Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶଙ୍ଖ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ, ୪ ଜଣ ହସ୍ପିଟାଲରେ ଭର୍ତ୍ତି
  • ||
  • ତାଳପଦର ବିଜୁ ସେତୁ ଭୁଶୁଡିବା ଘଟଣା: ଗ୍ରାମ୍ୟ ଉନ୍ନୟନ ବିଭାଗ ଏସ୍‌ଡିଓ ଅସିତ ପାତ୍ର ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ମହିଳା ବିଗ ବାସ୍ ଲିଗ୍ : ଏଲିସା ହିଲିଙ୍କ ବିସ୍ଫୋରକ ବ୍ୟାଟିଂ, ୪୮ ବଲରୁ ଲଗାଇଲେ ଶତକ, ଷ୍ଟାଡିୟମରେ ଥିଲେ ସ୍ୱାମୀ ଷ୍ଟାର୍କ

23/11/2020 at 11:24 AM

ସିଡନୀ,୨୩/୧୧:  ମହିଳା ବିଗ୍ ବାସ୍ ଲିଗରେ ରବିବାର ସିଡନୀ ସିକ୍ସର୍ସ ଓ ମେଲବର୍ଣ୍ଣ ଷ୍ଟାର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ସିଡନୀ ବିଜୟ ହାସଲ କରିଛି । ଡକଓ୍ୱର୍ଥ ଲୁଇସ୍ ନିୟମରେ ସିଡନୀ ମେଲବର୍ଣ୍ଣକୁ ୫ ଓ୍ୱିକେଟରେ ହରାଇ ଦେଇଛି ।

ପ୍ରଥମେ ବ୍ୟାଟିଂ କରି ମେଲବର୍ଣ୍ଣ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ୧୭୪ ରନ୍ କରିଥିଲା । ସିଡନୀ ୧୮.୪ ଓଭରରେ ୧୮୪ ରନ୍ କରି ମ୍ୟାଚ୍ ଜିତି ନେଇଥିଲା । ସିଡନୀ ତରଫରୁ ଏଲିସା ହିଲି ୫୨ ବଲରୁ ବିସ୍ଫୋରକ ୧୧ ରନ୍ କରିଥିଲେ । ଏହି ମ୍ୟାଚରେ ଏଲିସାଙ୍କ ପତି ତଥା ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍ ଷ୍ଟାର୍କ ମଧ୍ୟ ଉପସ୍ଥିତ ଥିଲେ ।

ଏଲିସା ୪୮ ବଲରୁ ୧୦୦ ରନ୍ କରିଥିଲେ । ସେ ନିଜ ଇନିଂସରେ ୧୫ଚଉକା ଓ ୬ ଛକା ଲଗାଇଥିଲେ । ମହିଳା ବିଗ୍ ବାସ୍ ଲିଗ୍ ଏହାର ଏଲିସାଙ୍କ ଇନିଂସର ଭିଡିଓ ମଧ୍ୟ ସେୟାର କରିଛି । ଯେଉଁଥିରେ ଷ୍ଟାର୍କ ନଜର ଆସିଛନ୍ତି ।

ସୂଚନାଯୋଗ୍ୟ, ଷ୍ଟାର୍କ ଏଲିସାଙ୍କୁ ୨୦୧୬ରେ ବିବାହ କରିଥିଲେ ।  ଷ୍ଟାର୍କ ଅଷ୍ଟ୍ରେଲିଆ ଦଳର ଷ୍ଟାର୍ ଖେଳାଳି ହୋଇଥିବା ବେଳେ ଏଲିସା ମହିଳା ଦଳର ପ୍ରମୁଖ ବ୍ୟାଟସମ୍ୟାନ୍ ଅଟନ୍ତି ।  

   Related Posts