Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||
  • ବ୍ରିସବେନ୍ ଟେଷ୍ଟ୍ : ପ୍ରଥମ ଦିନରେ ଲାବୁସେନଙ୍କ ଶତକ, କଙ୍ଗାରୁ ଟିମ୍ ୨୭୪/୫
  • ||
  • ଭୁବନେଶ୍ବର: ଗୁରୁତର-ଗର୍ଭବତୀ-ହସ୍ପିଟାଲରେ ଆଡମିଟ୍‌ ବ୍ୟକ୍ତିଙ୍କୁ ଦିଆଯିବ ନାହିଁ ଟିକା, ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ
  • ||
  • ଶ୍ରମିକମାନଙ୍କ ସହ ମିଶି ମାଟି ଖୋଳିଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଦୁଇ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୮ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଚିଲିକାରେ ଆରମ୍ଭ ହୋଇଛି ଫ୍ଲୋରା ଫୋନା ସର୍ଭେ
  • ||
  • ଯାଜପୁର ଶିଶୁ ନିଖୋଜ ଘଟଣା: ନିଖୋଜ ପିହୁ ପରିବାରକୁ ଭେଟିଲେ ଏସ୍‌ପି ରାହୁଲ ପି.ଆର
  • ||
  • ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ, ପୁଣି ଅପମିଶ୍ରିତ ଗୁଣ୍ଡି ଜବତ
  • ||
  • ଗଞ୍ଜାମ: ଅଜଣା ଜନ୍ତୁ ଆତଙ୍କ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ଲୋକେ
  • ||

ହାବାର୍ଡର ପ୍ରଫେସରଙ୍କ ଅଜବ ଦାବି, କହିଲେ- ପୃଥିବୀକୁ ଅଳିଆ ଫୋପାଡ଼ୁଛନ୍ତି ଏଲିଏନ୍ସ

4/01/2021 at 7:35 PM

ନୂଆଦିଲ୍ଲୀ ୦୪/୦୧: ପୃଥିବୀ ପ୍ରତି ମହାକାଶରୁ ଆସୁଥିବା ବଡ଼ ପଥର, ଉଲ୍‌କାପିଣ୍ଡ ଆଦି ଘାତକ ହେବାକୁ ଯାଉଛି ବୋଲି ବହୁ ଖବର ଶୁଣିବାକୁ ମିଳେ। କିନ୍ତୁ ଏଗୁଡ଼ିକ ଆପେ ଆପେ ନୁହେଁ ବରଂ ଏଲିଏନମାନେ ପୃଥିବୀକୁ ଫିଙ୍ଗୁଛନ୍ତି ବୋଲି ଜଣେ ପ୍ରଫେସର ଦାବି କରିଛନ୍ତି। ପୃଥିବୀକୁ ଏଲିଏନ୍ସ ଅଳିଆ ଭାବେ ବଡ଼ ପଥର, ଉଲ୍‌କାପିଣ୍ଡ ନିକ୍ଷେପ କରୁଛନ୍ତି। ଏହାକୁ ସ୍ପେସ୍‌ ଗାର୍ବେଜ୍‌ କୁହାଯାଏ ବୋଲି ପ୍ରଫେସର ଜଣଙ୍କ କହିଛନ୍ତି।

ମହାକାଶରୁ ପୃଥିବୀପୃଷ୍ଠକୁ ଆସୁଥିବା ଉଜ୍ଜ୍ବଳ ପଥର ପ୍ରମାଣ ଦିଏ ଯେ ପୃଥିବୀ ବ୍ୟତୀତ ବିଶ୍ବରେ ଅନ୍ୟ କେଉଁଠି ଜୀବନ ରହିଛି।ଏହି ସବୁ ପଥର ଏଲିଏନ କିମ୍ବା ମହାକାଶରେ ବାସ କରୁଥିବା ଅନ୍ୟ ସଭ୍ୟତାର ଜୀବଙ୍କ ଦ୍ବାରା ଫୋପାଡ଼ାଯାଉଥିବା କଚରା ବା ଅଳିଆ ବୋଲି ହାବାର୍ଡ ବିଶ୍ବବିଦ୍ୟାଳୟର ମହାକାଶ ବିଜ୍ଞାନ ବିଭାଗର ପ୍ରଫେସର ଅଭି ଲୋଏବ କହିଛନ୍ତି।

