Thursday, June 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ୟୁପିର କୁଶୀନଗରରେ ଦେଖାଗଲେ ଏଲିୟନ ! ଫଟୋ ଭାଇରାଲ

ଲଖନଉ ୧୫/୪: ଉତ୍ତରପ୍ରଦେଶର କୁଶୀନଗର ଜିଲ୍ଲାରେ ଏବେ ଏକ ବିଚିତ୍ର ଜୀବର ଆତଙ୍କ ଦେଖାଦେଇଛି। ଏଠାକାର ବାସିନ୍ଦାମାନେ ଘରୁ ବାହାରିବାକୁ ଡରୁଛନ୍ତି।

ଏହି ବିଚିତ୍ର ଜୀବ ଶନିବାର କୁଶୀନଗରର ଖଡ୍ଡା ନଗର ପଞ୍ଚାୟତର ୨ନଂ ଓ୍ବାର୍ଡ଼ର ଲୋହିଆ ନଗରରେ ଦେଖିବାକୁ ମିଳିଥିଲା। ଅତ୍ୟନ୍ତ ଗହଳି ହୋଇଥିବାରୁ ଏହି ଜୀବଟି ଚାରିଆଡ଼େ ଦୈାଡ଼ିବାକୁ ଲାଗିଥିଲା ଏବଂ ଅନ୍ଧାରରେ କେଉଁଆଡ଼େ ଉଭାନ ହୋଇଯାଇଥିଲା। କିନ୍ତୁ ଏହା ପୂର୍ବରୁ କେହି ଏହି ଜୀବର ଫଟୋ ଉଠାଇ ଦେଇଥିଲେ।

ସୋଶିଆଲ ମିଡିଆରେ ଏହି ଫଟୋ ଏବେ ଭାଇରାଲ ହେଉଛି। ଏହି ଜୀବଟି ଡାଇନୋସର ଭଳି ଦେଖାଯାଉଛି। କେତେକ ଲୋକ ଏହାକୁ ଏଲିୟନ ବୋଲି କହୁଛନ୍ତି।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ ଏହି ଜୀବକୁ ସେମାନେ ପୂର୍ବରୁ କେବେ ଦେଖିନଥିଲେ। ଅନ୍ଧାରରେ ଏହି ଜୀବର ଆଖି ଚମକୁଛି।

ବନ୍ୟ ଅଧିକାରୀଙ୍କ କହିବାନୁସାରେ ଡରିବାର କୈାଣସି ଆବଶ୍ୟକତା ନାହିଁ,ଏହାକୁ ଧରିବାର ବ୍ୟବସ୍ଥା କରାଯାଉଛି। ଅନ୍ଧାର ହୋଇଯିବା କାରଣରୁ ଧରିବାରେ ସମସ୍ୟା ସୃଷ୍ଟି ହେଉଛି। ଏହା କେଉଁ ଜୀବ,ତାହା ମଧ୍ୟ ଖବର ନିଆଯାଉଛି।  

874 Views

   ସମ୍ବନ୍ଧିତ ଖବର