରୋଫୋନ୍ ଛଡାଇ ନେବାକୁ ଚେଷ୍ଟା କରିବା ବେଳେ ଚିହିଁକି ଉଠିଥିଲେ ଏଲସା, ଆଉ ଓଗାଳି ଦେଇଥିଲେ ଅନେକ କଥା । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏଲସା ଏବଂ ତାଙ୍କ ବାପା ମଧ୍ୟ ରାଗ ତମ ତମ ହୋଇ ପାଟି ତୁଣ୍ଡ କରୁଥିବା ଦେଖିବାକୁ ମିଳିଛି । ଏଲସା କହିଥିଲେ, ନିର୍ଦ୍ଦେଶକ ମୋତେ ତାଙ୍କ ସହ ରାତି କାଟିବାକୁ କହିଥିଲେ । ଏଥିରେ ରାଜି ନହେବାରୁ ଫିଲ୍ମର ଅଧିଂକାଶ ଦୃଶ୍ୟ କାଟି ଦେଇଛନ୍ତି । ଅଚାନକ ଏକଥା ଶୁଣି ସମସ୍ତେ ସ୍ତବ୍ଧ ହୋଇ ଯାଇଥିଲେ । ତେବେ ପରବର୍ତ୍ତୀ ସମୟରେ ଏମିତି ସ୍ଥିତି ଉପୁଜିବା ନେଇ ନିର୍ଦ୍ଦେଶକ ଗଣମାଧ୍ୟମ ଆଗରେ ଦୁଃଖ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.