Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

କଚୋଡି ବିକ୍ରି କରି କୋଟିପତି : କଚୋଡି ବିକାଳୀଙ୍କ ଘରେ ଗୁଇନ୍ଦା ସଂସ୍ଥା ଏବଂ ବିକ୍ରିକର ବିଭାଗର ଚଢ଼ାଉ

24/06/2019 at 3:31 PM

ଆଲିଗଡ଼ ୨/୬ : ଉତ୍ତର ପ୍ରଦେଶ ଆଲିଗଡ଼ରେ ରାଜ୍ୟ ଗୁଇନ୍ଦା ସଂସ୍ଥା ଏବଂ ବିକ୍ରିକର ବିଭାଗ ଏକା କଚୋଡି ବିକ୍ରେତାଙ୍କ ଘରେ ଚଢ଼ାଉ କରିଥିଲେ । କଚୋଡି ବିକ୍ରେତାଙ୍କ ଘରେ ଗୁଇନ୍ଦା ସଂସ୍ଥା ଓ ବିକ୍ରିକର ଅବିଭାଗ ଯାହା ଦେଖିଲେ ସେଥିରେ ତାଙ୍କ ହୋସ ଉଡ଼ିଗଲା । କଚୋଡି ବିକ୍ରେତା ସାମାନ୍ୟ ଲୋକ ନୁହେଁ ବରଂ ଜଣେ କୋଟିପତି ବାହାରିଲେ ।

ଆଲିଗଡ଼ ସହର ସ୍ଥିତ ସୀମା ସିନେମା ହଲ ଛକ ନିକଟରେ ମୁକେଶ ନାମକ ଜଣେ ବ୍ୟକ୍ତି ଗତ ୧୦ ବର୍ଷ ହେଲା ସିଙ୍ଗଡ଼ା ଓ କଚୋଡି ବିକ୍ରି କରୁଛି । ତାଙ୍କ ବିରୋଧରେ ଲକ୍ଷ୍ନୌ ଗୁଇନ୍ଦା ବିଭାଗରେ ଅଭିଯୋଗ ହୋଇଥିଲା । ଏହାପରେ ମାମଲା ଆଲିଗଡ଼ ପହଞ୍ଚିଥିଲା । ସୂଚନାପାଇଁ ଆଲିଗଡ଼ ବିକ୍ରିକର ବିଭାଗ ଜୁନ ୨୧ ତାରିଖରେ ଏସଆଇବି ଅଧିକାରୀଙ୍କ ସହ ମିଶି ମିଳିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ଆରମ୍ଭ ହେବାପରେ ମୁକେଶ ନିଜେ ସ୍ୱୀକାର କରିଥିଲା ଯେ, ତାର ମାସକୁ ଟର୍ଣ ଓଭର ଲକ୍ଷ ଲକ୍ଷ ଟଙ୍କା । ସେ ଗ୍ରାହକ ସଂଖ୍ୟା, କଞ୍ଚାମାଲ ଏବଂ ନିଜ ବ୍ୟବସାୟ ସମ୍ବନ୍ଧୀୟ ସମସ୍ତ ତଥ୍ୟ କହିଥିଲା ।

ସଂସ୍ଥା ଚଢ଼ାଉ କରିବା ପରେ ଜଣାପଡିଥିଲା ମୁକେଶର ବାର୍ଷିକ ଟର୍ଣ ଓଭର ୬୦ ଲକ୍ଷ ଟଙ୍କାରୁ ଅଧିକ । ସେ କେବେକେବେ କୋଟିଏ ଉପରକୁ ମଧ୍ୟ ଯାଇଥାଏ । ଅଧିକ ଟର୍ଣ ଓଭର ସତ୍ୱେ ମୁକେଶ ଜିଏସଟି ଦେଉନଥିଲା କି ରେଜିଷ୍ଟ୍ରେସନ ମଧ୍ୟ କରିନଥିଲା । ଏଥିପାଇଁ ରାଜ୍ୟ ଗୁଇନ୍ଦା ସଂସ୍ଥା ମୁକେଶକୁ ନୋଟିସ ଜାରି କରିଥିଲେ ।

ଯାଞ୍ଚ ଅଧିକାରୀଙ୍କ କହିବାନୁଯାୟୀ, ପ୍ରାରମ୍ଭିକ ତଦନ୍ତରୁ ମୁକେଶର ୬୦ ଲକ୍ଷ ଟଙ୍କାର ଟର୍ଣ ଓଭର ମାମଲା ସାମ୍ନାକୁ ଆସିଥିଲା । କିନ୍ତୁ ପରେ ଜଣାପଡିଥିଲା ଏହାଏ କୋଟିଏରୁ ମଧ୍ୟ ଅଧିକ । ଅପରପକ୍ଷରେ ସେ ଜିଏସଟି ରେଜିଷ୍ଟ୍ରେସନ ମଧ୍ୟ କରିନଥିଲା । ବର୍ଷକୁ ୪୦ ଲକ୍ଷ ଆୟ କରୁଥିବା ବ୍ୟବସାୟୀଙ୍କୁ ଜିଏସଟି ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ ।

ଆଲିଗଡ଼ ଏସଆଇବି ଡେପୁଟି କମିଶନର କହିଛନ୍ତି ଯେ, ମୁକେଶକୁ ଜିଏସଟି ରେଜିଷ୍ଟ୍ରେସନ ପାଇଁ ନୋଟିସ ଜାରି କରାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି । 

   Related Posts