Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଆଲୀଗଡ ମଦ ବିଭୀଷିକା : ଏପର୍ଯ୍ୟନ୍ତ ୩୬ ଜଣଙ୍କ ମୃତ୍ୟୁ, ଯୁଗ୍ମ ତଥା ଡେପୁଟି ଏକ୍ସାଇଜ୍ କମିଶନର ନିଲମ୍ବିତ

1/06/2021 at 8:26 AM

ଆଲୀଗଡ୧/୦୬ : ଉତ୍ତରପ୍ରଦେଶ ଆଲୀଗଡରେ ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ସେପଟେ ଉତ୍ତରପ୍ରଦେଶ ସରକାର ଏକ୍ସାଇଜ୍ ବିଭାଗର ଦୁଇ ବରିଷ୍ଠ ଅଧିକାରୀଙ୍କୁ ଘଟମା ପାଇଁ ନିଲମ୍ବିତ କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାନୁପ୍ରତାପ କଲ୍ୟାଣୀ କହିଛନ୍ତି ଏପର୍ଯ୍ୟନ୍ତ ୭୧ ମୃତଦେହର ପୋଷ୍ଟମଟମ ପାଇଁ ଆସିଥିଲା । ଏଥିରୁ ୩୬ ଜଣଙ୍କ ମଦ ପିଇ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି । ବାକି ଆଉ ୩୫ ମୃତଦେହର ପୋଷ୍ଟମଟମ ରିପୋର୍ଟ ଆସିନି । ଆସିଲେ ଜଣାପଡିବ କାରଣ ।

ତେବେ ଏମାନଙ୍କର ମଧ୍ୟ ମଦ ପିଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ସେପଟେ ଘଟଣାକୁ ନେଇ ଆରମ୍ଭ ହୋଇଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏକ୍ସାଇଜ୍ ସଞ୍ଜୟ ଭୁସରେଡି କହିଛନ୍ତି ଯେ ଆଲିଗଡ ମାମଲାରେ ଯୁଗ୍ମ ଏକ୍ସାଇଜ୍ କମିଶନର (ଆଗ୍ରା ଜୋନ୍) ରବି ଶଙ୍କର ପାଠକ ଏବଂ ଡେପୁଟି ଏକ୍ସାଇଜ୍ କମିଶନର (ଆଲିଗଡ ଡିଭିଜନ୍) ଓପି ସିଂଙ୍କୁ ମଧ୍ୟ ତୁରନ୍ତ ନିଲମ୍ବିତ କରାଯାଇଛି । ସରକାରୀ ସ୍ତରରୁ ପାଠକଙ୍କୁ ନିଲମ୍ବନ କରିବା ପରେ ଯୁଗ୍ମ ଏକ୍ସାଇଜ୍ କମିଶନର ଧୀରଜ ସିଂଙ୍କୁ ଲକ୍ଷ୍ନୌକୁ ଆଗ୍ରା ଜୋନର ଅତିରିକ୍ତ ଦାୟିତ୍ୱ ଏବଂ ଡେପୁଟି ଏକ୍ସାଇଜ୍ କମିଶନର ବିଜୟ କୁମାର ମିଶ୍ରଙ୍କୁ ଆଲିଗଡ ଡିଭିଜନର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

   Related Posts