ହତ୍ୟାକାଣ୍ଡ ପଛରେ ରହିଛି ପରକିୟାପ୍ରୀତି ! ମମିତା ଜାଣିଥିଲେ ଗୋବିନ୍ଦର ଅନ୍ଧାରି କାର୍ଯ୍ୟକଳାପ, ରହିଛି ବଡ ବଡିଆଙ୍କ ସଂପୃକ୍ତି

Published By : Prameya-News7 Bureau | October 20, 2021 IST

ଭୁବନେଶ୍ଵର ୨୦।୧୦: ଏହି ହତ୍ୟାକାଣ୍ଡ ପଛରେ ପରକିୟାପ୍ରୀତି ହିଁ କାରଣ ବୋଲି ପୋଲିସ କହିଛି ।  ମମିତା ସନସାଇନ ସ୍କୁଲରେ ପାଠ ପଢ଼ିଥିଲେ ଆଉ ସେହି ସ୍କୁଲରେ ଶିକ୍ଷୟିତ୍ରୀ ହେଲେ ଏବଂ ସେହି ସ୍କୁଲରେ ଅଧ୍ୟକ୍ଷା ହେଲେ।  ୨ ବର୍ଷ ଧରି ସେଠାରେ ସେ ଚାକିରୀ କରିଥିଲେ।  ତେବେ ଏମତି କଣ ହେଲା ଯେ ସ୍କୁଲର ପରିଚାଳନା ପ୍ରେସିଡେଣ୍ଟ  ଯିଏକି ସ୍କୁଲର ମାଲିକ ସିଏ ତାଙ୍କୁ ହତ୍ୟା କଲେ ବା ତାଙ୍କୁ ରାସ୍ତାରୁ ହଟେଇବାକୁ ଚାହିଁଲେ।  

କଣ ଏମିତି ଘଟିଲା ଯେ ଗୋବିନ୍ଦ ଅସୁର ପାଲଟିଗଲେ। ନିଜ ମାଲିକାନାରେ ଥିବା ସନସାଇନ ସ୍କୁଲରେ କେଉଁ ଅନ୍ଧାରି କାର୍ଯ୍ୟକଳାପ ପଦାରେ ପଡ଼ିଯିବାର ଭୟ ଥିଲା ଯେ ମମିତା ମେହେରଙ୍କୁ ରାସ୍ତାରୁ ହଟେଇ ଦେଲେ ଗୋବିନ୍ଦ ସାହୁ ।  ମମିତା ମେହେର ସେହି ସନସାଇନ ସ୍କୁଲରେ ଛାତ୍ରୀ ଥିଲେ। ସେହିଠାରେ ଶିକ୍ଷୟିତ୍ରୀ ଥିଲେ।  ସେଠାରେ ଅଧ୍ୟକ୍ଷା ଥିଲେ। ଦୀର୍ଘ ବର୍ଷ ଧରି ସନସାଇନ ସ୍କୁଲ ସହିତ ସଂପୃକ୍ତ ଥିଲେ ମମିତା ମେହେର।  ତେବେ କଣ ଏମିତି ହେଲା ଯେ ମମତି ମେହେରଙ୍କୁ ରାସ୍ତାରୁ ହଟାଇଲେ ଗୋବିନ୍ଦ ସାହୁ।  ପୋଲିସର କହିବା ଅନୁସାରେ ଗୋବିନ୍ଦଙ୍କ ପରକିୟା ପ୍ରୀତି ହିଁ ନେଇଛି  ମମିତାଙ୍କ ଜୀବନ !  ଗୋବିନ୍ଦଙ୍କ ପରକିୟାପ୍ରୀତି ସନ୍‌ସାଇନ୍ ସ୍କୁଲର ଅଧ୍ୟକ୍ଷା ମମିତା ମେହେର କୁଆଡେ ଜାଣିଯାଇଥିଲେ । ଏଥିପାଇଁ ତାଙ୍କୁ ରାସ୍ତାରୁ ହଟାଇବାକୁ ସ୍କୁଲର ପ୍ରତିଷ୍ଠାତା ପ୍ରେସିଡେଣ୍ଟ ଗୋବିନ୍ଦ ସାହୁ ମମିତାଙ୍କୁ ଡାକି ଯୋଜନାବଦ୍ଧ ଭାବେ ହତ୍ୟା କରିଛନ୍ତି ବୋଲି ପୋଲିସ ଏହି ଥିଓରିରେ ପହଞ୍ଚିଛି ।   

