ବେଳାଭୂମିରେ ଅଜବ ଜନ୍ତୁ ଦେଖି ଲୋକେ ହୋଇଗଲା ଆଚମ୍ବିତ; ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଫଟୋ
22/12/2018 at 6:25 PM

ସମୁଦ୍ର ବେଳାଭୂମିରେ ଦେଖିବାକୁ ମିଳିଛି ଏକ ଅଜବ ଜୀବ | ଜଣେ ଯୁବକ ଏହି ଅଜବ ଜୀବକୁ ଦେଖି ତାର ଫଟୋ ଉଠାଇ ସୋସିଆଲ ମିଡ଼ିଆ ସାଇଟରେ ଅପଲୋଡ଼ କରିଥିଲେ | ଏହି ଜୀବର ଫଟୋ ଦେଖି ଲୋକେ ଆଚମ୍ବିତ ହୋଇଯାଇଥିଲେ | ଯେଉଁ ଯୁବକ ଏହି ଫଟୋ ସାଓସିଆଲ ମିଡ଼ିଆରେ ସେୟାର କରିଛନ୍ତି ସେ ଲେଖିଛନ୍ତି ଯେ, ତାଙ୍କ ମା ଏବଂ ପ୍ରେମିକ ସମୁଦ୍ର ବେଳାଭୂମୀକୁ ବୁଲିବାକୁ ଯାଇଥିଲେ | ବୁଲିଲାବେଳେ ତାଙ୍କୁ ଏହି ଅଜବ ଜୀବ ଦେଖିବାକୁ ମିଳିଥିଲା |
ଦିଲ୍ଲୀ ମେଲ ରିପୋର୍ଟ ଅନୁଯାୟୀ, ଏହି ଘଟଣା ପଶ୍ଚିମ ଅଷ୍ଟ୍ରେଲିଆର ବ୍ରୁମ ଅଂଚଳର | ସୋସିଆଲ ମିଡ଼ିଆରେ ଏହି ଫଟୋ ଅପଲୋଡ଼ ପରେ ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ମିଳିଛି | ଅନେକ ଲୋକ ଏହି ଜୀବକୁ ଚିହ୍ନିବାକୁ ଚେଷ୍ଟା ମଧ୍ୟ କରିଛନ୍ତି | ଜଣେ ବ୍ୟକ୍ତି ଫଟୋ ଦେଖି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଯିଏ ଫଟୋ ଉଠାଇଛନ୍ତି ବୋଧେ ସେ ଜୀବର ଫଟୋ ଉଲଟା ଉଠେଇଛନ୍ତି | ଏମିତି ଅନେକ ଲୋକ ଅନେକ ପ୍ରତିକ୍ରିୟା ରଖିଛନ୍ତି | କିଛି ଲୋକେ ଜୀବର ନାମ ଆର୍ମଡ଼ ଅନ୍ଵେମାନ ବୋଲି କହିଛନ୍ତି | ଏହି ଜୀବ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଥାଏ | ଏହି ଜୀବର ଲମ୍ବ ୫୦ ସେ:ମି: ହୋଇଥାଏ |
ସାଧାରଣତଃ ଏହି ଜୀବର ଶରୀରରେ ଅନେକ ରଙ୍ଗ ଦେଖିବାକୁ ମିଳିଥାଏ | ତେବେ ଫଟୋ ଅପଲୋଡ଼ କରିଥିବା ଯୁବକ କହିଛନ୍ତି ଯେ, ବୋଧେ ଖରା ପାଇଁ ଜୀବର ରଙ୍ଗ ଫିକା ପଡିଯାଇଛି | ତେବେ ଏହି ଜୀବର ଦଂଶନ ବହୁତ ଵିଷଯୁକ୍ତ | ଯଦି କୌଣସି ମଣିଷକୁ ଏହି ଜୀବ ଦଂଶିଦିଏ ତାହେଲେ ତାଙ୍କୁ ସୁସ୍ଥ ହେବା ପାଇଁ କିଛି ମାସ ଲାଗିଯାଇଥାଏ |