Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନାରେ ୨୦ ଦିନରେ ଚାଲିଗଲା ୧୯ ଏଏମୟୁ ପ୍ରଫେସରଙ୍କ ଜୀବନ, ଭୂତାଣୁର ନୂଆ ଭାରିଏଣ୍ଟ ନେଇ ଆଶଙ୍କା

10/05/2021 at 5:19 PM

ଲକ୍ଷ୍ନୌ ୧୦/୫:  ଗତ ୨୦ ଦିନ ମଧ୍ୟରେ ଆଲିଗଡ ମୁସ୍‌ଲିମ୍‌ ୟୁନିଭର୍ସିଟି (ଏଏମୟୁ)ର ୧୯ ଜଣ ପ୍ରଫେସର କରୋନାରେ ମୃତ୍ୟୁବରଣ କରିବା ପରେ ଭୟର ବାତାବରଣ ଖେଳିଯାଇଛି। ଏଥିପାଇଁ ଆଲିଗଡ଼ରେ ନୂଆ ଭାରିଏଣ୍ଟର କରୋନା ଭୂତାଣୁ ସୃଷ୍ଟି ହୋଇଥିବା ନେଇ କୂଳପତି ପ୍ରଫେସର ତାରିକ ମନସୁର ଆଶଙ୍କା କରିଛନ୍ତି। ଏନେଇ ସେ ଆଇସିଏମଆରକୁ ପତ୍ର ଲେଖିବା ସହ କୋଭିଡ-୧୯ ନମୂନାର ଜେନୋମ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି।

ଏଏମୟୁ ଭିସି ଆଇସିଏମଆର ମହାନିର୍ଦେଶକଙ୍କୁ ଚିଠି ଲେଖିଚନ୍ତି। ୟୁନିଭର୍ସିଟି ଲାବରୁ ପଠାଯାଇଥିବା ସାମ୍ପଲକୁ ଭଲ ଭାବେ ଯାଞ୍ଚ କରିବା ସହ ଆଲିଗଡ଼ରେ ନୂଆ କିସମର କରୋନା ଭୂତାଣୁ ସୃଷ୍ଟି ହୋଇଛି କି ନାହିଁ ଜଣାଇବାକୁ ସେ ଅନୁରୋଧ କରିଛନ୍ତି। ଯାଞ୍ଚ ପାଇଁ ସେ ଅନୁରୋଧ କରିବାର ମୁଖ୍ୟ କାରଣ ଯଦି ପ୍ରକୃତରେ ସେଠାରେ ନୂଆ ଭାରିଏଣ୍ଟ ବିକଶିତ ହୋଇଛି ତେବେ ସେଥିରୁ ବର୍ତ୍ତିବା ପାଇଁ ସମୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇପାରିବ।

ଏହା ସହ ୧୬ ଜଣ କାର୍ଯ୍ୟରତ ପ୍ରଫେସର ଏବଂ ଅନ୍ୟ ଅବସରପ୍ରାପ୍ତ ପ୍ରଫେସର ମୃତ୍ୟୁବରଣ କରିଛନ୍ତି। ତେଣୁ ବିଶ୍ବବିଦ୍ୟାଳୟ ସମେତ ପାଖାପାଖି ଅଞ୍ଚଳରେ ନୂଆ କିସମର ଭୂତାଣୁ ବିକଶିତ ହେଉଥିବା ଆଶଙ୍କା କରାଯାଉଛି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ତାରିକ ମନସୁର। ତେବେ ବିଶ୍ବବିଦ୍ୟାଳୟର କୂଳପତିଙ୍କ ଅନୁରୋଧ କ୍ରମେ ଆଇସିଏମଆର ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଥିବା ଜଣାପଡ଼ିଛି।

   Related Posts