ପଶ୍ଚିମ ଓଡିଶାକୁ ଅବହେଳା ପ୍ରସଂଗ: ବିଜେପି କହିଲା ନବୀନଙ୍କ ମନ୍ତ୍ରିମଣ୍ଡଳରେ କେହି ପରମାନେଣ୍ଟ ନଥାନ୍ତି ସମସ୍ତେ ଏନ.ଏମ.ଆର୍

Published By : Prameya-News7 Bureau | June 01, 2019 IST

ଭୁବନେଶ୍ବର୩୧|୫: ରାଜନୀତି ସତରଞ୍ଜରେ ପଶ୍ଚିମ ଓଡିଶା ଅବହେଳା ଗୋଟି । କିଏ ପଶ୍ଚିମ ଓଡିଶାକୁ ଧୋକ୍କା ଦେଲା ତାକୁ ନେଇ ଆରମ୍ଭ ହୋଇଛି କାଦୁଅ ଫିଙ୍ଗା । ବିଜେଡି କହୁଛି ବିଜେପି ଦେଇଛି ଧୋକ୍କା । ବିଜେପି କହୁଛି ବିଜେଡି ଦେଇଛି ଧୋକ୍କା । ଆଉ କଂଗ୍ରେସର ଦାବି ଉଭୟ ବିଜେଡି ଓ ବିଜେପି ଦେଇଛନ୍ତି ଧୋକ୍କା । ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭା ଜିତି କାହାକୁ ମୋଦି ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ପଦ ଦିଆଯାଇନଥିବାରୁ ବିଜେଡି ଓ କଂଗ୍ରେସ ଟାର୍ଗେଟରେ ବିଜେପି ।

{"id":118204}

କାହିଁକି ମୋଦି ସରକାରରେ ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ବ ରହିଲା ନାହିଁ ତାକୁ ନେଇ ଉଭୟ ଉଠାଇଛନ୍ତି ପ୍ରଶ୍ନ । କିନ୍ତୁ ନବୀନ ସରକାରରେ ପଶ୍ମିମ ଓଡିଶାରୁ ୬ ମନ୍ତ୍ରୀ । କାଉଣ୍ଟରରେ ବିଜେପିର ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ,  ନବୀନଙ୍କ ମନ୍ତ୍ରି ମଣ୍ଡଳରେ କେହି ମନ୍ତ୍ରୀ ପରମାନେଣ୍ଟ ନଥାନ୍ତି ସମସ୍ତେ ଏନ.ଏମ.ଆର୍ । ତେଣୁ ତାର କିଛି ମାନେ ନାହିଁ ।

{"id":118201}

ସେପଟେ ନବୀନ ବିଜେ୍ପୁର ସିଟ ଛାଡିବା ଏକ ପ୍ରକାର ସ୍ଥିର ହୋଇଥିବାରୁ ତାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟ ବିଜେଡିକୁ ଘେରିଛନ୍ତି । କହିଛନ୍ତି ବିଜେପୁର ବିଧାନସଭାର ଗୋଟିଏ ସିଟ୍ କଣ ପଶ୍ମିମ ପଶ୍ଚିମ ଓଡିଶା ଯେ କେବଳ ସେଇ ବିଧାନସଭା ପାଇଁ ପ୍ୟାକେଜ ଘୋଷଣା କରି ନବୀନ ଖସିଯିବେ । ପୁରା ପଶ୍ଚିମ ଓଡିଶା ନବୀନଙ୍କୁ ଡାକିଥିଲା ସେଠୁ ପ୍ରତିନିଧ୍ବ କରିବାକୁ । କିନ୍ତୁ ସେ ତାକୁ ରଖିନଥିବାରୁ ଏହା ଧୋକ୍କା ହେଲା ।

{"id":118205}

ଏହାବାଦ୍ ବିଜେପୁର ଉପନିର୍ବାଚନ ବେଳେ ନବୀନ ଯେଉଁ ପ୍ରତିଶୃତି ଦେଇଥିଲେ ତାହା କେତେ ପୂରଣ ହୋଇଛି ପଶ୍ଚିମ ଓଡିଶାବାସୀ ଜାଣିଛନ୍ତି । ଏବେ ପୁଣି ଆଉଥରେ ବିଜେପୁର ଉପନିର୍ବାଚନ ପୂର୍ବରୁ ନବୀନଙ୍କ ପ୍ୟାକେଜ ଘୋଷଣାକୁ ନେଇ ସନ୍ଦେହ ରହିଛି ।

{"id":118207}

ବିଜେଡିର କାଉଣ୍ଟର, ନବୀନ ପଶ୍ଚିମ ଓଡିଶା ବିକାଶକୁ ଧ୍ୟାନ ଦେଇଛନ୍ତି ଏବଂ ବିଜେପୁର ପାଇଁ ପୁଣି ୨ ହଜାର କୋଟିର ପ୍ୟାକେଜ ତାଙ୍କ ପ୍ରତିବଦ୍ଧାତା ପ୍ରମାଣ କରିଛି ।

{"id":118202}

ନବୀନ ଖୁବ୍ ଶିଘ୍ର ବିଜେପୁର ସିଟ ଛାଡିବା ନେଇ ଘୋଷଣା କରିବେ । ଯେହେତୁ ସେ ହିଞ୍ଜିଳି ବିଧାନ ସଭା ପ୍ରତିନିଧି ଭାବେ ଶପଥ ନେଇଛନ୍ତି ତେଣୁ କେବଳ ଘୋଷଣା ବାକି ।

{"id":118206}

ନିୟମ ଅନୁଯାଇ ଜଣେ ପ୍ରତିନିଧି ଗୋଟିଏ ଆସନରୁ ଶପଥ ନୋପରେ ସେ ଜିତିଥିବା ଅନ୍ୟ ଆସନକୁ ୧୪ ଦିନ ଭିତରେ ଛାଡିବାକୁ ନିୟମ ଅଛି । ସେଥିପାଇଁ ନବୀନ ବିଜେପୁର ପାଇଁ ଆଗୁଆ ପ୍ୟାକେଜ ଘୋଷଣା କରିଛନ୍ତି ।

{"id":118203}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.