ସମୁଦ୍ରରେ ନଜର ଆସିଲା ଏଲିୟନ୍ ପରି ଜୀବ! ସନ୍ତରଣକାରୀ ଦେଖି ହୋଇଗଲେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | October 18, 2021 IST

ନୂଆଦିଲ୍ଲୀ ୧୮/୧୦: ସମୁଦ୍ରର ଦୁନିଆ ରହସ୍ୟରେ ପରିପୂର୍ଣ୍ଣ। ଆପଣ ଯେତେ ଗଭୀରକୁ ଯିବେ, ସେତେ ନୂଆ ନୂଆ ଜିନିଷ ସାମ୍ନାକୁ ଆସିବ। ଆଜି ବି ସମୁଦ୍ରରେ ଏପରି ଅନେକ ଜୀବ ଅଛନ୍ତି, ଯାହା ବିଷୟରେ ମଣିଷମାନଙ୍କ ପାଖରେ କୌଣସି ସୂଚନା ନାହିଁ। ଏପରି ଇଜିପ୍ଟର କିଛି ଡାଇଭରଙ୍କ ସାମ୍ନାରେ ଏକ ଅଦ୍ଭୁତ ଜୀବ ଆସିଥିଲା, ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଡାଇଭର୍ସ କହିଛନ୍ତି ଯେ ଏହା ଏକ ଏଲିୟନ୍ ପରି ଦେଖାଯାଉଥିଲା।

ସୂଚନା ଅନୁଯାୟୀ,ଏହି ଜୀବର ନା ଆଖି ଅଛି, ନା କାନ, ନା ପାଟି । ଏହା ଦେଖିବାକୁ ଏକ ଅଦ୍ଭୁତ ଟ୍ୟୁବ୍ ପରି । ଡାଇଭର୍ସ ଏହାକୁ କୌଣସି ସାଇନ୍ସ ସେକ୍ସନରେ ମିଳୁଥିବା ଭୂତ ବୋଲି ବର୍ଣ୍ଣନା କରିଛନ୍ତି। କିଛି ଲୋକ ଏହା ଦାବି କରିଛନ୍ତି ଯେ ଅନନ୍ୟ ଜୀବ ଏକ ଏଲିଏନ୍। ଇଜିପ୍ଟର ଉପକୂଳରେ ଥିବା ସତ୍ୟା ରିଫରେ ଜର୍ମାନୀର ଲୁକାସ୍ ଓଷ୍ଟର୍ଟାଗ୍ ଏହି ଅନନ୍ୟ ପ୍ରାଣୀର ସମ୍ମୁଖୀନ ହୋଇଥିଲେ। ସେ ଏପରି ଜୀବକୁ ପୂର୍ବରୁ ଦେଖି ନଥିଲେ ଏବଂ ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ଏହି ଜୀବକୁ ବର୍ଣ୍ଣନା କରି ଲୁକାସ୍ ଓଷ୍ଟେରଗ୍ କହିଥିଲେ - 'ଏହା ଏକ ଲମ୍ବା ରବର ପାଇପ୍ ପରି ଥିଲା। ମୁଁ ଏପରି ଜୀବକୁ ପୂର୍ବରୁ ଦେଖି ନଥିଲି। ଡାଇଭର୍ସ ଟିମ୍ ଏହାକୁ ଏକ ପଲିପ୍ କିମ୍ବା କିଛି ଅଜବ ସମୁଦ୍ର ପ୍ରାଣୀ ବୋଲି ବିବେଚନା କରିଛନ୍ତି। ଆଉ କିଛି ଏହାକୁ ଜେଲି ଫିସ୍ ବୋଲି ବର୍ଣ୍ଣନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.