Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଆଲିଗଡ଼ରେ ଅଢେଇ ବର୍ଷର ଶିଶୁକୁ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଫାସି ଦାବି: ଅଭିଯୁକ୍ତଙ୍କ କେଶ ନ ଲଢ଼ିବା ପାଇଁ ବାର ଆସୋସିଏସନର ନିଷ୍ପତ୍ତି

9/06/2019 at 1:27 PM

ଉତ୍ତର ପ୍ରଦେଶ ଅଲିଗଡ଼ରେ ଅଢେଇ ବର୍ଷର ନିରୀହ ଶିଶୁକୁ ନିର୍ମମ ହତ୍ୟା ଘଟଣାରେ ସାରା ଦେଶରେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ଆଲିଗଡ଼ ଟପ୍ପଲ ଗାଁରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି । ଆଜି ମଧ୍ୟ ସୁରକ୍ଷାକର୍ମୀ ଗାଁରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି । ଦେଶରେ ବିଭିନ୍ନ ସ୍ଥାନରେ କେଣ୍ଡଲ ମାର୍ଚ୍ଚ କରାଯାଉଛି । ଅଭିଯୁକ୍ତଙ୍କୁ ଫାସି ଦଣ୍ଡ ଦାବି କରିଛନ୍ତି ଲୋକେ । ଅନେକ ଜାଗାରେ ଲୋକେ ଅନଶନରେ ବସିଥିବା ବେଳେ ଆଉ କିଛି ସ୍ଥାନରେ ଲୋକେ ଅଭିଯୁକ୍ତଙ୍କ ଫଟୋରେ ଫାସି ଲଗାଇ ନିଜ ଆକ୍ରୋଶ ଜାହିର କରୁଛନ୍ତି । ଅଢେଇ ବର୍ଷର ଏହି ନିରୀହ ଶିଶୁକୁ ନ୍ୟାୟ ଦେବା ପାଇଁ ଏକତ୍ରିତ ହୋଇଛି ପୁରା ଦେଶ ।

ଆଲିଗଡ଼ ଅନ୍ତର୍ଗତ ଟପ୍ପଲରେ ଗତ ମେ ୩୦ ତାରିଖରେ ଅଢେଇ ବର୍ଷର ଶିଶୁକୁ ତଂଟି ଚିପି ହତ୍ୟା କରିଥିଲେ ୨ ଅଭିଯୁକ୍ତ । ହତ୍ୟାର ତିନି ଦିନ ପରେ ଅର୍ଥାତ ଜୁନ ୨ ତାରିଖରେ ଶିଶୁର ଶବ କ୍ଷତବିକ୍ଷତ ଅବସ୍ଥାରେ ଘର ପାଖ ଅଳିଆ ଗଦାରୁ ଉଦ୍ଧାର ହୋଇଥିଲା । ହତ୍ୟାକାରୀମାନେ ଶିଶୁକୁ ତଂଟି ଚିପି ହତ୍ୟା କରିବା ପରେ ତା ଉପରେ ଏସିଡ ଢାଳି ଦେଇଥିଲେ ଏବଂ ନିରୀହ ଶିଶୁର ଆଖି ତାଡି ଦେଇଥିଲେ । ଏହାପରେ ଶବକୁ ଏକ ଓଢଣୀରେ ଗୁଡ଼ାଇ ଘର ପାଖ ଅଳିଆ ଗଦାରେ ଫୋପାଡ଼ି ଦେଇଥିଲେ ।

ଘଟଣା ବିରୋଧରେ ଆଲିଗଡ଼ ହିନ୍ଦୁ ମହାସଭା ଏବଂ ମୁସଲମାନ ସମାଜର ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ଆଲିଗଡ଼ ମୁସଲିମ ୟୁନିଭର୍ସିଟି ଛାତ୍ରଛାତ୍ରୀ ମଧ୍ୟ ଅଭିଯୁକ୍ତଙ୍କ ଫାସି ଦାବି କରି ବିରୋଧ ପ୍ରଦର୍ଶନ କରିଛନ୍ତି ।

ହତ୍ୟାକାଣ୍ଡ ପରେ ଟିପ୍ପଲ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ଅଂଚଳରେ ପୋଲିସ ଫୋର୍ସ ନିୟୋଜିତ ଅଛନ୍ତି ।

ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଜାହିଦ ଏବଂ ତା ଭାଇ ମେହେନ୍ଦି ଓ ଜାହିଦର ପତ୍ନୀକୁ ପୋଲିସ ଗିରଫ କରିଛି । ହତ୍ୟାକାଣ୍ଡର ଆଉ ଜଣେ ଅଭିଯୁକ୍ତ ମେହେନ୍ଦିର ପତ୍ନୀ ଫେରାର ଅଛି ।

ଆଲିଗଡ଼ ବାର ଆସୋସିଏସନ ସଦସ୍ୟ ମଧ୍ୟ ମୋର୍ଚ୍ଚା ବାହାର କରିଛନ୍ତି । କୌଣସି ଓକିଲ ଅଭିଯୁକ୍ତଙ୍କ କେଶ ନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ହତ୍ୟାକାରୀଙ୍କ ବିରୋଧରେ ରାଷ୍ଟ୍ରୀୟ ସୁରକ୍ଷା ଆଇନ ଜରିଆରେ ମାମଲା ରୁଜ୍ଜୁ କରି ଫାଷ୍ଟ ଟ୍ରକ କୋର୍ଟକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

   Related Posts