ଆଲୀଗଡରେ ମଦ ବିଭୀଷିକା : ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ , ଅନେକଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | May 29, 2021 IST

ଆଲୀଗଡ ୨୯/୫ : ୟୁପି ଆଲିଗଡରେ ମଦ ବିଭୀଷିକା । ବିଷାକ୍ତ ମଦ ପିଇ ୩୧ ଜଣଙ୍କ ମୃତ୍ୟୁ ହେବା ସହ ଅନେକଙ୍କ ଅବସ୍ଥା ଗୁରୁତର ହୋଇଛି । ଗତକାଲି ମଧ୍ୟରାତ୍ରି ପର୍ଯ୍ୟନ୍ତ ମୃତ୍ୟୁ ଜାରି ରହିଥିଲା । ରାତି ୩ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୧ରେ ପହଞ୍ଚିଥିଲା । ଯାହାର ଅଫିସିଆଲ୍ ଅପଡେଟ୍ ପ୍ରକାଶ ପାଇଥିଲା ଏବଂ ଏ ସମ୍ପର୍କରେ ସରକାରଙ୍କୁ ଏକ ରିପୋର୍ଟ ପଠାଯାଇଛି । ଅଧିକାଂଶ ମୃତଦେହ ପୋଷ୍ଟମର୍ଟମ କରାଯାଇଥିବାବେଳେ କେତେକ ସକାଳ ପର୍ଯ୍ୟନ୍ତ ପୋଷ୍ଟମର୍ଟମ କାର୍ଯ୍ୟ ଚାଲୁ ରହିଥିଲା ।

ଏଥି ସହ, ୧୨ ଜଣ ଆହତ ଜିଲ୍ଲା ଡାକ୍ତରଖାନା ଏବଂ ଜେଏନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି । ଅବହେଳା ଅଭିଯୋଗରେ ସରକାର ଜିଲ୍ଲା ଏକ୍ସାଇଜ୍ ଅଧିକାରୀ ଧୀରଜ ଶର୍ମା, ଏକ୍ସାଇଜ୍ ଇନ୍ସପେକ୍ଟର ରାଜେଶ ଯାଦବ, ପ୍ରିନ୍ସିପାଲ କନଷ୍ଟେବଳ ଅଶୋକ କୁମାର, ଇନ୍ସପେକ୍ଟର ଚନ୍ଦ୍ରପ୍ରକାଶ ଯାଦବ ଏବଂ କନଷ୍ଟେବଳ ରାମରାଜ ରାଣାଙ୍କୁ ନିଲମ୍ବନ କରିଛନ୍ତି । ମଦ ଚୋରା ଚାଲାଣରେ ଅଭିଯୁକ୍ତ ଅନିଲ ଚୌଧୁରୀଙ୍କ ସମେତ ପୋଲିସ ୩ଟି ମାମଲା ରୁଜୁ କରିଛି । ତେବେ ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଅଛନ୍ତି, ଯାହାଙ୍କ ଉପରେ ୫୦ ହଜାର ଲେଖାଏଁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.