ପ୍ରଫେସର ଅଭି ଲୋଏବ ଦାବି କରିଥିଲେ ୨୦୧୭ରେ ଏଲିଏନ୍ସ ଏକ ମହାକାଶ ଅଳିଆ ପୃଥିବୀକୁ ଫିଙ୍ଗିଥିଲେ। ଏନେଇ ସେ ଏକ୍ସଟ୍ରାଟେରେଷ୍ଟ୍ରିଆଲ: ଦ ଫାଷ୍ଟ ସାଇନ୍‌ ଅଫ୍‌ ଇଣ୍ଟେଲିଜେଣ୍ଟ ଲାଇଫ୍‌ ବିୟୋଣ୍ଡ ଆର୍ଥ -ନାମକ ପୁସ୍ତକରେ ଲେଖିଥିଲେ ଲୋଏବ। ମହାକାଶରେ ଏହି ଅଳିଆ ଆମ ସୌରମଣ୍ଡଳ ଦେଇ ଗତି କଲା ଆମେ ଏହାକୁ ଏକ ଉଜ୍ଜ୍ବଳ ପଥର ବୋଲି କେବଳ ଭାବି ରହିଗଲେ ବୋଲି ମଧ୍ୟ ଲୋଏବ ଦାବି କରିଛନ୍ତି।

୬ ସେପ୍ଟେମ୍ବର ୨୦୧୭ରେ ଏକ ବସ୍ତୁ ଷ୍ଟାର ବେଗାରୁ ବାହାରିଥିଲା। ଏହି ତାରା ପୃଥିବୀରୁ ୨୫ ଆଲୋକ ବର୍ଷ ଦୂରରେ ଅବସ୍ଥିତ। ଏହି ବସ୍ତୁ ୯ ସେପ୍ଟେମ୍ବରରେ ସୌର ମଣ୍ଡଳରେ ପ୍ରବେଶ କରି ସୂର୍ଯ୍ୟଙ୍କ ନିକଟରେ ଗତି କରିଥିଲା। ବସ୍ତୁଟି ୯୪୭୯୦ କିମି ପ୍ରତି ଘଣ୍ଟା ବେଗରେ ଗତି କରିଥିଲା। ତାପରେ ଏହା ପେଗାସସ୍‌ ନକ୍ଷତ୍ର ଆଡ଼କୁ ଯାଇଥିଲା କିନ୍ତୁ ଅନ୍ଧାର ପାଇଁ ଏହାକୁ ଆଉ ଠାବ କରିବା ମୁସ୍କିଲ ଥିଲା ବୋଲି ମଧ୍ୟ ଲୋଏବ ଲେଖିଛନ୍ତି।

ମହାକାଶରୁ ଆସିଥିବା ବସ୍ତୁଟିର ନାଁ ଓମୁଆମୁଆ ରଖାଯାଇଥିବା ବେଳେ ଏହାର ଲମ୍ବ ୩୦୦ ଫୁଟ୍‌ ଥିଲା। ଏହା ପ୍ରଥମ ବସ୍ତୁ ଥିଲା ଯାହା ମହାକାଶରୁ ଆସି ଆମ ସୌରମଣ୍ଡଳର ଚକ୍କର କାଟି ପୁଣି ଫେରିଯାଇଥିଲା। ଲୋଏବ କହିଛନ୍ତି, ଯଦି ଗୁମ୍ଫାରେ ଥିବା ବ୍ୟକ୍ତିଙ୍କୁ ଯଦି ଫୋନ୍‌ ଦେଖାଇ ଦିଆଯାଏ ତେବେ ସେ କଣ ଭାବିବେ। ମୁଁ ପୁରା ଜୀବନ ମହାକାଶରୁ ଆସୁଥିବା ପଥର ଉପରେ ଅଧ୍ୟୟନ କରିଛି। ଏହି ଉଜ୍ଜ୍ବଳ ପଥରକୁ ଦେଖିବା ପରେ ଜଣାପଡ଼ୁଛି ଏଗୁଡ଼ିକ ସାଧାରଣ ପଥର ଠାରୁ ନିଆରା ବୋଲି ଅଭି ଲୋଏବ କହିଛନ୍ତି।

   Related Posts