{"id":530318,"sizeSlug":"full","linkDestination":"none"}

କଣ କେବେଳ ମମିତା ପରକିୟା ପ୍ରୀତିଜାଣିଥିଲେ ବୋଲି ତାଙ୍କୁ ହତ୍ୟା କରିବାକୁ ପଛାଇଲେ ନାହିଁ ଗୋବିନ୍ଦ ?  ମମିତା ଘରୁ ଆସିବା ବେଳେ କିଛି ଦସ୍ତାବିଜ୍‌ ଧରି ଆସିଥିଲେ କି ?  ଏମିତି କିଛି ପ୍ରଶ୍ନ ଉଠିବା ସ୍ବାଭାବିକ । ତେବେ ମମିତା ଯେତେବେଳେ ନିଖୋଜ ଥିଲେ ଏହି ନିଖୋଜ ପଛରେ ସ୍କୁଲ୍‌ରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପର ପର୍ଦ୍ଦାଫାସ ହୋଇଯିବାର ଭୟ ଥିବା ନେଇେ ଚର୍ଚ୍ଚା ଜୋର ଧରିଥିଲା । ସେହି ସ୍କୁଲର୍ ମମିତାଙ୍କ ଜଣେ ସହଯୋଗୀ ତାଙ୍କର ଜଣେ ସଂର୍କୀୟଙ୍କୁ ଏନେଇ ଫୋନରେ କିଛି ସୂଚନା ଦେଇଥିଲେ। ଯାହାର ଏକ ଅଡିଓ କ୍ଲିପ ଭାଇରାଲ ହୋଇଥିଲା । ଯେଉଁଥିରେ ମମିତା ଏବଂ ସ୍କୁଲ ପ୍ରେସିଡେଣ୍ଟ ଗୋବିନ୍ଦ ସାହୁଙ୍କ ମଧ୍ୟରେ ଗଣ୍ଡଗୋଳ କଥା ଉଠିଥିଲା । ମମିତା ସ୍କୁଲ୍‌ର ବିଭିନ୍ନ ଅନୈତିକ କାର୍ଯ୍ୟକଳାପ ସଂପର୍କରେ ଜାଣିଥିଲେ ।  ଏଥିରେ ଗୋବିନ୍ଦ ସାହୁ ଓ ବଡବଡିଆଙ୍କ ସଂପୃକ୍ତି ଥିବା ନେଇ ମମିତାଙ୍କ ପାଖରେ ତଥ୍ୟ ପ୍ରମାଣ ଥିଲା ବୋଲି ଅଡିଓ କ୍ଲିପରେ ଚର୍ଚ୍ଚା କରିଥିଲେ ସେହି ସହଯୋଗୀ ।

{"id":530319,"sizeSlug":"full","linkDestination":"none"}

ସେପଟେ ଗୋବିନ୍ଦ ସାହୁ ଏକା ଏହି କାମ କରିନାହାନ୍ତି । କୌଣସି ଜଣେ ବ୍ୟକ୍ତିଙ୍କ ଏହା କାର୍ଯ୍ୟ ନୁହେଁ ବୋଲି ମମିତାଙ୍କ ପରିବାର ଲୋକେ କୋହଭରା କଣ୍ଠରେ କହିଛନ୍ତି । ମମିତା ନିଖୋଜ ପରେ ପୋଲିସ କୁଆଡେ ମୁହଁ ଖୋଲିବାକୁ ବାରଣ କରିଥିଲା। ମମିତାଙ୍କ ଭାଇ ବଣ୍ଟିଙ୍କୁ ପୋଲିସ ଟିଟିଲା ଗଡ଼ ଡ଼ାକି ସିଡ଼ିଆର ଏବଂ ଭିଜୁଆଲ ଦେଖାଇଥିଲା । ଏଥିସହିତ ଅଭିଯୁକ୍ତ ଗୋବିନ୍ଦଙ୍କୁ ମଧ୍ୟ ଗିରଫ କରାଯାଇସାରିଥିବା କହିଥିଲା । ଗଣମାଧ୍ୟମ ଆଗରେ ମୁହଁ ଖୋଲିବାକୁ ବାରଣ କରିଥିଲା । ଏହି ଘଟଣାରେ ଯେଉଁମାନେ ବି ସମ୍ପୃକ୍ତି ଅଛନ୍ତି, ସେମାନଙ୍କ ପ୍ରତି ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ମମିତା ମେହେରଙ୍କ ବାପା-ମା’ କହିଛନ୍ତି।

ମମିତାଙ୍କ ମୃତ୍ୟୁ ପଛରେ ଗୋବିନ୍ଦଙ୍କ ପରକିୟା ପ୍ରୀତି ହିଁ ଦାୟୀ ନା ଏହା ପଛରେ ଅନ୍ୟ କିଛି ସାଂଘାତିକ କାରଣ ରହିଛି ତାହା ପୋଲିସର ଅଧିକ ତଦନ୍ତ ପରେ ହିଁ ଜଣାପଡିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.