ସୋସିଆଲ ମିଡ଼ିଆରେ ଅପପ୍ରଚାର : ଜାଣନ୍ତୁ ଅଲିଗଡ଼ରେ ଅଢେଇ ବର୍ଷର ଶିଶୁର ହତ୍ୟା ପଛର କାହାଣୀ

Published By : Prameya-News7 Bureau | June 08, 2019 IST

ଆଲିଗଡ଼ ୮/୬ : ଉତ୍ତର ପ୍ରଦେଶ ଆଲିଗଡ଼ରେ ଅଢେଇ ବର୍ଷର ଶିଶୁକୁ ଅମାନବୀୟ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଦୋହଲି ଯାଇଛି ଦେଶ । ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ବଲିଉଡ ତାରକା ଏବଂ ଅନେକ ରାଜନୈତିକ ଦଳ ତଥା ନେତା ସୋସିଆଲ ମିଡ଼ିଆରେ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି । ହତ୍ୟା ମାମଲାର ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି । ପୋକସୋ ଆକ୍ଟରେ ତଦନ୍ତ ଆରମ୍ଭ କରାଯାଇଛି ।

{"id":120992}

ସୂଚନାଯୋଗ୍ୟ ଯେ, କେବଳ ୧୦ ହଜାର ଟଙ୍କା ପାଇଁ ଏକ ନିରୀହ ଶିଶୁକୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା କରିବା ପରେ ଶିଶୁ ଉପରେ ଏସିଡ୍ ଢାଳି, ତା ଆଖି ତାଡି ଦେଇ ତାକୁ ଅଳିଆ ଗଦାରେ ପୋତି ଦିଆଯାଇଥିଲା । ମେ ୩୦ ତାରିଖରେ ଶିଶୁଟି ନିଖୋଜ ହୋଇଯାଇଥିଲା । ଜୁନ ୨ ତାରିଖରେ ଶିଶୁର ଗଳିତ ମୃତଦେହ ଘର ପାଖ ଅଳିଆଗଦାରୁ ମିଳିଥିଲା ।

{"id":120993}

ଦାୟିତ୍ବହୀନତା ଅଭିଯୋଗରେ ପୋଲିସ ଇନ୍ସପେକ୍ଟରଙ୍କ ସମେତ ୫ଜଣ ପୋଲିସକର୍ମୀଙ୍କୁ ନିଲମ୍ବିତ କରିଦିଆଯାଇଛି ।

ହତ୍ୟା ଘଟଣାରେ ୨ ଜଣଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଅଭିଯୁକ୍ତ ଜାହିଦ ନିଜ ଦୋଷ ସ୍ୱୀକାର କରିଛି । ଗତକାଲି ଆଉ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଜାହିଦ କହିଛି ଯେ, ୧୦ ହଜାର ଟଙ୍କା ପାଇଁ ଉଭୟ ପରିବାର ମଧ୍ୟରେ ବିବାଦ ଚାଲିଥିଲା । ଆଉ ଜଣେ ଅଭିଯୁକ୍ତ ହତ୍ୟା ମାମଲାରେ ଜଡିତ ଥିବା ନେଇ ଏବେ ପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇନାହିଁ । ତେବେ ଆଉ ଜଣେ ଅଭିଯୁକ୍ତ ବିରୋଧରେ ନିଜ ଝିଅକୁ ଦୁଷ୍କର୍ମ କରିଥିବା ମାମଲା ରହିଛି ।

{"id":120994}

ସୋସିଆଲ ମିଡ଼ିଆରେ ଏନେଇ ନାନା ବାଦବିବାଦ ସୃଷ୍ଟି ହୋଇଛି । ତେବେ ସୋସିଆଲ ମିଡ଼ିଆରେ ହେଉଥିବା ଅପପ୍ରଚାରକୁ ଦୂର କରିବାକୁ ଉଦ୍ୟମ କରିଛି ପୋଲିସ । ସୋସିଆଲ ମିଡ଼ିଆରେ ପ୍ରଚାର ହୋଇଛି ଯେ, ଶିଶୁଙ୍କ ସହ ପ୍ରଥମେ ଦୁଷ୍କର୍ମ ହୋଇଥିଲା ଏବଂ ପରେ ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । କିନ୍ତୁ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଥିଲା ଯେ, ଶିଶୁ ସହ ଦୁଷ୍କର୍ମ ହୋଇନଥିଲା । ଶବ ସମ୍ପୂର୍ଣ କ୍ଷତବିକ୍ଷତ ହୋଇଯାଇଥିଲା । ଶିଶୁର ଆଖି ତାଡି ଦେଇଥିଲେ ହତ୍ୟାକାରୀ ।

{"id":120995}

ରାଷ୍ଟ୍ରୀୟ ଶିଶୁ ଅଧିକାର ସଂରକ୍ଷଣ ଆୟୋଗ କହିଛନ୍ତି ଯେ, ଶିଶୁର ପରିଚୟ ଉଜାଗର କରିବା ପୋକସୋ ଆଇନ, ୨୦୧୨ ଧାରା ୨୩ ଏବଂ ଯେଯେ ଆଇନ, ୨୦୧୫ ଧାରା ୭୪ ଅନୁଯାୟୀ ଦଣ୍ଡନୀୟ ଅପରାଧ । ପ୍ରଶାସନ ଏବଂ ପୋଲିସ ଏହି ମାମଲାରେ ଉଚିତ କାର୍ଯ୍ୟାନୁଷ୍ଠାନ କରୁଛି ବୋଲି କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.